Cuttack Crime News In Odia: ଠକ ତାନ୍ତ୍ରିକ ମୌଲାନା କୈଫି ଖାନର (Maulana kaifi khan) ମୁଖ୍ୟ ସହଯୋଗୀକୁ ବନ୍ଧିଲା ମଙ୍ଗଳାବାଗ ପୋଲିସ (Mangalabag police)। ଗୁରୁବାର ଦିନ ସହଯୋଗୀ ସେକ୍ ଇସ୍ରାଏଲକୁ ଗିରଫ କରିଛି ପୋଲିସ । ସେକ୍ ଇସ୍ରାଏଲ ଏକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲା । ସେକ୍ ଇସ୍ରାଏଲ ମାଧ୍ୟମରେ ଠକ କୈଫି ବେଆଇନ ଅର୍ଥ କାରବାର କରୁଥିବା ମଙ୍ଗଳବାଗ ପୋଲିସ କହିଛି । ବିଭିନ୍ନ ଲୋକଙ୍କ ସହ ପରିଚୟ କରିବାରେ ଇସ୍ରାଏଲର ହାତ ଥିବା ପୋଲିସ କହିଛି । ଇସ୍ରାଏଲ ଠକ ତାନ୍ତ୍ରିକ ସହ ଲୋକଙ୍କ ଯୋଗାଯୋଗ କରାଉଥିଲା । ଏହାପରେ ତାନ୍ତ୍ରିକ କୈଫି ମିଛ ସତ କହି ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଥିଲା । ସହଯୋଗୀ ଇସ୍ରାଏଲ ମଙ୍ଗଳାବାଗ ରାଣୀହାଟରେ ଅଞ୍ଚଳର ଶର୍ମିଳା ସେନଙ୍କ ଗାଡ଼ି ଚଳାଉଥିଲା । ୨୦୨୨ ମସିହାରେ ମହିଳାଙ୍କ ଡ୍ରାଇଭର ସେକ୍ ଆସପକି୍ ଅନୁପସ୍ଥିତ ଥିବାରୁ ସେ ଗୋଟିଏ ଦିନ ଲାଗି ସେ ଗାଡି ଚଳାଇବା ପାଇଁ ଇସ୍ରାଏଲକୁ ପଠାଇଥିଲେ । ଏହି ସମୟରେ ଶର୍ମିଳା ଗୁଣିଆ ସନ୍ଧାନରେ ଥିଲେ। ଗାଡ଼ି ଚଳାଇବା ସମୟରେ ଇସ୍ରାଏଲ ମହିଳାଙ୍କୁ କୈଫି ଖାନ ବିଷୟରେ କହିଥିଲେ । ଏହିପରି ଭାବରେ ଉଭୟ ମହିଳାଙ୍କୁ ଜାଲରେ ଫସେଇବା ସହ ଠକେଇ ଉଦ୍ୟମ କରିଥିଲେ ।


