Google Search: ଯଦି ଆଜି ଆମକୁ ଇଣ୍ଟରନେଟରେ କିଛି ସର୍ଚ୍ଚ କରିବାର ଅଛି, ତେବେ ଆମକୁ ପ୍ରଥମେ ଗୁଗଲ (Google) କୁ ଯାଉ । କାରଣ ଏଠାରେ ଆମେ ଆବଶ୍ୟକୀୟ ସୂଚନା ପାଇଥାଉ । କିନ୍ତୁ Google ରେ କିଛି ଜିନିଷ ସର୍ଚ୍ଚ କରିବା ଆପଣଙ୍କ ଉପରେ ଭାରି ପଡ଼ିପାରେ । ଆଜ୍ଞା ହଁ, ଏପରି କିଛି ଜିନିଷ ଅଛି ଯାହାକୁ ଆପଣ Google ରେ ସର୍ଚ୍ଚ କରିପାରିବେ ନାହିଁ କାରଣ ଏହା କରିବା ଏକ ଅପରାଧ ଯାହା ଆପଣଙ୍କୁ ଜେଲରେ ପଠାଇପାରେ । ତେବେ ଏପରି କେଉଁ କେଉଁ ଜିନିଷ ଅଛି ଯାହାକୁ ଭୁଲରେ ମଧ୍ୟ Google ରେ ସର୍ଚ୍ଚ କରିବା ଉଚିତ ନୁହେଁ, ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ ।


COMMERCIAL BREAK
SCROLL TO CONTINUE READING

୧. ଚାଇଲ୍ଡ ପର୍ଣ୍ଣୋଗ୍ରାଫି


ଏହି ଶବ୍ଦର ଅର୍ଥ ହେଉଛି ପିଲାମାନଙ୍କ ସହ ଜଡିତ ଅଶ୍ଳୀଳ ବିଷୟବସ୍ତୁର ସର୍ଚ୍ଚ କରିବା ଆପଣଙ୍କୁ ଭାରି ପଡ଼ିପାରେ । ଭାରତରେ ଏହାକୁ ନେଇ ସରକାର କଠୋର ଆଇନ ପ୍ରଣୟନ କରିଛନ୍ତି, ଯାହା ଆପଣଙ୍କୁ POSCO ଅଧିନିୟମ ଅନୁଯାୟୀ ଜେଲରେ ପହଞ୍ଚାଇପାରେ । ଯଦି ଆପଣ Google ରେ ଏହିପରି କିଛି ସର୍ଚ୍ଚ କରିବାରେ ଧରାପଡ଼ିଛନ୍ତି, ତେବେ ଆପଣଙ୍କୁ ୫ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ ।


୧. ବୋମା କିପରି ତିଆରି କରିବେ 


ଯଦି ଆପଣ ଅଜାଣତରେ Google ରେ କିପରି ବୋମା ତିଆରି କରିବେ ତାହା ସର୍ଚ୍ଚ କରନ୍ତି, ତେବେ ଆପଣ ଅସୁବିଧାରେ ପଡ଼ିବେ । ଏହା କରିବା ଦ୍ୱାରା ଆପଣ ସୁରକ୍ଷା ଏଜେନ୍ସିର ରାଡାରରେ ଆସିଯିବେ ଓ ତା’ପରେ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।


୩. ଗର୍ଭପାତ ବିଷୟରେ ସର୍ଚ୍ଚ କରିବା 


ଯଦି ଆପଣ Google ରେ ଗର୍ଭପାତ ସମ୍ବନ୍ଧୀୟ ସୂଚନା ମଧ୍ୟ ସର୍ଚ୍ଚ କରନ୍ତି, ତେବେ ଆପଣ ଅସୁବିଧାରେ ପଡ଼ିବେ । ଏହାର କାରଣ ହେଉଛି ଭାରତ ସରକାର ଏଥିପାଇଁ କଡ଼ା ନିୟମ କରିଛନ୍ତି । ଡାକ୍ତରଙ୍କ ଅନୁମୋଦନ ପରେ ଏହା ସମ୍ଭବ, ତେଣୁ ପରବର୍ତ୍ତୀ ସମୟରେ ଏହିପରି କିଛି ସର୍ଚ୍ଚ କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ।


ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ, ଏହି ରାଶିକୁ ରହିବାକୁ ପଡ଼ିବ ସତର୍କ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ୨୦୨୩


ଅଧିକ ପଢ଼ନ୍ତୁ:-ମଦ ପିଇ ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ ଋଷଭ ପନ୍ତ! ଜାଣନ୍ତୁ କ'ଣ କହିଲା ପୋଲିସ


ଅଧିକ ପଢ଼ନ୍ତୁ:-ନିଦ ପାଇଁ ନୁହେଁ, ଏହି କାରଣରୁ ହୋଇଥିଲା ଋଷ ପନ୍ତଙ୍କ କାର ଦୁର୍ଘଟଣା! ସାମ୍ନାକୁ ଆସିଲା ସବୁଠୁ ବଡ଼ କାରଣ


୪. ପୀଡିତାଙ୍କ ସୂଚନା ବାଣ୍ଟିବା


ଯୌନ ଉତ୍ପୀଡ଼ନର ଶିକାର କିମ୍ବା ଅନ୍ୟ ପ୍ରକାରର ଅତ୍ୟାଚାରର ଶିକାର କିମ୍ବା ଅପରାଧ ବିଷୟରେ କୌଣସି ସୂଚନାକୁ ଗୋପନୀୟ ରଖିବା ଆବଶ୍ୟକ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏପରି କୌଣସି ମହିଳାଙ୍କ କୌଣସି ଫଟୋକୁ ପାରମ୍ପାରିକ କିମ୍ବା ଅନଲାଇନ୍ ମିଡିଆରେ ପ୍ରକାଶ କରାଯାଇପାରିବ ନାହିଁ । ଯଦି କେହି ଏହା କରନ୍ତି, ତାଙ୍କୁ ଜେଲ ଯିବାକୁ ପଡିପାରେ ।


୫. ଫିଲ୍ମ ପାଇରେସୀ


ଯଦି ଆପଣ ଫିଲ୍ମ ପାଇରେସୀ କାମ କରନ୍ତି କିମ୍ବା ଏହା କରିବାକୁ ଗୁଗୁଲରେ ସର୍ଚ୍ଚ କରନ୍ତି, ତେବେ ଆପଣଙ୍କୁ ୩ ବର୍ଷ ଜେଲ ହୋଇପାରେ । ଏହା ସହିତ ସିନେମାଟୋଗ୍ରାଫି ଆକ୍ଟ ୧୯୫୨ ଅନୁଯାୟୀ, ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିପାରେ ।