Gold Rate Today: ଗ୍ରାହକଙ୍କୁ ମିଳିଲା ଖୁସି ଖବର। ଲଗାତର ତିନି ଦିନଧରି ସୁନା ରେଟ୍ ବଢି ଚାଲିଥିବା ବେଳେ ଏବେ ସୁନା ଦରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ପାର୍ବଣ ପୂର୍ବରୁ ଶସ୍ତା ହୋଇଛି ସୁନା ରେଟ୍। ଯାହା ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍।


COMMERCIAL BREAK
SCROLL TO CONTINUE READING

ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୦,୯୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୪୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୫୦ ଟଙ୍କା ହ୍ରାସ ପାଇଛି। ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୫୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୫୦ ଟଙ୍କା ଖସିଛି।


ସେହିପରି ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ରେଟ୍ ୭୭,୪୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୫୦ ଟଙ୍କା ହ୍ରାସ ପାଇଛି।ସେହିପରି ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୪୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ  ମାତ୍ର ୫୦ ଟଙ୍କା ହ୍ରାସ ହୋଇଛି। ଅନ୍ୟପଟେ, ଓଡିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍  ୭୦,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୪୦୦  ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ମାତ୍ର ୫୦ ଟଙ୍କା ହ୍ରାସ ପାଇଛି।