No Holi celebration: ଆଜି କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ରଙ୍ଗର ଉତ୍ସବକୁ ବେଶ ଧୁମଧାମରେ ପାଳନ କରାଯାଉଛି। ପୁର, ପଲ୍ଲୀ, ସହର, ନଗର ସବୁଠି ଦେଖିବାକୁ ମିଳିଛି ହୋଲିର ରଙ୍ଗ। ମାତ୍ର ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ଦେବଭୂମିରେ ପାଳନ ହୁଏନାହିଁ ହୋଲି। ଏହି ପାହାଡ଼ ରାଜ୍ୟରେ ଶହ ଶହ ଗାଁ ଅଛି ଯେଉଁଠାରେ ହୋଲି ଉତ୍ସବ ପାଳନ କରାଯାଏ ନାହିଁ। ଆଜି ମଧ୍ୟ ପିଥୋରାଗଡ଼ ଜିଲ୍ଲାର ଏହି ଗ୍ରାମ ଗୁଡି଼କରେ ହୋଲିର ରଙ୍ଗକୁ ଅଶୁଭ ବୋଲି ବିବେଚନା କରାଯାଏ । ଗ୍ରାମବାସୀ ବିଶ୍ୱାସ କରନ୍ତି ଯେ, ହୋଲି ପାଳନ କଲେ ଭଗବାନ କ୍ରେଧିତ ହୋଇଥାଆନ୍ତି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ପାହାଡି଼ ବରାମ ଆଦି ଗ୍ରାମର ସମସ୍ତ ବାସିନ୍ଦା ଭଗବାନ ଶିବ ଓ ଭଗବତୀଙ୍କ ରୂପ ଥିବା ଛିପଲା କେଦାର ଦେବଙ୍କୁ ପୂଜା କରଥାଆନ୍ତି। ଏହି ପାହାଡ଼ ଗାଁର ବାସିନ୍ଦାମାନେ ଚତୁର୍ଦିଗ ପରିକ୍ରମା କରନ୍ତି ଓ  ଛିପଲା କେଦାର କୁଣ୍ଡରେ ପବିତ୍ର ବୁଡ଼ ପକାନ୍ତି, ଯାହାକୁ 'ଗୁପ୍ତ କୈଳାସ' ମଧ୍ୟ କୁହାଯାଏ । ଏଠାର ଗ୍ରାମବାସୀମାନେ ବିଶ୍ୱାସ କରନ୍ତି ଯେ, ରଙ୍ଗ ଦେବତାମାନଙ୍କର ଅଞ୍ଚଳକୁ ଅଧିକ ପବିତ୍ର କରିଥାଏ। ଘାରଚୁଲା ଅନ୍ୱାଲ୍ ସମ୍ପ୍ରଦାୟ ଓ ମୁନ୍ସିୟାରିର ଜୋହର ଅଞ୍ଚଳର ବାରପାଟିଆ ଗ୍ରାମରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟଗୁଡି଼କ ହୋଲି ବିଷୟରେ ପାରମ୍ପାରିକ ବିଶ୍ୱାସ ରଖି ଏହାକୁ ପାଳନ କରନ୍ତି। ମାତ୍ର ପାହିଡି଼ ଇଲାକାର ଅପରପାର୍ଶ୍ୱରେ ଥିବା ପିଥୋରାଗଡ଼ ଜିଲ୍ଲାର ୧୦୦ରୁ ଅଧିକ ଗାଁରେ ଲୋକେ ହୋଲିରେ ରଙ୍ଗ ଖେଳଠାରୁ ଦୂରରେ ରହିଥାଆନ୍ତି । ରଙ୍ଗ ଖେଳାବା ଦ୍ବାରା ଦେବତାମାନେ ଅପବିତ୍ର ହୋଇଯିବେ ବୋଲି ବିଶ୍ୱାସ ରହିଛି। ହାରକୋଟ ଗାଁର ବାସିନ୍ଦା କହିଛନ୍ତି ଯେ, ଏଠାରେ ରଙ୍ଗର ପର୍ବକୁ ଅଶୁଭ ବୋଲି ବିବେଚନା କରାଯାଏ।  ବିଶ୍ୱାସ ରହିଛି ଯେ ଏହି ଅଞ୍ଚଳରେ ହୋଲି ଖେଳିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ପାଇଁ ଜୀବନରେ କିଛି ନା କିଛି ଦୈବୀ ଦୁର୍ବିପାକ ଘଟିଯାଏ। ହୋଲି ଖେଳିବା ଦ୍ବାରା ପରିବାରରେ କାହାର ମୃତ୍ୟୁ ହୋଇଥାଏ କିମ୍ବା ପଶୁ ଚୋରି ଭଳି ଘଟଣା ଘଟିପାରେ, ଏହି କାରଣରୁ ଗ୍ରାମବାସୀମାନେ ରଙ୍ଗ ଖେଳି ଦେବତାଙ୍କୁ ଅତୃପ୍ତି କରିବାକୁ ଚାହାଁନ୍ତି ନାହିଁ । ଏହି କାରଣରୁ ଏଠାରେ ଥିବା ଶହ ଶହ ଗ୍ରାମରେ ହୋଲି ପାଳନ କରାଯାଇନଥାଏ ।


Also Read- Retirement Age Hike: ହୋଲିରେ ମିଳିଲା ଖୁସି ଖବର! ସରକାରୀ କର୍ମଚାରୀଙ୍କ ଅବସର ବୟସରେ ୨ ବର୍ଷ ବୃଦ୍ଧି


ଐତିହାସିକଙ୍କ ସୂଚନା ମୁତାବାକ, ହୋଲି ପାହାଡ ରାଜ୍ୟର ପର୍ବ ନୁହେଁ। ପାର୍ବତ୍ୟର ଆଭ୍ୟନ୍ତରୀଣ ଓ ଦୁର୍ଗମ ଅଞ୍ଚଳରେ ରହୁଥିବା ସମ୍ପ୍ରଦାୟଗୁଡି଼କ ହୋଲି ପର୍ବ ଓ ରଙ୍ଗ ଖେଳିବା ଉପରେ ବିଶ୍ୱାସ କରନ୍ତି ନାହିଁ । ଅନେକ ଲୋକ ପାହାଡି଼ ଇଲାକାରୁ ଅନ୍ୟ ସ୍ଥାନକୁ ଯାଇ ସେଠାରେ ହୋଲି ପାଳନ୍ତି ମାତ୍ର ପାହାଡ଼ି ଅଞ୍ଚଳର ସୁଦୂର ଗାଁରେ ବାରପାଟିଆ ଓ ଅନୱାଲ ସମ୍ପ୍ରଦାୟର ଲୋକମାନେ ହୋଲିକୁ ଅପବିତ୍ର ବୋଲି ଭାବନ୍ତି ।