Shocking News: ରାଜ୍ୟର ଏହି ସରକାରୀ କର୍ମଚାରୀ ଅଫିସରେ ହେଲମେଟ ପିନ୍ଧି କରନ୍ତି କାମ, କାରଣ କରିଦେବ ଆଶ୍ଚର୍ଯ୍ୟ
Shocking News In Odia: କର୍ମଚାରୀ ମାନେ ଏଠି ବସି ନିଜର ପ୍ରତିଦିନର କାମ କରିଥାନ୍ତି । ହେଲେ ମୁଣ୍ଡରେ ହେଲମେଟ ପିନ୍ଧି ଏଠାରେ କର୍ମଚାରୀ ମାନେ କାମ କରିଥାନ୍ତି । ପ୍ରକୃତରେ ଅଫିସର ଅବସ୍ଥା ଏମିତି ଯେ, କେତେବେଳେ ଭୁଶୁଡ଼ି ପଡ଼ିବ ତାହା କେହି କହିପାରିବେ ନାହିଁ। ଛାତର ଠା ଠା ଯାଗା ଫାଟି ମେଲା ଆଁ ହୋଇଛି।
Shocking News In Odia: ଉତ୍ତର ପ୍ରଦେଶର ବିଜୁଳି ବିଭାଗର କର୍ମଚାରୀ ସବୁବେଳେ ନିଜ ମୁଣ୍ଡରେ ହେଲମେଟ ପିନ୍ଧି କାମ କରନ୍ତି । କିଛିଦିନ ତଳେ ବାଗପତ୍ ରେ ମହିଳାଙ୍କ ଚୁଟି କିଏ କାଟି ନେଇଯାଉଥିବା ଖବର ଜୋରସୋରରେ ଭାଇରାଲ ହୋଇଥିଲା । ସେଥିପାଇଁ ମହିଳା ମାନେ ହେଲମେଟ ପିନ୍ଧି ବୁଲୁଥିଲେ । ହେଲେ ଏବେ ସରକାରୀ କର୍ମଚାରୀ ମାନେ ହେଲମେଟ ପିନ୍ଧି ସରକାରୀ କ୍ୱାର୍ଟରରେ କାମ କରିବା କଥା ଟିକେ ଅଡୁ଼ଆ ଲାଗୁଛି। ହେଲେ ଏହାରି ପଛରେ ଏକ ବଡ଼ କାରଣ ରହିଛି। ହେଲମେଟ ପିନ୍ଧିବା ନେଇ ଅନେକ ଖବର ସାମ୍ନାକୁ ଆସିଛି। ହେଲେ ବାଗପତ୍ ର ଏହି ଖବର ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳଇଛି।
ଚିତ୍ରଟି ହେଉଛି ବଡୌତ ସହରର ବିଦ୍ୟୁତ ବିଭାଗ (Elctrical Department) ଉତ୍ତର ପ୍ରଦେଶ ପାୱାର କର୍ପୋରେସନ ଲିମିଟେଡ କାର୍ଯ୍ଯାଳୟର । ଯେଉଁ ସରକାରୀ ଅଫିସ ଏବେ ଭୂତୋକୋଠି ପାଲଟିଛି। କର୍ମଚାରୀ ମାନେ ଏଠି ବସି ନିଜର ପ୍ରତିଦିନର କାମ କରିଥାନ୍ତି । ହେଲେ ମୁଣ୍ଡରେ ହେଲମେଟ ପିନ୍ଧି ଏଠାରେ କର୍ମଚାରୀ ମାନେ କାମ କରିଥାନ୍ତି । ପ୍ରକୃତରେ ଅଫିସର ଅବସ୍ଥା ଏମିତି ଯେ, କେତେବେଳେ ଭୁଶୁଡ଼ି ପଡ଼ିବ ତାହା କେହି କହିପାରିବେ ନାହିଁ। ଛାତର ଠା ଠା ଯାଗା ଫାଟି ମେଲା ଆଁ ହୋଇଛି। କର୍ମଚାରୀଙ୍କୁ ଚିନ୍ତା ଯେ, ତାଙ୍କ ମୁଣ୍ଡ ଉପରେ ଛାତ କେତେ ବେଳେ ଯେ, ଗଳିପଡ଼ିବ ତାହା କେହି କହିପାରିବେ ନାହିଁ।
ତେବେ ଏଠାକାର କର୍ମଚାରୀ ମାନେ ହେଲମେଟ (Helmet) ପିନ୍ଧି ସରକାର ଓ ଜନସାଧାରଣଙ୍କ କାମ କରୁଛନ୍ତି । ହେଲେ ନିଜ ଜୀବନ ପ୍ରତି ବିପଦ ଥିବାରୁ ହେଲମେଟ ପିନ୍ଧି କାମ କରୁଛନ୍ତି ଏଠାକାର ସରକାରୀ କର୍ମଚାରୀ। କିଏ ହେଲମେଟ ପିନ୍ଧି ଜନସାଧାରଣଙ୍କ ସମସ୍ୟା ବୁଝୁଛି ତ କିଏ କମ୍ପ୍ୟୁଟର ରେ କାମ କରୁଛି । ଏହି ଫଟୋ ଭାଇରାଲ ହେବା ପରେ ସରକାରଙ୍କ (Government) ପାରିବା ପଣିଆ ପଦାରେ ପଡ଼ିଛି । ତେବେ କର୍ମଚାରୀଙ୍କୁ ପଚାରିବାରୁ ସେ ଯେଉଁ ବୟାନ ଦେଇଥିଲେ ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।
କର୍ମଚାରୀଙ୍କ କହିବା କଥା ଏହି ବିଭାଗର କାମ ବର୍ଷେ ତଳେ ହୋଇଥିଲା ହେଲେ ପରିସ୍ଥିତି ଯଥାଂ ପୂର୍ବଂ ତଥାଂ ପରଂ। ଛାତରୁ ପଲସ୍ତରା ଗଳୁଛି । ବର୍ଷା ହେଲେ ପାଣି ଗଳୁଛି । ଛାତ କେତେବେଳେ ଯେ ଗଳିପଡ଼ିବ ତାହା କେହି କହିପାରିବେ ନାହିଁ । ତେବେ ଏହି ଆଧାରରେ ଅନେକ କର୍ମଚାରୀ ନିଜର ବଦଳି ମଧ୍ୟ କରାଇଛନ୍ତି । କେବଳେ ଏହା ନୁହେଁ ପରିସ୍ଥିତିକୁ ନଜରରେ ରଖି ଅଭିଯୋଗ କଲେ ମଧ୍ୟ କେହି ଉଚ୍ଚ ପଦସ୍ତ ଅଧିକାରୀ ଏହାକୁ ନୀରିକ୍ଷଣ କରୁନାହାଁନ୍ତି।
Also Read: Political News: ବିବାହ କରୁଛନ୍ତି ବିଜେପି ବିଜେଡି ନେତା, ଚରିତ୍ରକୁ ନେଇ ମୁହାଁମୁହିଁ ଉଭୟ ଦଳର ଫ୍ୟାନ କ୍ଲବ୍ !
Also Read: Chandrayaan-3: ଚନ୍ଦ୍ରାୟନ-୩ ଅଭିଯାନରେ ବଡ ସଫଳତା ପାଇଲା ଇସ୍ରୋ, କ୍ରାୟୋଜେନିକ୍ ଇଞ୍ଜିନ୍ ପରୀକ୍ଷଣ ସଫଳ