Gold and Silver Price Today: ଭାରତୀୟ ବଜାରରେ ସୁନା ଓ ରୂପା ଦର ପ୍ରତିଦିନ ପରିବର୍ତ୍ତନ ହୋଇଥାଏ।  ତେବେ, ଗତକିଛି ଦିନ ହେବ ଭାରତୀୟ ବଜାରରେ ଉଭୟ ଧାତୁର ଦର କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଗତ ଦୁଇ ଦିନ ହେବ ସୁନା ଓ ରୂପାର ଦର କ୍ରମାଗତ ଭାବେ ଖସିଛି । ତେବେ, ଆଗକୁ ଫେଷ୍ଟିଭାଲ ସିଜିନ ଆରମ୍ଭ ହେବାକୁ ଥିବାକୁ ସୁନା (10 gram gold) ଓ ରୂପା ଦର (Silver Price) ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଯଦି ଆପଣ ସୁନା  କିମ୍ବା ରୂପା ଅଳଙ୍କାର ତିଆରି କରିବାକୁ ଚାହୁଁଛନ୍ତି ବା କିଣିବାକୁ ଚାହୁଛନ୍ତି । ତେବେ, ଆଜି ଯଥାଶିଘ୍ର ଏହି କାମ ସମ୍ପନ୍ନ କରନ୍ତୁ କାରଣ ଦେଶରେ ଉଭୟ ଧାତୁର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି ।  ଆଜି ସୁନା ଓ ରୂପା ଦର ଖସିଛି । ଏଠାରେ ଜାଣନ୍ତୁ କେଉଁ ସହରରେ କେତେ ରହିଛି ସୁନା ଓ ରୂପା ଦର। 


COMMERCIAL BREAK
SCROLL TO CONTINUE READING

Also Read:  Horoscope Today 29 July 2023: ଏହି ୩ ରାଶିରେ ରହିଛି ଘାତଚନ୍ଦ୍ର ଯୋଗ, ମାଲେମାଲ୍ ହେବେ ଏହି ୪ ରାଶି! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ


Also Read:  Shani Sade Sati 2023: ଏସବୁ ରାଶିଙ୍କ ଉପରେ ଚାଲିଛି ଶନିଙ୍କ ସାଢେ ସତୀ! କୋପଦୃଷ୍ଟିରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ସବୁ ଉପାୟ


ଭାରତୀୟ ସରଫା ବଜାରରେ (Indian bullion market) ଚାହିଦା ବୃଦ୍ଧି ସହିତ ସୁନା ଓ ରୂପା ମୂଲ୍ୟ (Gold and Silver Price) ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି । ଶନିବାର ସରଫା ବଜାରରରେ  ୨୨ କ୍ୟାରେଟର ସୁନା ୧୦ ଗ୍ରାମ୍ ପ୍ରତି ଦର ମୂଲ୍ୟ ୫୯,୭୦୦ ଟଙ୍କା ରହିଛି। ସେହିପରି ରୂପାର ମୂଲ୍ୟ କିଲୋ ପିଛା ୭୪,୨୩୦ ରହିଛି । 


Also Read: Padmini Ekadashi 2023: ଆଜି ମଳ ମାସ ପଦ୍ମିନୀ ଏକାଦାଶୀ, ସନ୍ତାନ ପ୍ରାପ୍ତି ଲାଗି କରନ୍ତୁ ଏହି ବିଶେଷ ପୂଜା ବିଧି!


Also Read: Rinku Singh 6abs Photo: 6 pack ଫଟୋ ଦେଖି ରିଙ୍କୁ ସିଂହଙ୍କ ପ୍ରେମରେ ପଡ଼ିଲେ କି ଶୁବମନ ଗିଲଙ୍କ ଭଉଣୀ, ଦେଖନ୍ତୁ କଣ ଦେଇଛନ୍ତି କମେଣ୍ଟ


ଭୁବନେଶ୍ୱର-ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହରଗୁଡ଼ିକରେ ଏହା ହେଉଛି ସୁନା ଓ ରୂପା ଦର: 


ଜାତୀୟ ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ (୨୨ କ୍ୟାରେଟ୍) ସୁନା ୧୦ ଗ୍ରାମ ପିଛା ୫୫,୨୫୦ ଟଙ୍କାରେ କାରବାର କରୁଛି । ସେହିପରି ୨୪ କ୍ୟାରେଟର ଦର ୧୦ ଗ୍ରାମ୍ ପ୍ରତି ୬୦,୨୬୦ ଟଙ୍କା ରହିଛି । ସେହିପରି ରୂପାର ଦର କିଲୋ ପିଛା ୭୬,୪୦୦ ଟଙ୍କା ରହିଛି।  । ସେହିପରି ଭୁବନେଶ୍ବରରେ ସୁନା ୨୨ କ୍ୟାରଟର ଦର ୧୦ ଗ୍ରାମ୍ ପ୍ରତି ୫୫,୧୦୦ ଟଙ୍କା ରହିଛି। ସେହିପରି ଆଜି ୨୪ କ୍ୟାରଟ୍ ଦର ୧୦ ଗ୍ରାମ୍ ପ୍ରତି ୬୦,୧୧୦ ଟଙ୍କା ରହିଛି । ସେହିପରି ରୂପା ଦର କିଲୋପ୍ରତି ଆଜି ୭୯,୫୦୦ ଟଙ୍କା ରହିଛି। 


କିପରି ଜାଣିବେ ସୁନାର ନୂଆ ଦାମ୍?
କହି ରଖୁଛୁ ଯେ ଆପଣ ଘରେ ବସି ଏହି ଦରଗୁଡ଼ିକୁ ସହଜରେ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ଏହି ୮୯୫୫୬୬୪୪୩୩ ନମ୍ବରରେ ଏକ ମିସ୍ କଲ୍ ଦେବାକୁ ପଡିବ ଏବଂ ଆପଣଙ୍କ ଫୋନରେ ଏକ ମେସେଜ୍ ଆସିବ, ଯେଉଁଥିରେ ଆପଣ ସର୍ବଶେଷ ଦର ଚେକ୍ କରିପାରିବେ ।