Gold Silver Price Today: ବିବାହ ସିଜିନରେ ଗ୍ରାହକଙ୍କୁ ଲାଗିଲା ବଡ଼ ଝଟକ୍।  ସପ୍ତାହ ଶେଷ ବେଳକୁ ବୃଦ୍ଧି ପାଇଲା ସୁନା ରେଟ୍। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ରେଟ୍ ? 


COMMERCIAL BREAK
SCROLL TO CONTINUE READING

ଦିନକୁ ଦିନ ସୁନା ରେଟ୍ ବଢିବାରେ ଲାଗିଛି । ଭାରତର ବଜାରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୬୦,୭୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୬,୨୭୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ୫୦୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ୨୪ କ୍ୟାରେଟରେ ୫୪୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି, ଜାତୀୟ ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର  ୧୦ ଗ୍ରାମ ପ୍ରତି ମୂଲ୍ୟ ୬୦,୯୦୦ ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୬,୪୨୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୫୦୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ୨୪ କ୍ୟାରେଟରେ ୫୪୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ରୂପା ଦର କେଜି ପିଛା ୨୦୦ ଟଙ୍କା ବୃଦ୍ଧି ପାଇ ୭୫,୭୦୦ ଟଙ୍କାରେ ପହଂଚିଛି। 


ସେହିପରି, ମାୟାନଗରୀ ମୁମ୍ବାଇରେ ୨୨ର କ୍ୟାରେଟ୍ ସୁନାର  ୧୦ ଗ୍ରାମ ପ୍ରତି ମୂଲ୍ୟ ୬୦,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୬,୪୨୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ୫୦୦ ଓ ୫୪୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ର କ୍ୟାରେଟ୍ ସୁନାର  ୧୦ ଗ୍ରାମ ପ୍ରତି ମୂଲ୍ୟ ୬୧,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ସୁନା ମୂଲ୍ୟ ୧୦ ଗ୍ରାମ୍ ପିଛା ୬୭,୧୦୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ୪୫୦  ଓ ୫୦୦ ଟଙ୍କା ବୃଦ୍ଧି ପାଇଛି।  ଅନ୍ୟପଟେ,ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର  ୧୦ ଗ୍ରାମ ମୂଲ୍ୟ ୬୦,୭୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୬,୨୭୦ ଟଙ୍କା ରହିଛି।  ୨୨ ଓ ୨୪ କ୍ୟାରେଟରେ ୫୦୦ ଓ ୫୪୦ ଟଙ୍କା ବୃଦ୍ଧି ପାଇଛି। ଏବଂ ରୂପା ଦର କେଜି ପିଛା ୧୦୦ ଟଙ୍କା ବୃଦ୍ଧି ପାଇ କେଜି ପିଛା ୭୯,୧୦୦ ଟଙ୍କାରେ ପହଞ୍ଚିଛି।