Cuttack News In Odia: ପୁଣି ଲଜ୍ଜା । କଟକର ଏକ ହୋଟେଲରେ (Hotel) ଆଇନ ଛାତ୍ରୀଙ୍କୁ (Law Student) ଦୁଷ୍ମର୍ମ କରାଯାଇଥିବା ଅଭିଯୋଗ ହୋଇଛି । ରାତିରେ ରୁମ୍ ଖୋଲା ଥିବାର ସୁଯୋଗ ନେଇ ହୋଟେଲ ମ୍ୟାନେଜର୍ (Hotel manager )ରୁମରେ ପଶି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି (Girl Student Raped Inside Hotel)। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନେଇ ପୀଡିତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। ଏବଂ ଏ-ହି ଘଟଣାରେ ମଧୁପାଟଣା ଥାନା ପୋଲିସ(Madhupatna Police Station) ହୋଟେଲର ମ୍ୟାନେଜରକୁ ଗିରଫ କରିଛି। 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଏକ ଆଇନ ବିଶ୍ୱବିଦ୍ୟାଳୟରେ (Law Student) ପଢୁଥିବା ବେଳେ ଗୁରୁବାର ତାଙ୍କର ଜଣେ ସହପାଠୀଙ୍କ ଜନ୍ମଦିନ ପାଳିବାକୁ ମଧୁପାଟଣା ଛକ ନିକଟରେ ଥିବା ଏକ ହୋଟେଲକୁ ଆସିଥିଲେ। ସଂନ୍ଧ୍ୟା ସମୟରେ ହୋଟେଲରେ ଜନ୍ମଦିନ ପାଳନ ହୋଇଥିଲା। ପରେ ସମସ୍ତେ ନିଜ ରୁମକୁ ଶୋଇବାକୁ ଯାଇଥିଲେ। ଶୁକ୍ରବାର ସକାଳେ ଛାତ୍ରୀ ଜଣକ ଅର୍ଦ୍ଧ ନଗ୍ନ ଅବସ୍ଥାରେ ରୁମ୍‌ରେ ପଡ଼ିଥିବା ଦେଖି ଅନ୍ୟ ସହପାଠୀମାନେ ତାଙ୍କୁ ହୋସକୁ ଆଣିଥିଲେ। ପରେ ତାଙ୍କ ସହ ଦୁଷ୍କର୍ମ ହୋଇଛି ବୋଲି ଛାତ୍ରୀ ଜଣକ ଜାଣିବାକୁ ପାଇଥିଲେ। ପରେ ଏ ସଂକ୍ରାନ୍ତରେ ମଧୁପାଟଣା ଥାନାରେ ପୀଡିତା ଏତଲା ଦେଇଥିଲେ। ପୋଲିସ ସିସି କ୍ୟାମେରା ଫୁଟେଜ ଯାଞ୍ଚ ପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଥିଲା। ପୀଡିତା ନିଜ ରୁମରେ ଶୋଇଲା ବେଳେ କବାଟ ଦେବାକୁ ଭୁଲି ଯାଇଥିଲେ। ଏ-ହି ସମୟରେ ହୋଟେଲ ମ୍ୟାନେଜର ରୁମରେ ପଶି ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ  ଜଣାପଡିଥିଲା। ପୋଲିସ୍ ଏହି ଘଟଣାରେ ହୋଟେଲର ମ୍ୟାନେଜରଙ୍କୁ ଗିରଫ କରିବା ସହ ଛାନଭିନ୍ ଆରମ୍ଭ କରିଛି । ଏବଂ ଉଭୟଙ୍କୁ ଡାକ୍ତରୀମାଇନା ପାଇଁ ପଠାଇଛି । 


Also Read : Akshaya Tritiya 2023: ଅକ୍ଷୟ ତୃତୀୟା ଦିନ ସୁନା କିଣି ନ ପାରିଲେ ,ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ଖୋଲିଯିବ ଆପଣଙ୍କ ଭାଗ୍ୟ


Also Read :  Akshaya Tritiya 2023: ଅକ୍ଷୟ ତୃତୀୟାରେ ରାଶି ଅନୁସାରେ କିଣନ୍ତୁ ଏହି ସବୁ ଜିନିଷ, ବର୍ଷିବ ଧନ...


Also Read :  Akshaya tritiya 2023: ଅକ୍ଷୟ ତୃତୀୟା ଦିନ କିଣନ୍ତୁ ନାହିଁ ଏହିସବୁ ଜିନିଷ; ମାଡ଼ି ବସିବ ସଙ୍କଟ, ହୋଇଯିବେ କାଙ୍ଗାଳ!


Also Read : Sambalpur Curfew Update: ଆଜି ସଂନ୍ଧ୍ୟାରେ ମିଳିବ ଇଣ୍ଟରନେଟ୍ ସେବା, ୯ ଦିନରୁ ଥିଲା ବନ୍ଦ


ସେହିପରି ଆଜି ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲାରେ ବୈପାରିଗୁଡାରେ । ଜଣେ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ବୈପାରିଗୁଡା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଘଟଣା ଅନୁସାରେ, ଗତ ୪ ମାସ ତଳେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ପଞ୍ଚାୟତର କୁମ୍ଭାରଗୁଡା ଗ୍ରାମର ଜଣେ ବ୍ୟକ୍ତି ବୈପାରିଗୁଡା ଥାନାରେ ନିଜ ଝିଅ ନିଖୋଜ ହୋଇଯାଇଥିବା ନେଇ ଏତଲା ଦେଇଥିଲେ। ଦୁଇ ଦିନ ତଳେ ପୋଲିସ ନବରଂଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳର ଡେଙ୍ଗାବେଡା ଗ୍ରାମର ସନ୍ତୋଷ ଦାସ (୨୨)କୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲେ। ତେବେ ନାବାଳିକାକୁ ଅପହରଣ କରିବା ସହ ଦୁଷ୍କର୍ମ କରିଥିବା ନେଇ ସନ୍ତୋଷ ବିରୋଧରେ ବାପା ଏତଲା ଦେଇଥିଲେ। ଏତଲାକୁ ଆଧାର କରି ସନ୍ତୋଷକୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଅଶ୍ବିନ ପଟ୍ଟନାୟକ ସୂଚନା ଦେଇଛନ୍ତି।