why fog put brake on train in winter: ଶୀତ ଋତୁରେ କୁହୁଡ଼ି ହେବା କାରଣରୁ ଅନେକ ସମୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥାଏ। ସ୍ଥିତି ଏପରି ହୋଇଥାଏ ଯେ ରେଳବାଇ ପକ୍ଷରୁ ବିଭିନ୍ନ ଟ୍ରେନ ଚଳାଚଳକୁ ବାତିଲ କରି ଦିଆଯାଇଥାଏ। ପ୍ରତିବର୍ଷ ଭାରତୀୟ ରେଳବାଇ ଏଭଳି ପରିସ୍ଥିତର ସାମ୍ନା କରିଥାଏ। ବିଶେଷ କରି ଶୀତ ଋତୁରେ ଉତ୍ତର ଭାରତରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥାଏ। ଶୀତ ଦିନେ ଟ୍ରେନ ବାଧାପ୍ରାପ୍ତ ହେବା ପଛରେ କୁହୁଡ଼ି ଏକ ମୁଖ୍ୟ କାରଣ ବୋଲି କୁହାଯାଏ। କେବଳ କୁହୁଡ଼ି କାରଣରୁ ଶୀତ ଋତୁରେ ଟ୍ରେନ ଚଳାଚଳ ଉପରେ ସାମୟିକ ଭାବରେ ବ୍ରେକ ଲାଗିଯାଇଥାଏ। ଏପରିକି କିଛି ଟ୍ରେନ ଏହାର ଧାର୍ଯ୍ୟ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିବା ବଦଳରେ କିଛି ନିର୍ଦ୍ଧିଷ୍ଟ ଦୂରତା ପର୍ଯ୍ୟନ୍ତ ଯାତ୍ରା କରିଥାଏ। ହେଲେ କେବେ ଆପଣ ଚିନ୍ତା କରିଛନ୍ତି ଶୀତ ଦିନେ କୁହୁଡ଼ି ସମସ୍ୟାର ମୁକାବିଲା କରିବା ପାଇଁ ରେଳବାଇ ଦ୍ୱାରା କରାଯାଉଥିବା ପ୍ରୟାସ କାହିଁକି ବିଫଳ ହୋଇଥାଏ? 


COMMERCIAL BREAK
SCROLL TO CONTINUE READING

କୁହୁଡି କାରଣରୁ କାହିଁକି ଧାର୍ଯ୍ୟ ବେଗରେ ଯାତ୍ରା କରି ପାରେ ନାହିଁ ଟ୍ରେନ୍?
ଶୀତ ଋତୁରେ କୁହୁଡ଼ି ହେବା କାରଣରୁ ଟ୍ରେନ ଏହାର ଧାର୍ଯ୍ୟ ବେଗରେ ଯାତ୍ରା କରି ପାରେ ନାହିଁ। ଏହା ପଛରେ ଏକ ବୈଷୟିକ କାରଣ ମଧ୍ୟ ରହିଛି। ତାହା ହେଉଛି ରେଳ ଧାରଣାର ଉଭୟ ପାର୍ଶ୍ୱରେ ରହିଥିବା ସିଗନାଲ୍ ଅନୁଯାୟୀ ଟ୍ରେନ୍ ଚଳାଚଳ କରିଥାଏ। ହେଲେ ଶୀତ ଦିନେ କୁହୁଡ଼ି ହେବା କାରଣରୁ ଦୃଶ୍ୟମାନତା କମ ହୋଇଯାଏ। ଯାହାର ଫଳସ୍ୱରୂପ ଲୋକ ପାଇଲଟ୍ ରେଳ ଧାରଣାର ଉଭୟ ପାର୍ଶ୍ୱରେ ରହିଥିବା ସିଗନାଲ୍ ଦେଖିବାରେ ଅସୁବିଧାର ସାମ୍ନା କରିଥାନ୍ତି। କେବଳ ସେତିକି ନୁହେଁ ଏଭଳି ପରିସ୍ଥିତିରେ ରେଳବାଇ ସିଗନାଲ ଖୁଣ୍ଟରେ ଲାଗିଥିବା ଲାଲ କିମ୍ବା ସବୁଜ ରଙ୍ଗର ବତୀ ଦେଖିବାକୁ ହେଲେ ଲୋକ ପାଇଲଟ୍ ଙ୍କୁ ଏହାର ଅତି ନିକଟତର ହେବାକୁ ପଡିଥାଏ। ଯଦି ସେ ସିଗିନାଲ କ'ଣ ରହିଛି ଯଦି ଜାଣିବା ପାଇଁ ଚାହାଁନ୍ତି ତାହେଲେ ସେ ଟ୍ରେନ ଗତି କରିବା ଅବସ୍ଥାରେ ଅଚାନକ ବ୍ରେକ୍ ମଧ୍ୟ ପ୍ରୟୋଗ କରିପାରିବେ ନାହିଁ। ଯେଉଁ କାରଣରୁ ଯେକୌଣସି ସମୟରେ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିବାର ସମ୍ଭବନା ରହିଥାଏ। ଏହି କାରଣରୁ ଶୀତ ଋତୁରେ କୁହୁଡ଼ି ହେଲେ ଟ୍ରେନ ସ୍ପୀଡ଼ ଏହାର ଧାର୍ଯ୍ୟ ବେଗ ଅପେକ୍ଷା ଯଥେଷ୍ଟ ମାତ୍ରାରେ କମିଯାଏ। ଯେଉଁ କାରଣରୁ ଅନେକ ଟ୍ରେନ୍ ଏହାର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇଥାଏ।


