Government Jobs After 12th Pass: ଯଦି ଆପଣ ଦ୍ୱାଦଶ ପାସ୍ କରିଛନ୍ତି ଏବଂ ସରକାରୀ ଚାକିରି ପାଇବାକୁ ଚାହାଁନ୍ତି, ତାହେଲେ ଭାରତ ସରକାରଙ୍କ କ୍ୟାବିନେଟ୍ ସଚିବାଳୟରେ ଚାକିରି ପାଇବା ପାଇଁ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କ୍ୟାବିନେଟ୍ ସଚିବାଳୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟକୁ ସହାୟତା ଯୋଗାଇଥାଏ। ସେମାନଙ୍କ ମଧ୍ୟରେ ଏକ ସଂଯୋଗ ଭାବରେ କାର୍ଯ୍ୟ କରିଥାଏ। ଏଠାରେ କିରାଣୀ ଠାରୁ ଆରମ୍ଭ କରି ଏ-ଗ୍ରେଡ୍ ଅଫିସର ସ୍ତରୀୟ ପଦବୀ ପର୍ଯ୍ୟନ୍ତ ବିଭିନ୍ନ ସ୍ତରର ପଦ ରହିଛି।


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ଆମେ ଆପଣଙ୍କୁ କହିବୁ ଦ୍ୱାଦଶ ପାସ୍ କରିବା ପରେ ଆପଣ କିପରି କ୍ୟାବିନେଟ୍ ସଚିବାଳୟରେ (Cabinet Secretariat of India) ଚାକିରି ପାଇପାରିବେ। ଆମେ ଆପଣଙ୍କୁ ଜଣାଇଦେଉଛୁ ଯେ ଏହି ନିଯୁକ୍ତି ପାଇଁ କର୍ମଚାରୀ ଚୟନ ଆୟୋଗ (Staff Selection Commission) ଏସଏସସି (SSC) ପକ୍ଷରୁ ନିଯୁକ୍ତି ବାହାର କରାଯାଇଥାଏ। ଏନେଇ ଷ୍ଟାଫ୍ ସିଲେକସନ୍ କମିଶନ ପକ୍ଷରୁ ମିଳିତ ଉଚ୍ଚ ମାଧ୍ୟମିକ ସ୍ତର ପରୀକ୍ଷା (Combined Higher Secondary Level) କରାଯାଇଥାଏ। ଯାହାକୁ ଏସଏସସି ସିଏଚଏସଏଲ ପରୀକ୍ଷା (SSC CHSL Exam) କୁହାଯାଏ। ଯାହା ମାଧ୍ୟମରେ ବିଭିନ୍ନ କେନ୍ଦ୍ରୀୟ ବିଭାଗ, ମନ୍ତ୍ରଣାଳୟ ଏବଂ କାର୍ଯ୍ୟାଳୟରେ କିରାଣୀ, ସଚିବାଳୟ ସହାୟକ ଏବଂ ଡାଟା ଏଣ୍ଟ୍ରି ଅପରେଟର ପଦବୀ ଲାଗି ନିଯୁକ୍ତି କରାଯାଇଥାଏ। ଏହା ମଧ୍ୟରେ କ୍ୟାବିନେଟ ସଚିବାଳୟର ପଦବୀ ମଧ୍ୟ ଅନ୍ତର୍ଭୂକ୍ତ ରହିଛି।


ଆରମ୍ଭ ହୋଇସାରିଛି ଆବେଦନ ପ୍ରକ୍ରିୟା 
ଚଳିତ ବର୍ଷ ମଧ୍ୟ ଏସଏସସି ସିଏଚଏସଏଲ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି। ଏହି ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୮ ଜୁନ (SSC CHSL 2023 Application Form Last Date)। ଏହି ପଦ ଲାଗି ଆବେଦନ କରୁଥିବା ପ୍ରାର୍ଥୀ ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ଆବେଦନ ଫର୍ମ ପୂରଣ କରିବାର ସୁଯୋଗ ଦିଆଯାଇଛି। ପ୍ରାର୍ଥୀ ଏସଏସସି ଅଫିସିଆଲ୍ ୱେବସାଇଟ୍ ssc.nic.in ପରିଦର୍ଶନ କରି ଏହି ପଦ ଲାଗି ଆବେଦନ କରିପାରିବେ। ଏହି ପଦ ଲାଗି  ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ ଦ୍ୱାଦଶ ଶ୍ରେଣୀ ପାସ୍ ସାର୍ଟିଫିକେଟ୍ ରହିଥିବା ଆବଶ୍ୟକ। ଆହୁରି ମଧ୍ୟ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଆବଶ୍ୟକ। ହେଲେ ତଥାପି କିଛି ପଦବୀ ପାଇଁ ସର୍ବାଧିକ ବୟସ ସୀମା ହେଉଛି ୨୭ ବର୍ଷ (SSC CHSL 2023 ELigibility)। 


କିପରି ମିଳିବ ନିଯୁକ୍ତି
ଏସଏସସି ସିଏଚଏସଏଲ ନିଯୁକ୍ତି ଅଧୀନରେ ୨ ପର୍ଯ୍ୟାୟ ପରୀକ୍ଷା (SSC CHSL 2023 Exam Pattern) ଆୟୋଜିତ ହୋଇଛି। ଯେଉଁଥିରେ ଟାୟାର୍ ୧ ଏବଂ ଟାୟାର୍ ୨ ପରୀକ୍ଷା ଅନ୍ତର୍ଭୂକ୍ତ ରହିଛି। ଉଭୟ ପରୀକ୍ଷା ହେଉଛି କମ୍ପ୍ୟୁଟର ଆଧାରିତ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୨୦୦ ମାର୍କ ବିଶିଷ୍ଟ। ଯେଉଁଠାରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଦୁଇଟି ବିଭାଗରେ ଅନୁଷ୍ଠିତ ହୋଇଥାଏ।


ନିଯୁକ୍ତି ଏବଂ ଦରମା
ଏସଏସସି ସିଏଚଏସଏଲ ନିଯୁକ୍ତି ଅଧୀନରେ ଚଳିତ ବର୍ଷ ୧୬୦୦ ପଦବୀ (SSC CHSL 2023 Vacancy) ଲାଗି ନିଯୁକ୍ତି କରାଯିବ। ଲୋୟର ଡିଭିଜନ୍ କ୍ଲର୍କ ଏବଂ ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ ପଦବୀରେ ଚାକିରି ପାଇବା ପରେ ପ୍ରାର୍ଥୀଙ୍କୁ ଦ୍ୱିତୀୟ ସ୍ତର ଅଧୀନରେ ୧୯ ହଜାର ୯୦୦ ଟଙ୍କାରୁ ୬୩ ହଜାର ୨୦୦ ଟଙ୍କା ଦରମା (SSC CHSL 2023 Salary) ପ୍ରଦାନ କରାଯିବ। ଅନ୍ୟପକ୍ଷରେ ଡାଟା ଏଣ୍ଟ୍ରି ଅପରେଟର ପାଇଁ ୨୯ ହଜାର ୨୦୦ଟଙ୍କାରୁ ୯୨ ହଜାର ୩୦୦ ଟଙ୍କା ଏବଂ ଗ୍ରେଡ୍ ଡାଟା ଏଣ୍ଟ୍ରି ଅପରେଟର ପାଇଁ ୨୫ ହଜାର ୫୦୦ ଟଙ୍କାରୁ ୮୧ ହଜାର ୧୦୦ ଟଙ୍କା ଦରମା ପ୍ରଦାନ କରାଯିବ।