COMMERCIAL BREAK
SCROLL TO CONTINUE READING

ସୂଚନା ଥାଉ କି, ଘରୁ ଗୁପ୍ତଧନ ବାହାରିବା ଓ ଭୂତପ୍ରେତ ଦୂର କରିବା କହି ଲୋକଙ୍କୁ ଭୁଆଁ ବୁଲାଉଥିଲା ଠକ ତାନ୍ତ୍ରିକ ମୌଲାନା କୈଫି ଖାନ୍(maulana kaifi khan)କୁ ପୋଲିସ ଗତ ଶୁକ୍ରବାର ଦିନ କଟକରୁ (Cuttack)ଗିରଫ କରିଥିଲା । ଜଣେ ମହିଳାଙ୍କ ଘର ପଛ ପଟେ ସୁନା ଇଟା ଥିବା କହି ୫ ଲକ୍ଷ ଟଙ୍କା ଲୁଟିଥିବା ନେଇ ମଙ୍ଗଳାବାଗ ଥାନାରେ (Mangalabag Police Station) ଅଭିଯୋଗ ହୋଇଥିଲା । ପ୍ରକାଶଥାଉ କି, କଟକ ମଙ୍ଗଳାବାଗ (Mangalabag) ରାଣୀହାଟ ଅଞ୍ଚଳର ଶର୍ମିଳା ସେନ ତାଙ୍କ ପୁରୁଣା କୋଠାରେ କିଛି ନକାରାତ୍ମକ ଶକ୍ତିର ଉପସ୍ଥିତି ଅନୁଭବ କରିଥିଲେ । ପରେ ସେ ଘରୁକୁ ତାନ୍ତ୍ରିକ ମୌଲାନା କୈଫି ଖାନ (maulana kaifi khan )ଙ୍କୁ ଡାକି ଦେଖାଇଥିଲେ।  ଘର ବୁଲି ଦେଖିବା ପରେ ଭିତରେ ଏକ ସ୍ପିରିଟି ଥିବା ସହ ଘର ଭିତରେ କିଛି ବସ୍ତୁ ପୋତି ହୋଇ ରହିଥିବା କହିଥିଲା ଠକ ତାନ୍ତ୍ରିକ । ଘରୁ ନକରାତ୍ମକ ଶକ୍ତି ବାହାର କରିବାକୁ ତାନ୍ତ୍ରିକ (maulana kaifi khan ) ପାଖାପାଖି ୧୫-୨୦ ଲକ୍ଷ ଟଙ୍କା ମହିଳାଙ୍କୁ ଦାବି କରିଥିଲା। ପର୍ଯ୍ୟାୟକ୍ରମେ କିଛି ଟଙ୍କା ପାଇବା ପରେ ତାନ୍ତ୍ରିକ ଘରର ମାଟି ଖୋଳିବା ଆରମ୍ଭ କରିଥିଲା। ମାଟି ଖୋଳିବା ପରେ ମାଟି ତଳୁ ବିଭିନ୍ନ ଦେବାଦେବୀଙ୍କ ପିତ୍ତଳ ମୂର୍ତ୍ତି, ହୀରା ଭଳି ଦେଖାଯାଉଥିବା କାଚର ବସ୍ତୁ, ତମ୍ବା ଇଟା ମିଳିଥିଲା। କିନ୍ତୁ ତାନ୍ତ୍ରିକ ଜଣକ ମହିଳାଙ୍କୁ ଭୂଆଁ ବୁଲାଇବା ଆରମ୍ଭ କରିବା ସହ କାଚକୁ ହୀରା ଓ ଅନ୍ୟାନ୍ୟ ବିଭିନ୍ନ ବସ୍ତୁକୁ ସୁନା ବୋଲି କହିଥିଲା। ପରେ ମହିଳା ଜଣକ ଏସବୁକୁ ଯାଞ୍ଚ କରିବା ପରେ ଏହା ନକଲି ବୋଲି ଜଣାପଡ଼ିଥିଲା। ତାନ୍ତ୍ରିକ ଘରର ମାଟି ଖୋଳିବା ସମୟରେ କୌଶଳକ୍ରମେ ଏଗୁଡ଼ିକୁ ଘରର ମାଟି ତଳେ ଲୁଚାଇ ରଖିଥିବା ସେ ଜାଣିବାକୁ ପାଇଥିଲେ। ଏନେଇ  ମହିଳା ଜଣକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଠକ କୈଫି ଖାନକୁ ହେପାଜତକୁ ନେଇଥିଲା ।


ସେପେଟେ ଠକ ତାନ୍ତ୍ରିକ କୈଫ (maulana kaifi khan ) ଘରେ ପୋଲିସ୍ ଚଢାଉ କରିଥିଲା । ଚଢାଉ ସମୟରେ ଘରୁ ନଗଦ ୨ ଲକ୍ଷ ୭୬ ହଜାର ୪୧୦ ଟଙ୍କା ସମେତ ଦୁଇଟି ଦାମୀ କାର୍(luxury car), ୭୦ଟି ମୋବାଇଲ୍ ଫୋନ୍( phones), ୨୦ଟି ହାତ ଘଣ୍ଟା, ୧୩ଟି ବ୍ୟାଙ୍କ ପାସବୁକ୍‌, ଚେକ୍ ବହି, ଜୀବନ ବୀମା ବଣ୍ଡ, ହିରା ଭଳି ଦେଖାଯାଉଥିବା କାଚର ବସ୍ତୁ, ଦୁଇଟି ତମ୍ବାର ବସ୍ତୁ, ୩ଟି ଲକ୍ଷ୍ମୀଙ୍କ ମୂର୍ତ୍ତି, ଗୋଟିଏ ତମ୍ବାର ରାଧାକୃଷ୍ଣ ମୂର୍ତ୍ତି, ଗୋଟିଏ ତମ୍ବାର ହଣ୍ଡା, ତମ୍ବାର ୪ଟି ପାତ୍ର, ତମ୍ବାର ଲକେଟ୍ ୧୦ଟି ଇତ୍ୟାଦି ଜବତ କରାଯାଇଥିଲା ।