Gold Rate: ଗ୍ରାହକଙ୍କ ଚିନ୍ତା ବଢ଼ାଇଛି ସୁନା ଦର ବୃଦ୍ଧି। ଗତ କାଲି ସୁନା ଦରରେ ହ୍ରାସ ଘଟିଥିବା ବେଳେ ଆଜି ଗ୍ରାମ ପିଛା ୧୦ ଟଙ୍କା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସୁନା ଦର ଏବେ ହୁ ହୁ ହୋଇ ବଢ଼ି ଚାଲିଛି। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର। ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୬,୩୫୦ ଟଙ୍କା ରହିଛି। ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୭୨,୩୮୦।


COMMERCIAL BREAK
SCROLL TO CONTINUE READING

ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ଗ୍ରାମ ପିଛା ୬,୬୩୫ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୨୩୮ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୪୨୯ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬,୬୩୫  ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୨୩୮ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୪୨୯ ଟଙ୍କା ରହିଥିବା ଦେଖିବାକୁ ମିଳିଛି।


ସେହିପରି ଦକ୍ଷିଣ ଭାରତ ପ୍ରମୁଖ ସହର ଭାବରେ ଜଣାଶୁଣା ଚେନ୍ନାଇରେ(Chennai) ୨୨ କ୍ୟାରେଟର ସୁନା ଦାମ୍ ୬,୬୯୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୨୯୮ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୫,୪୮୦ ଟଙ୍କା ରହିଛି। ସେହିପରି ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ୨୨ କ୍ୟାରେଟର ଦାମ୍ ୬,୬୫୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୨୫୩ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୫,୪୨୩ ଟଙ୍କା ରହିଛି। ସେହିପରି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ(Kolkata) ଯଥାକ୍ରମେ ୨୨ କ୍ୟାରେଟ ସୁନାର ଦାମ୍ ୬,୬୩୫  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୨୩୮ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୫,୪୨୯ ଟଙ୍କା ରହିଛି ।