Gold Silver Price: ସୁନା ଦରରେ ଲାଗୁନି ବ୍ରେକ୍ । ଆକାଶ ଛୁଆଁ ହେଉଛି ସୁନା ଦର । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ହୁ ହୁ ହୋଇ ବଢିଚାଲିଛି । ଜଣେ ମଧ୍ୟବିତ ପରିବାରର ଲୋକେ ଏବେ ସୁନା ଗହଣା କିଣିବା ପାଇଁ ସାହାସ ବି କରିପାରୁ ନାହାନ୍ତି । ଗତକାଲି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ବୃଦ୍ଧି ପାଇଥିବା ବେଳେ ଆଜି ମଧ୍ୟ ସୁନା ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର? 


COMMERCIAL BREAK
SCROLL TO CONTINUE READING

ALSO READ: Petrol Diesel Price Today: ଆଜି ଭୁବନେଶ୍ବରରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ନୂଆ ରେଟ୍


ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୧୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨, ୧୨୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ବୃଦ୍ଧି ପାଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୨୨୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨,୨୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ  ୧୦ ଟଙ୍କା ବୃଦ୍ଧି ପାଇଛି। ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୧୧୦ ଟଙ୍କା ହୋଇଥିବା ବେଳେ  ୨୪ କ୍ୟାରେଟର ଦାମ୍ ୭୨ ,୧୨୦ ଟଙ୍କା ରହିଛି । ୨୨ଓ ୨୪ କ୍ୟାରେଟରେ ୧୦ ଟଙ୍କା ବୃଦ୍ଧି ପାଇଛି। 


ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୦୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୩,୧୬୦ ଟଙ୍କା ରହିଛି। ୨୨ ଓ୨୪ କ୍ୟାରେଟରେ ୧୦ ଟଙ୍କା ବୃଦ୍ଧି ପାଇଛି।  ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୧୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୨ , ୧୨୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ବୃଦ୍ଧି ପାଇଛି।