Anubhav-Varsha Divorce: ଦୀର୍ଘ ଦିନ ଧରି ଲାଗି ରହିଥିବା ବର୍ଷା-ଅନୁଭବ କଳିରେ ପଡ଼ିଛି ପୂର୍ଣ୍ଣଛେଦ। ବିଧିବଦ୍ଧ ଭାବରେ ଅଲଗା ହୋଇଛନ୍ତି ଓଲିଉଡର ସୁପରହିଟ୍ ଯୋଡ଼ି ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।ଏ ନେଇ ଏକ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଅଭିନେତା ଅନୁଭବ ମହାନ୍ତି।ବିବାହ ବିଚ୍ଛେଦ ପରେ ସେ ବେଶ ଖୁସି ସାବ୍ୟସ୍ତ କରିଛନ୍ତି। ଆଜି ତାଙ୍କ ବିବାହକୁ ୧୦ ବର୍ଷ ପୁରୁଥିବା ବେଳେ ବିବାହ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୭ ତାରିଖରେ ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ମଞ୍ଜୁରୀ ମିଳିଛି।


COMMERCIAL BREAK
SCROLL TO CONTINUE READING

ବୁଧବାର ବିଳମ୍ବିତ ରାତିରେ ଅଭିନେତା ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ନିଜ ଡିଭୋର୍ସ ମଞ୍ଜୁରିନାମାର ଏକ ଫଟୋ କପି ସହ ଲେଖିଛନ୍ତି ଯେ ‘ମୋ ପାଇଁ ଓ ପରିବାର ପାଇଁ ପ୍ରାର୍ଥନା କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ, ମୋ ବିବାହକୁ ୧୦ ବର୍ଷ ପୂରିବାର ଠିକ୍ ଗୋଟିଏ ଦିନ ପୂର୍ବରୁ ଏହି ଅର୍ଥହୀନ,ମୂଲ୍ୟହୀନ,ହୃଦୟହୀନ,ଯନ୍ତ୍ରଣା ଦାୟକ ଓ ମିଛ ବୈବାହିକ ଜିବନରୁ ମୁକ୍ତି ମିଳିଛି, ଆଜି ମୋ ଛାଡ଼ପତ୍ରକୁ ମଞ୍ଜୁରୀ ମିଳିଛି। ତାଙ୍କ(ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ) ପାଇଁ ପ୍ରାର୍ଥନା କରନ୍ତୁ।



୨୦୧୪ ଫେବୃଆରୀ ୮ ତାରିଖରେ ପ୍ରେମ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।। ବର୍ଷା ଓ ଅନୁଭବଙ୍କୁ ଓଲିଉଡ଼ର ସର୍ବଶ୍ରେଷ୍ଠ ଯୋଡି଼ ସମେତ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏହା ପରେ ସବୁ କିଛି ଠିକ ଥିଲା ବୋଲି ତାଙ୍କ ଫ୍ୟାନ୍ସମାନେ ବିଶ୍ୱାସ କରୁଥିଲେ । କିନ୍ତୁ ସମୟର ଚକ୍ର ଓଲଟିଗଲା। ଦୁହିଁଙ୍କର ପାରିବାରିକ ବିବାଦ ପ୍ରଥମେ କୋର୍ଟ,ପରେ ଗଣମାଧ୍ୟମ, ତା ପରେ ସୋସିଆଲ ମିଡିଆ ଓ ଏହା ପରେ ଓଡ଼ିଶାର ଘରେ ଘରେ ଓ ଚା ଖଟିରେ ଏମାନଙ୍କ ବିବାଦକୁ ନେଇ ଚର୍ଚ୍ଚା ହେବାରେ ଲାଗିଥିଲା।


ଛାଡ଼ପତ୍ର ପାଇଁ ପ୍ରଥମେ ଅନୁଭବ ଆବେଦନ କରିଥିବାକୁ ଅନେକ ମହଲରେ ତାଙ୍କୁ ଟ୍ରୋଲର ସାମ୍ନା କରିବାକୁ ପଡ଼ିଥିଲା। ତାଙ୍କ ଭିଡିଓକୁ ଲୋକେ ତାଙ୍କର ମଜାକ୍ ମଧ୍ୟ ଉଡ଼ାଇଛନ୍ତି। ସେପଟେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏହି ବିଛେଦକୁ ଗ୍ରହଣ କରିବା ପାଇଁ ନାରାଜ ଥିବା ବେଳେ ସାମ୍, ଦାମ୍, ଦଣ୍ଡ, ଭେଦ ସମସ୍ତ ଉପାୟ ଆପଣାଇଥିଲେ ଥିଲେ ଅନୁଭବ।ଅନେକ ସଙ୍ଘର୍ଷ ଓ ବିଫଳ ଚେଷ୍ଟା ପରେ ଶେଷରେ ଅନୁଭବ ମହାନ୍ତିଙ୍କୁ ମିଳିଛି ଛାଡ଼ପତ୍ର। ଏ ନେଇ ତାଙ୍କ ପ୍ରଶଂସନମାନେ ଖୁବ୍ ଖୁସି ଥିବା ଦେଖିବାକୁ ମିଳିଛି।