AirTel Recharge Plan: ଏୟାରଟେଲ ନିଜ ଗ୍ରାହକମାନଙ୍କୁ ଅନେକ ପ୍ରକାରର ପ୍ରିପେଡ୍ ଯୋଜନା ପ୍ରଦାନ କରିଥାଏ । ବିଭିନ୍ନ ଗ୍ରାହକଙ୍କ ଭିନ୍ନ ଆବଶ୍ୟକତା ଅନୁଯାୟୀ ଏହି ଯୋଜନାଗୁଡିକୁ ପ୍ରଦାନ କରିଥାଏ କମ୍ପାନୀ । ଯଦି ଆପଣ ଜଣେ ଏୟାରଟେଲ ଗ୍ରାହକ ତେବେ ଆପଣଙ୍କ ପାଇଁ ଏକ ଭଲ ପ୍ଲାନ୍ ଏୟାରଟେଲ୍ ପକ୍ଷରୁ ଉପଲବ୍ଧ ରହିଛି । ଯେଉଁଥିରେ ଆପଣ ବାରମ୍ବାର ରିଚାର୍ଜ କରିବା ଟେନସନରୁ ମୁକ୍ତି ପାଇପାରିବେ । ଦୀର୍ଘ ବୈଧତା ସହିତ ଏହି ପ୍ଲାନରେ ଆପଣ ବିଭିନ୍ନ ପ୍ରକାରର ସୁବିଧା ପାଇପାରିବେ । ଆଜି ଆମେ ଆପଣଙ୍କୁ ସେହି ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ ।


COMMERCIAL BREAK
SCROLL TO CONTINUE READING

ଆମେ ଆପଣଙ୍କୁ ଏୟାରଟେଲର 1,799 ଟଙ୍କା ପ୍ରିପେଡ୍ ପ୍ଲାନ୍ ବିଷୟରେ ସମସ୍ତ ସୂଚନା ଦେବାକୁ ଯାଉଛୁ । ଏହି ପ୍ଲାନରେ ଆପଣ ୩୬୫ ଦିନର ଦୀର୍ଘ ବୈଧତା ପାଇପାରିବେ ଅର୍ଥାତ୍ ଏହା ୧ ବର୍ଷ ପର୍ଯ୍ୟନ୍ତ ଉପଲବ୍ଧ । ଏହା ବ୍ୟତୀତ ଡାଟା, ଅସୀମିତ କଲ୍ ଏବଂ SMS ପରି ଅନେକ ଅତିରିକ୍ତ ସୁବିଧା ମଧ୍ୟ ଏହି ପ୍ଲାନରେ ଗ୍ରାହକଙ୍କ ପାଇଁ ଦିଆଯାଇଛି ।


ଏହି ପ୍ଲାନରେ ଗ୍ରାହକଙ୍କୁ ଇଣ୍ଟରନେଟ୍ ସୁବିଧା ଖୁବ୍ ଭଲ ମିଳୁଛି । ଗ୍ରାହକମାନେ ଏଥିରେ ୨୪ ଜିବି ପର୍ଯ୍ୟନ୍ତ ଇଣ୍ଟରନେଟର ଲାଭ ଉଠାଇପାରିବେ । ଏହା ବ୍ୟତୀତ ଗ୍ରାହକଙ୍କୁ ଅସୀମିତ ଲୋକାଲ୍ ଏବଂ STD କଲ୍ ସୁବିଧା ପ୍ରଦାନ କରାଯାଉଛି । ଏହା ବ୍ୟତୀତ, ୩୬୫ ଦିନ ପର୍ଯ୍ୟନ୍ତ ଆପଣ ୩୬୦୦ SMS ମଧ୍ୟ ଲାଭ ଉଠାଇ ପାରିବେ ।


ଏହା ବ୍ୟତୀତ ଏହି ପ୍ଲାନରେ ଗ୍ରାହକମାନଙ୍କୁ ୩ ମାସ ପାଇଁ Apollo 24/7 Circle ସହ ମାଗଣା ୱିଙ୍କ ମ୍ୟୁଜିକ୍ ସୁବିଧା ମଧ୍ୟ ଦିଆଯାଇଛି । ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ଏହି ପ୍ଲାନରେ ଆପଣ ଦିନକୁ ୧୦୦ଟି SMS ପଠାଇପାରିବେ । ଯଦି ଆପଣଙ୍କୁ ପ୍ରଦାନ କରାଯାଇଥିବା ଡାଟା ସରିଯାଏ ତେବେ 50p / MB ଦରରେ ଚାର୍ଜ କରାଯିବ । ଏଥିସହ ଆପଣଙ୍କୁ ଅଧିକ ଡାଟାର ଆବଶ୍ୟକତା ହେଲେ ଆପଣ ଅନ୍ୟ ଡାଟା ପ୍ୟାକ୍ ବ୍ୟବହାର କରିପାରିବେ ।


Also Read- Budh Gochar 2024: ହୋଲି ପରଦିନରୁ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ


Also Read- Sahara India Refund List: ମିଳିବ ସାହାରା ଟଙ୍କା, ଫେରସ୍ତ ନେଇ ଆସିଲା ନୂଆ ତାଲିକା