Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ଆଜି ପୁଣି ଥରେ ଖସିଲା ସୁନା ରେଟ୍। ଗତକାଲି ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ବେଳେ ଆଜି ସୁନା ରେଟ୍ ହ୍ରାସ ପାଇଛି। ପାର୍ବଣ ପୂର୍ବରୁ ଖସିଛି ରେଟ୍। ଯାହା ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେଇଛି। ଯଦି ଆଜି ଆପଣ ସୁନା କିଣିବା ପାଇଁ ପ୍ଲାନ୍ କରିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ,ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୭ ହଜାର ୩୦୩ ରହିଛି ଯାହାକି ଗତ କାଲି ଅପେକ୍ଷା ୧ ଟଙ୍କା ହ୍ରାସ ପାଇଛଇ। ସେହିପରି ୨୨ କ୍ୟାରେଟ ଭରି ପିଛା ୬ ହଜାର ୬୯୪ ଟଙ୍କା ରହିଛି।


COMMERCIAL BREAK
SCROLL TO CONTINUE READING

ଆଜି ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ଗ୍ରାମ୍ ପିଛା ୬,୬୯୪ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ଗ୍ରାମ୍ ପିଛା ୭,୩୦୩ ରହିଛି। ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧ ଗ୍ରାମ୍ ପିଛା ୭,୭୦୯ ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ଗ୍ରାମ ପିଛି ୭,୩୧୮ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୨୦ ଟଙ୍କା ହ୍ରାସ ପାଇଛି।


ସେହିପରି ମାୟା ନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ଗ୍ରାମ୍ ପିଛା ୬,୬୯୪ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ଭରି ପିଛା ୭,୩୦୩ ରହିଛି। ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ଦର ଗ୍ରାମ ପିଛା ୬,୬୯୪ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ଗ୍ରାମ ପିଛା ୭,୩୦୩ ରହିଥିବା ଦେଖିବାକୁ ମିଳିଛି। ସେହିପରି କୋଲକାତାରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ଗ୍ରାମ୍ ପିଛା ୬,୬୯୪ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ଗ୍ରାମ୍ ପିଛା ୭,୩୦୩ ରହିଛି।