Gangster Atiq Ahmed: କାରାଗାରରେ ମାଲିକ, ଭୋକ ଶୋଷରେ ପ୍ରାଣ ହରାଇଲା କୁକୁର, ପଢନ୍ତୁ ପୁରା ଖବର
Gangster Atiq Ahmed News: ମାଲିକ ଜେଲ ଯିବ ପରେ ଭୋକ ଶେଷରେ ପ୍ରାଣ ହରାଇଛି କୁକୁର। ଉତ୍ତର ପ୍ରଦେଶ ଚାକିଆ ଅଞ୍ଚଳରେ ଘଟିଥିବାର ଖବର ମିଳିଛି।
Gangster Atiq Ahmed Dog: ଅପରାଧୀରୁ ରାଜନେତା ପାଲଟିଥିବା ଗ୍ୟାଙ୍ଗଷ୍ଟାର ଅତୀକ ଅହମ୍ମଦଙ୍କୁ ନେଇ ଆସିଛି ବଡ଼ ଖବର। ଏଥର ମାଲିକ ଅତୀକ ଅହମ୍ମଦଙ୍କ ବଦଳରେ ଚର୍ଚ୍ଚାକୁ ଆସିଛି ତାଙ୍କ କୁକୁର। ଗୋଟିଏ ପଟେ ମାଲିକ କାରାଗାରରେ ବନ୍ଦ ଥିବା ବେଳେ, ଅନ୍ୟପଟେ ତାଙ୍କ କୁକୁର ଭୋକ ଶୋଷରେ ପ୍ରାଣ ହରାଇଥିବାର ଖବର ମିଳିଛି। ଅତୀକ୍ ଅହମ୍ମଦଙ୍କ କୁକୁର ବ୍ରୁନୋ ଉତ୍ତର ପ୍ରଦେଶ ଚାକିଆସ୍ଥିତ ତାଙ୍କ ଘରେ ପ୍ରାଣ ହରାଇଥିବାର ଖବର ମିଳିଛି। ଗ୍ୟାଙ୍ଗଷ୍ଟାର ଅତୀକ ଅହମ୍ମଦ ଏବେ ଗୁଜୁରାଟର ସବରମାତି କାରାଗରରେ ବନ୍ଦ ଅଛନ୍ତି।
ଗ୍ୟାଙ୍ଗଷ୍ଟାର ଅତୀକ୍ ଅହମ୍ମଦଙ୍କର (Gangster Atiq Ahmed) ବିଦେଶୀ ପ୍ରଜାତିର ପାଞ୍ଚଟି କୁକୁର (Foreign Breed Dog) ଅଛନ୍ତି। ସେଥି ମଧ୍ୟରୁ ଗୋଟିଏ ଭୋକ ଶୋଷରେ ପ୍ରାଣ ହରାଇଥିବା ବେଳେ ଏବଂ ବାକି ଚାରି ଜଣଙ୍କ ଅବସ୍ଥା ମଧ୍ୟ ବିଗିଡି ଯାଇଛି। କାର୍ଯ୍ୟାନୁଷ୍ଠାନ ଭୟରେ ପଡୋଶୀ ମଧ୍ୟ ତାଙ୍କ କୁକୁରକୁ ଖାଦ୍ୟ କିମ୍ବା ପାଣି ଯୋଗାଇ ଦେଉନାହାଁନ୍ତି।
ନିକଟରେ ଉତ୍ତର ପ୍ରଦେଶ (Uttar Pradesh) ପ୍ରୟାଗରାଜ ଜିଲ୍ଲାରେ (Prayagraj District) ହୋଇଥିବା ଉମେଶ ପାଲ ହତ୍ୟା ଘଟଣାରେ (Umesh Pal Murder Case) ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅପରାଧୀରୁ ରାଜନେତା ପାଲଟିଥିବା ଗ୍ୟାଙ୍ଗଷ୍ଟାର ଅତୀକ ଅହମ୍ମଦ। ମୃତକ ଉମେଶ ପାଲ ହେଉଛନ୍ତି ୨୦୦୫ ମସିହାରେ ହୋଇଥିବା ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟା ଘଟଣାର (Umesh Pal Murder Case) ସାକ୍ଷୀ। ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ (BSP MLA Raju Pal Murder Case) କାରଦଣ୍ଡ ଭୋଗୁଛନ୍ତି ଅତୀକ୍ ଅହମ୍ମଦ। ଉମେଶ ପାଲଙ୍କ ହତ୍ୟାକାଣ୍ଡର ଗୋଟିଏ ଦିନ ପରେ ଅତୀକ ଅହମ୍ମଦ, ତାଙ୍କ ପତ୍ନୀ ଶାହିସ୍ତା ପରବୀନ (Shaista Parveen), ତାଙ୍କର ଦୁଇ ପୁଅ, ଅତୀକ ଅହମ୍ମଦଙ୍କ ସାନଭାଇ ଖାଲିଦ ଆଜିମ ଛଦ୍ମନାମ ଆଶରଫ୍ (Khalid Azim Alias Ashraf) ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇସାରିଛି।
ପୂର୍ବତନ ସାଂସଦ ଅତୀକ୍ ଅହମ୍ମଦଙ୍କ ସାନଭାଇ ଖାଲିଦ ଆଜିମଙ୍କୁ ନିର୍ବାଚନରେ ପରାସ୍ତ କରି ପଶ୍ଚିମ ଆହ୍ଲାବାଦ ବିଧାନସଭା ଆସନ (Allahabad West Assembly Constituency) ନିର୍ବାଚିତ ହେବାର କିଛି ମାସ ପରେ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା। କାରାଗାରରେ ବନ୍ଦ ରହିଥିବା ଗ୍ୟାଙ୍ଗଷ୍ଟାର ଅତୀକ ଅହମ୍ମଦ ଉତ୍ତର ପ୍ରଦେଶ ଏକ ଜେଲକୁ ସ୍ଥାନାନ୍ତର କରାଯିବା ବିରୋଧରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଅତୀକ ଅହମ୍ମଦ କହିଛନ୍ତି ଯେ ତାଙ୍କୁ ଏନକାଉଣ୍ଟର କରାଯାଇପାରେ।
ଅନ୍ୟପଟେ ଅତୀକ୍ ଅହମ୍ମଦଙ୍କ ସାନଭାଇ ଖାଲିଦ ଆଜିମ ଏବେ ଉତ୍ତର ପ୍ରଦେଶ ବରେଲି ଜିଲ୍ଲା କାରାଗାରରେ ବନ୍ଦ ଅଛନ୍ତି। ସେ ମଧ୍ୟ ଅଦାଲତରେ ଏକ ଆବେଦନ କରିଛନ୍ତି। ଯେଉଁଥିରେ କାରଗାରରୁ ଅନ୍ୟତ୍ର ସ୍ଥାନାନ୍ତର ନ କରିବା ପାଇଁ ଖାଲିଦ ଆଜିମ ନିବେଦନ କରିଛନ୍ତି। ଜେଲରୁ ବାହାର କରାଗଲେ ତାଙ୍କର ହତ୍ୟା ହୋଇପାରେ ବୋଲି ଅଶରଫ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟପଟେ ଉମେଶ ପାଲ ହତ୍ୟା ଘଟଣାରେ ଅତୀକ୍ ଅହମ୍ମଦଙ୍କ ପୁଅ ଅସାଦଙ୍କ ମୁଣ୍ଡ ଉପରେ ଉତ୍ତର ପ୍ରଦେଶ ପୋଲିସ ୨.୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି।