Gold Silver Prices Today: ପାର୍ବଣ ଋତୁ ଚାଲିଥିବା ବେଳେ ଦିନ କେଇଟା ପରେ ଆରମ୍ଭ ହେବ ବିବାହ ସିଜିନ୍ (Wedding Season)। ଯଦି ଆପଣ ସୁନା ଗହଣା କଣିବାକୁ ଯୋଜନା କରିଛନ୍ତି । ତେବେ, ଏହି ଖବରଟି ଖାସ୍ ଆପଣଙ୍କ ପାଇଁ  ।  କାହିଁକିନା ଗୋଟିଏ ସପ୍ତାହରେ ଲଗାତର ତୃତୀୟ ଥର ପାଇଁ ସୁନା ଦର ଖସିଛି।  କାରଣ ବର୍ତ୍ତମାନ ଆପଣଙ୍କୁ ପୂର୍ବ ଅପେକ୍ଷା ସୁନା ଗହଣାରେ କମ୍ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ତେବେ, ଆସନ୍ତୁ ଜାଣିବା ଆଜିର ଦର କେତେ ରହିଛି (Today Gold Silver Price)।


COMMERCIAL BREAK
SCROLL TO CONTINUE READING

ସରଫା ବଜାରରେ ଅର୍ଥାତ୍ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା (Gold Rate)ଦର  ୧୦ ଗ୍ରାମ୍ ପ୍ରତି ୫୨,୫୫୦ ଟଙ୍କା ରହିଛି । ଅର୍ଥାତ୍ ଆଜି ସୁନା ଦର ଭରି ପ୍ରତି ୨୦୦ ଟଙ୍କା ଖସିଛି। ସେହିପରି ଏହି ଦର ଗତକାଲି ୫୨,୭୫୦ ଟଙ୍କା ଥିଲା । ସେହିପରି ଆଜି ୨୪ କ୍ୟାରେଟ୍ ସୁନା ଦର ଭରି ପ୍ରତି ୫୭,୩୧୦ ଟଙ୍କା ରହିଛି । ଏହି ଦର ଗତକାଲି ୫୭,୫୩୦ ଟଙ୍କା ଥିଲା। ସେହିପରି ଦିଲ୍ଲୀରେ ରୁପା କେଜି ପ୍ରତି ୭୧,୧୦୦ ରହିଛି । ଏହି ଦର ଗତକାଲି ୭୦,୭୦୦ ଟଙ୍କା ଥିଲା। ରୂପାଦରରେ ୪୦୦ ଟଙ୍କା ବୃଦ୍ଧି ଘଟିଛି। 


ସେହିପରି ମାୟାନଗରୀ ମୁମ୍ବାଇରେ ବି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୫୨,୪୦୦ ଟଙ୍କା ଥିବା ବେଳେ ଗତକାଲି ଏହାର ରେଟ୍ ୫୨,୫୯୦ ଟଙ୍କା ଥିଲା। ସେହିପରି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୫୭,୧୬୦ ଟଙ୍କା ରହିଛି । ଗତକାଲି ଏହି ଦର ୫୭,୩୭୦ ଥିଲା। ସେହିପରି ମୁମ୍ବାଇରେ ରୂପା ଦର କେଜି ପିଛା ୭୧,୧୦୦ ଟଙ୍କା ରହିଛି। କ୍ରମାଗତ ଭାବରେ କୋଲକାତାରେ ସୁନାଦର ହ୍ରାସ ପାଇଛି। ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୫୨,୪୦୦ ଟଙ୍କା ରହିଛି । ଗତକାଲି ଅପେକ୍ଷା ୧୯୦ ଟଙ୍କା ଭରି ପିଛା ଦର କମିଛି। 


ସେହିପରି ଚେନ୍ନାଇରେ ସୁନାଦର ୨୨ କ୍ୟାରେଟର ଦାମ୍ ୧୦ ଗ୍ରାମ୍ ପ୍ରତି ୫୨,୯୫୦ ଟଙ୍କା ରହିଛି । ଏହି ଦର ଗତକାଲି ୫୨,୮୫୦ ଟଙ୍କା ଥିଲା।  ଏହି ସହରରେ ସୁନା ଦର ୧୦୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୫୨,୪୦୦ ଟଙ୍କା ରହିଛି । ଗତକାଲି ଏହି ଦର ୫୨,୫୯୦ ରହିଛି । ଅର୍ଥାତ୍ ସୁନା ଦର ଭରି ପିଛା ଆଜି ୧୯୦ ଟଙ୍କା ଖସିଛି। ସେହିପରି ୨୪ କ୍ୟାରେଟ୍ ଦାମ୍ ୫୭,୧୬୦ ଟଙ୍କା ରହିଛି। ଏହିଦର ଗତକାଲି ୫୭,୩୭୦ ରହିଥିଲା। ଦେଖିବାକୁ ଗଲେ, ୨୧୦ ଟଙ୍କା ଭରି ପିଛା ଖସିଛି । ଅନ୍ୟପଟେ, ୧୪ କ୍ୟାରେଟର ସୁନା ୧୦ ଗ୍ରାମ୍ ପ୍ରତି ୩୩ ହଜାର ୧୪୨ ଟଙ୍କା ରହିଛି ।  ସେହିପରି ରୁପା କେଜି ପିଛା ଦର  ୭୧,୫୦୦ ଟଙ୍କା ରହିଛି ।  ଏହି କ୍ରମରେ କଟକରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୫୨,୪୦୦ ଟଙ୍କା ରହିଛି । ଏବଂ ୨୨ କ୍ୟାରେଟ୍ ଦାମ୍ ଭରି ପିଛା ୫୭,୧୬୦ ଟଙ୍କା ରହିଛି । ଅର୍ଥାତ୍ ସୁନା ଦର ୨୨ କ୍ୟାରେଟରେ ୧୯୦ ଟଙ୍କା ହ୍ରାସ ପାଇଥିବା ବେଳେ ୨୪ କ୍ୟାରେଟ୍ ରେ ୨୧୦ଟଙ୍କା ଖସିଛି।



କାହିଁକି ହ୍ରାସ ହେଉଛି ସୁନା ମୂଲ୍ୟ?
ବର୍ତ୍ତମାନ ଆମେରିକା ଏବଂ ୟୁରୋପରେ ମୁଦ୍ରାସ୍ଫୀତି ହ୍ରାସ ପାଇବାରେ ଲାଗିଛି। ୨୦୨୦ ମସିହାରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଘଟିଥିବା ମୁଦ୍ରାସ୍ଫୀତି ହାର ହ୍ରାସ ପାଇବାରେ ଲାଗିଛି । ମୁଦ୍ରାସ୍ଫୀତି ହ୍ରାସ ହେତୁ ସୁନାରେ ନିବେଶ ହ୍ରାସ ପାଉଛି । ତେଣୁ ଅନ୍ୟ ମୁଦ୍ରା ତୁଳନାରେ ଡଲାର ଅଧିକ ଶକ୍ତିଶାଳୀ ହେଉଛି । ଡଲାର ଏଠାରୁ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି । ଏହି କାରଣରୁ ଡଲାରର ଶକ୍ତି ଓ ସୁନା ଚାହିଦା ହ୍ରାସ ଯୋଗୁଁ ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳୁଛି । ଖରାପ ସମୟରୁ ବିଶ୍ୱର ଅର୍ଥନୀତି ପୁନରୁଦ୍ଧାର ଆରମ୍ଭ କରିଛି । ଗତ ବର୍ଷ ଅର୍ଥନୈତିକ ସଙ୍କଟକୁ ଦୃଷ୍ଟିରେ ରଖି ଲୋକମାନେ ପୁଞ୍ଜି ନିବେଶ ପାଇଁ ସୁନା କିଣୁଥିଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳୁଛି ।