Ghost Fear: ଅନ୍ଧାର ହେଲେ ମନରେ ପସୁଛି ଛନକା: ଶୁଭୁଛି କାନ୍ଦିବାର ସ୍ୱର !
ବାଲେଶ୍ୱର ବାହାନଗାର ରେଳ ଦୁର୍ଘଟଣା (train accident case) ରାଜ୍ୟ ସମେତ ଦେଶକୁ ଥରାଇ ଦେଇଛି । ସମୁଦାୟ ୨ଶହରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଅକାଳ ମୃତ୍ୟୁ ଅନେକ ପରିବାର (family) ଆଖିରେ ଲୁହ ଭରିଦେଇଛି । କିଏ ବାପା (father)କୁ ହରାଇଛି, ତ ପୁଣି କିଏ ପୁଅ (son)କୁ । କିଏ ସ୍ତ୍ରୀକୁ ହରାଇଛି ପୁଣି କିଏ ନିଜ ବନ୍ଧୁକୁ । ଆଉ ଯିଏ ଅଳ୍ପକେ ବର୍ତ୍ତିଯାଇ
Ghost Fear: ବାଲେଶ୍ୱର ବାହାନଗାର ରେଳ ଦୁର୍ଘଟଣା (train accident case) ରାଜ୍ୟ ସମେତ ଦେଶକୁ ଥରାଇ ଦେଇଛି । ସମୁଦାୟ ୨ଶହରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଅକାଳ ମୃତ୍ୟୁ ଅନେକ ପରିବାର (family) ଆଖିରେ ଲୁହ ଭରିଦେଇଛି । କିଏ ବାପା (father)କୁ ହରାଇଛି, ତ ପୁଣି କିଏ ପୁଅ (son)କୁ । କିଏ ସ୍ତ୍ରୀକୁ ହରାଇଛି ପୁଣି କିଏ ନିଜ ବନ୍ଧୁକୁ । ଆଉ ଯିଏ ଅଳ୍ପକେ ବର୍ତ୍ତିଯାଇଛି ସେ ଅତି ନିକଟରୁ ଦେଖିଛି ମୃତ୍ୟୁର ଫାସକୁ ।
ଗତ ୨ ତାରିଖ ଶୁକ୍ରବାର (friday) ଦିନ ସମୟ ପାଖାପାଖି ସନ୍ଧ୍ୟା ୭ଟା ସମୟରେ କରମଣ୍ଡଳ ଏକ୍ସପ୍ରେସ ବାହାନଗାଠାରେ ମାଲଗାଡିକୁ ଧକ୍କା ଦେଇଥିଲା । ଫଳରେ କରମଣ୍ଡଳର ବଗି ଗୁଡିକ ଟ୍ରେନ ଲାଇନର ୨ ପାର୍ଶ୍ୱକୁ ଓଲଟି ପଡିଥିଲା । ପରେ ସେହି ରୁଟରେ ହାୱଡା ୟସବନ୍ତପୁର ଏକ୍ସପ୍ରେସ୍ କରମଣ୍ଡଳ ସହ ଧକ୍କା ହୋଇଥିଲା । ଲଗାତାର ୩ଟି ଟ୍ରେନ୍ ଦୁର୍ଘଟଣା ଫଳରେ ଭୟଙ୍କର ସ୍ଥିତି ଉପୁଜିଥିଲା । କେହି କିଛି ବୁଝିବା ପୂର୍ବରୁ ସବୁକିଛି ଶେଷ ହୋଇଯାଇଥିଲା । ଯେପରି କାଳ ରୂପି ଯମଦୂତମାନେ ସେହି ରାସ୍ତାରେ ଅପେକ୍ଷା କରି ରହିଥିଲେ । ରେଳ ରାସ୍ତା ଓ ପାଖ ସ୍ଥାନରେ ଛିଟିକି ପଡିଥିଲା ରେଳଯାତ୍ରୀଙ୍କ ଶରୀର । ନିମିଷକେ ଚାଲିଯାଇଥିଲା ଜୀବନ । ଦୁର୍ଘଟଣା ଘଟିବା ପରେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik), ୫ଟି ସେକ୍ରେଟାରୀ ଭିକେ ପାଣ୍ଡିଆନ (vk pandian) ମଧ୍ୟ ପହଞ୍ଚିଥିଲେ ଘଟଣାସ୍ଥଳରେ । ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (cm mamata banerji) ମଧ୍ୟ ଘଟଣାସ୍ଥଳକୁ ଆସିଥିଲେ । ରେସ୍କ୍ୟୁ ଟିମ୍ ଘଟଣା ସ୍ଥଳରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲା । ପିଏମ ମୋଦୀ (pm modiji) ମଧ୍ୟ ଘଟଣାସ୍ଥଳରେ ଆସି ପହଞ୍ଚି ପରିସ୍ଥିତି ଦେଖିବା ସହ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅନ୍ୟପଟେ ସ୍ଥାନୀୟ ଲୋକମାନେ ମଧ୍ୟ ରେସ୍କୁ ଟିମ ସହ ସହଯୋଗର ହାତ ବଢାଇ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରିଥିଲେ । ଆହତ କିଛି ବ୍ୟକ୍ତି ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ପାଣି ଦେଇଥିବା କଥା ଜଣେ ମହିଳା କହିଛନ୍ତି । ରେଳ ଲାଇନ ଓ ନିକଟସ୍ଥ ଚାଷ ଜମିରେ ମୃତଦେହ ଗୁଡିକ ରଖାଯାଇଥିଲା । ରେଳ ଧାରଣାରୁ ରାସ୍ତା କଡ ପର୍ଯ୍ୟନ୍ତ ରକ୍ତର ଛିଟା ଦେଖିବାକୁ ମିଳିଥିଲା । ଯାହା ବର୍ତ୍ତମାନ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି କରିଥିବା ଆଲୋଚନା ହେଉଛି । ବାହାନଗାର କିଛି ବାସିନ୍ଦାଙ୍କ ମନରେ ତାହା ଭୟ ସୃଷ୍ଟି କରିଛି । ସ୍ଥାନୀୟ ଜଣେ ବାସିନ୍ଦା କହିଛନ୍ତି ଯେ, କିଛି ଲୋକ ଉକ୍ତ ରାସ୍ତାରେ ଯିବା ଆସିବା କରିବା ପାଇଁ ଭୟ କରୁଛନ୍ତି । ଯେଉଁମାନଙ୍କ ମନରେ ଭୂତ, ପ୍ରେତର ଭୟ ରହିଛି ବିଶେଷ କରି ସେମାନେ ସନ୍ଧ୍ୟା ହେଲେ ସେହି ରାସ୍ତାରେ ଯିବା ଆସିବା କରିବାକୁ ଭୟ କରୁଛନ୍ତି । କେହି କେହି ବିଳମ୍ୱିତ ରାତିରେ ଭୟଙ୍କର ଶବ୍ଦ ଶୁଣୁଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି । ବିଜ୍ଞାନ ଯୁଗରେ ଭୂତ, ପ୍ରେତକୁ ଗୁଜବ ବୋଲି କୁହାଯାଉଥିଲେ ମଧ୍ୟ ଲୋକଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ହେଉନଥିବା ଆଉ ଜଣେ ବ୍ୟକ୍ତି କହିଛନ୍ତି ।
ଅନ୍ୟପଟରେ ବାଲେଶ୍ୱରର କିଛି ସ୍ୱେଚ୍ଛାସେବୀଙ୍କ ସମେତ ଅନେକ ସହୃଦୟ ବ୍ୟକ୍ତି ମେଡିକାଲ ଗୁଡିକରେ ପହଞ୍ଚି ସ୍ୱେଚ୍ଛାକୃତ ଭାବରେ ଆହତଙ୍କ ପାଇଁ ରକ୍ତଦାନ କରିଥିଲେ । ଯାହାକୁ ସମସ୍ତେ ଅନେକ ପ୍ରଶଂସା କରିଛନ୍ତି ।
also read- ସହାୟତା ପାଇଁ ଆଗେଇ ଆସିଲେ ଏହି କଳାକାର