Mumbai DEMU Train Fire: ସୋମବାର ଅପରାହ୍ନ ସମୟରେ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ନାରାୟଣ ଡୋହୋ ରେଳ ଷ୍ଟେସନ ନିକଟରେ ଡିଜେଲ-ଇଲେକ୍ଟ୍ରିକ୍ ମଲ୍ଟିପଲ୍ ୟୁନିଟ୍ (ଡିଏମୟୁ) ଯାତ୍ରୀବାହୀ ଟ୍ରେନର ପାଞ୍ଚଟି ବଗିରେ ଭୟାନକ ନିଆଁ ଲାଗି କୋଚ ଗୁଡିକ ଜଳିବାରେ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ କଣ କ୍ଷୟକ୍ଷତି ହୋଇଛି ସେନେଇ ସୂଚନା ମିଳିନଥିବା ବେଳେ ନିଆଁକୁ ଆୟତ କରାଯାଇଥିବା ଖବର ମିଳିଛି । ଏହି ଟ୍ରେନଟି ବିଡ୍ ଜିଲ୍ଲାର ଆଶ୍ଟି ଷ୍ଟେସନରୁ ପଶ୍ଚିମ ମହାରାଷ୍ଟ୍ରର ଅହମ୍ମଦନଗର ଯାଉଥିବା ସମୟରେ ଏପରି ଘଟଣା ଘଟିଛି।


COMMERCIAL BREAK
SCROLL TO CONTINUE READING

ମୁଖ୍ୟ ଜନସମ୍ପର୍କ ଅଧିକାରୀଙ୍କ ପ୍ରତିକ୍ରିୟା
କେନ୍ଦ୍ରୀୟ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଡକ୍ଟର ଶିବରାଜ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି । ସେ ଏକଥା ମଧ୍ୟ କହିଛନ୍ତି ଯେ, ନିଆଁ ଲିଭାଇବା ପାଇଁ ଅହମ୍ମଦନଗରରୁ ଦମକଳ ବାହିନୀକୁ ଖବର ଦିଆଯିବା ପରେ ସେମାନେ ତୁରନ୍ତ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣା ପଡି ନାହିଁ।


ସିପିଆରଓ କେନ୍ଦ୍ରୀୟ ରେଳବାଇ ସୂଚନା ଦେଇ କହିଛି ଯେ, ଅହମ୍ମଦନଗର ଏବଂ ନାରାୟଣପୁର ଷ୍ଟେସନ ମଧ୍ୟରେ ଚାଲୁଥିବା ଏହି ଟ୍ରେନର ୫ଟି କୋଚରୁ ନିଆଁକୁ ଆୟତ୍ତ କରାଯାଇଛି। କୌଣସି ବ୍ୟକ୍ତିଙ୍କର ଆହତ କିମ୍ୱା ମୃତ୍ୟୁ ଖବର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ନିଆଁ ଲାଗିବା ପରେ ସମସ୍ତ ଯାତ୍ରୀଙ୍କୁ ଟ୍ରେନରୁ ବାହାରକୁ ବାହାର କରାଯାଇଥିଲା । ଜଳୁଥିବା ବଗି ଭିତରେ କୌଣସି ଯାତ୍ରୀ ଉପସ୍ଥିତ ନଥିଲେ । ଏହି ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି କିମ୍ୱା କୌଣସି ଯାତ୍ରୀଙ୍କ ଆସବାବପତ୍ର ନଷ୍ଟ ହୋଇନଥିବା କୁହାଯାଉଛି । ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଅଗ୍ନିକାଣ୍ଡ ଯୋଗୁଁ ଟ୍ରେନର କିନ୍ତୁ ବହୁ କ୍ଷୟକ୍ଷତି ହୋଇଥିବା ଖବର ରହିଛି। ଏହି ଅଗ୍ନିକାଣ୍ଡର କାରଣ କଣ ସେନେଇ ତଦନ୍ତ ସହ ଅନୁସନ୍ଧାନ କରାଯିବ। ଏହି ଟ୍ରେନ୍ ଅହମ୍ମଦନଗର ଯାଉଥିଲାବେଳେ ହଠାତ୍ ନାରାୟଣ ଦୋହର ନଗର ସୋଲାପୁର ରାଜପଥରେ ଫାଟକ ନିକଟରେ ନିଆଁ ଲାଗିଯାଇଥିଲା। ଉପସ୍ଥିତ ଲୋକମାନେ ଏହି ଦୃଶ୍ୟ ଦେଖି ଭୟ କରିଥିଲେ ।


ସୂଚନାଯୋଗ୍ୟ, ଅହମ୍ମଦନଗର-ନୂତନ ଅଷ୍ଟି ରେଳଯାତ୍ରା ସେବା ୨୩ ସେପ୍ଟେମ୍ବର ୨୦୨୨ ରୁ ନିୟମିତ ଭାବେ ଆରମ୍ଭ ହୋଇଛି । ଏହି ଟ୍ରେନ୍ ସକାଳ ୭.୪୫ ସମୟରେ ଅହମ୍ମଦନଗରରୁ ବାହାରି ସକାଳ ୧୦.୧୫ରେ ଲକ୍ଷସ୍ଥଳରେ ପହଞ୍ଚିଥାଏ । ଅଗ୍ନିକାଣ୍ଡ ପରେ ରେଳ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଅହମ୍ମଦନଗର ମ୍ୟୁନିସିପାଲିଟି କର୍ପୋରେସନ୍ କର୍ମଚାରୀ ଏବଂ ନାଗରିକମାନେ ନିଆଁକୁ ଆୟତ୍ତ କରିବାରେ ସହଯୋଗ କରିଥିଲେ ।


Also Read- ୨୭ ବର୍ଷ ହେବ ନବରାତ୍ରୀରେ ୨୧ଟି କଳସକୁ ଛାତିରେ ରଖି ସାଧନା କରନ୍ତି ଏହି ବ୍ୟକ୍ତି, ୯ ଦିନରେ ଥରେ ବି ଉଠନ୍ତି ନାହିଁ


Also Read- Success Story: କରୋନାରେ ପିତାଙ୍କୁ ହରାଇଥିଲେ, କିନ୍ତୁ ଭାଙ୍ଗି ନଥିଲା ସାହସ, ପାଇଲେ ସଫଳତା