Also Read: Indian Railway: ଦିନରେ ଶଗଡ ଗାଡ଼ି, ହେଲେ ରାତିରେ ରକେଟ ପାଲଟି ଯାଇଥାଏ ଟ୍ରେନ, ଏପରି କାହିଁକି ହୋଇଥାଏ?


କିପରି କରାଯିବା ଏପରି ସମସ୍ୟାର ସମାଧାନ?
ଯଦି ରେଳବାଇ କୌଣସି ଏକ ମାର୍ଗରେ ଏକ ସମ୍ପୂର୍ଣ୍ଣ ବ୍ଲକ୍ ସିଷ୍ଟମ ସ୍ଥାପନ କରାଯାଏ ତାହେଲେ ଏପରି ସମସ୍ୟାର ସମାଧାନ କରାଯାଇ ପାରିବ। ଏହି ବ୍ୟବସ୍ଥା ଅଧିନରେ ଗୋଟିଏ ସମୟରେ କେବଳ ଗୋଟିଏ ଟ୍ରେନ୍ ଚଳାଚଳ କରିଥାଏ। ସେତେବେଳର ଅନ୍ୟ କୌଣସି ଟ୍ରେନ ରେଳ ଧାରଣାରେ ଗତି କରିପାରିବ ନାହିଁ। ଯଦି ଏପରି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଏ ତାହେଲ କୌଣସି ଟ୍ରେନ୍ ଏହାର ଧାର୍ଯ୍ୟ ବେଗରେ ଚଳାଚଳ କରିପାରିବ। ହେଲେ ଆମ ଦେଶରେ ଟ୍ରେନ ସିଗନାଲ ଟୁ ସିଗନାଲ ବ୍ୟବସ୍ଥା ଦ୍ୱାରା ପରିଚାଳିତ ହୋଇଥାଏ। ଯାହା ଫଳ ସ୍ୱରୂପ ଯଦି ଗୋଟିଏ ଟ୍ରେନ୍ ବିଳମ୍ବରେ ଏହାର ଯାତ୍ରା ଆରମ୍ଭ କରିଥାଏ ତାହେଲେ ଏହା ପଛରେ ରହିଥିବା ସମସ୍ତ ଟ୍ରେନ୍ ମଧ୍ୟ ବିଳମ୍ବିତ ହୋଇଥାଏ।