Gold Rate Today: ଗ୍ରାହକଙ୍କ ପାଇଁ ଖୁସି ଖବର। ସପ୍ତାହ ଶେଷ ବେଳକୁ ଖସିଲା ସୁନା ରେଟ୍। ଦେଶରେ ଏବେ ଚାଲିଛି ବିବାହ ସିଜିନ୍। ଆଉ ଏହି ବିବାହ ସିଜିନରେ ସୁନା ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଥିଲା। କିନ୍ତୁ ଆଜି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଯାହା ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ବର୍ତ୍ତମାନ, ଦେଶରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୬୦ ହଜାର ପାର୍ କରି ସାରିଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  


COMMERCIAL BREAK
SCROLL TO CONTINUE READING

ALSO READ: Shani Surya Yuti 2024: ୨୫ ବର୍ଷ ପରେ ସୂର୍ଯ୍ୟ ଓ ଶନିଙ୍କ ମିଳନ, ଏହି ୩ ରାଶିଙ୍କ ଉପରେ ବର୍ଷିବ ଧନ!


ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୧, ୩୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍  ୬୬,୯୨୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨  ଓ ୨୪ କ୍ୟାରେଟରେ ୧୦ ଟଙ୍କା ହ୍ରାସ ପାଇଛି। ସେହିପରି, ରୂପା କେଜି ପିଛା ୧୦୦ ଟଙ୍କା ହ୍ରାସ ହୋଇ ଦର ୭୬,୪୦୦ ଟଙ୍କାରେ ପହଞ୍ଚିଛି।  ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୧,୪୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୭,୦୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ହ୍ରାସ ହୋଇଛି।  ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୧,୩୪୦ ଟଙ୍କା ହୋଇଥିବା ବେଳେ  ୨୪ କ୍ୟାରେଟର ଦାମ୍ ୬୬,୯୨୦ ଟଙ୍କା ରହିଛି ।  ୨୨ ଓ ୨୪ କ୍ୟାରେଟରେ  ୧୦ ଟଙ୍କା ଦର ଖସିଛି। 


ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୧,୯୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୬୭,୬୩୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ୧୦ ଟଙ୍କା ହ୍ରାସ ପାଇଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୧,୩୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୬୬,୯୨୦ ଟଙ୍କା ରହିଛି । ତେବେ, ୨୨ ଓ ୨୪ କ୍ୟାରେଟରେ ୨୩୦ ଟଙ୍କା ଦର ହ୍ରାସ ପାଇଛି। ଏବଂ ରୂପା କେଜି ପିଛା ୧୦୦ ଟଙ୍କା ହ୍ରାସ ପାଇ ଦର ୭୯,୪୦୦ ଟଙ୍କାରେ ପହଞ୍ଚିଛି।