Packaged Drinking Water in India: ଯଦି ଆପଣ ପିଇବା ପାଣି ପାଇଁ  ପ୍ୟାକ୍ ହୋଇଥିବା ବୋତଲ ବ୍ୟବହାର କରୁଛନ୍ତି, ତାହେଲେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। ନିମ୍ନ ମାନର ସାମଗ୍ରୀ ଆମଦାନୀ ରୋକିବା ପାଇଁ ସରକାର ଗୁଣାତ୍ମକ ମାନକ ଲାଗୁ କରିଛନ୍ତି। ଏହା ସହିତ ଦେଶରେ କମ ଗୁଣବତ୍ତା ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ଉଚ୍ଚ ମାନର ଜିନିଷ ଉତ୍ପାଦନକୁ ପ୍ରୋତ୍ସାହିତ କରାଯିବ। ଏନେଇ ପାନୀୟ ଜଳ ବୋତଲ ଏବଂ ନିଆଁ ଲାଗି ବ୍ୟବହାର ହେଉଥିବା ଲାଇଟର ଲାଗି ଆବଶ୍ୟକୀୟ ଗୁଣାତ୍ମକ ମାନ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ପକ୍ଷରୁ ଗତ ଜୁଲାଇ ୫ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯାଇଛି।


COMMERCIAL BREAK
SCROLL TO CONTINUE READING

ପ୍ରଥମ ଘଟଣାରେ ୨ ବର୍ଷ ଜେଲ କିମ୍ବା ୨ ଲକ୍ଷ ଜୋରିମାନା ହୋଇପାରେ
ଗୁଣବତ୍ତା ନିୟନ୍ତ୍ରଣ ଆଦେଶ (Quality Control Orders) ଅନୁଯାୟୀ, କୌଣସି ବସ୍ତୁର ଉତ୍ପାଦନ, ବିକ୍ରୟ/ବାଣିଜ୍ୟ, ଆମଦାନୀ କିମ୍ବା ଗଚ୍ଛିତ କରି ରଖିବା ସେ ପର୍ଯ୍ୟନ୍ତ ହୋଇପାରିବ ନାହିଁ ଯେ ପର୍ଯ୍ୟନ୍ତ ଏହାକୁ ଭାରତୀୟ ମାନକ ବ୍ୟୁରୋ (Bureau of Indian Standards) ବିଆଇଏସ ଚିହ୍ନ (BIS Mark) ମିଳନାହିଁ। ବିଆଇଏସ ଅଧିନିୟମ ୨୦୧୬ ଅନୁଯାୟୀ (Bureau of Indian Standards Act 2016) ଅଣ-ବିଆଇଏସ ସାର୍ଟିଫିକେଟ୍ ଉତ୍ପାଦର (Non BIS Certified Products in India) ଉତ୍ପାଦନ, ସଂରକ୍ଷଣ ଏବଂ ବିକ୍ରୟ ନିଷେଧ  କରାଯାଇଛି। ବିଆଇଏସ ଅଧିନିୟମ ୨୦୧୬ ଉଲ୍ଲଂଘନ କରିବା ଦ୍ୱାରା ପ୍ରଥମ ଅପରାଧ ପାଇଁ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ କିମ୍ବା ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିପାରେ।


Also Read: India: ଗୁଣବତ୍ତାକୁ ନେଇ କଠୋର ମୋଦି ସରକାର, ଦୁଇ ସପ୍ତାହରେ ଜବତ ହେଲା ୧୮ ହଜାରରୁ ଅଧିକ ଖେଳନା


୬ ମାସ ପରେ କାର୍ଯ୍ୟକାରୀ ହେବ ନିୟମ 
ଦ୍ୱିତୀୟ ଅପରାଧ ଏବଂ ପରବର୍ତ୍ତୀ ଅପରାଧ କ୍ଷେତ୍ରରେ ଜରିମାନା ସର୍ବନିମ୍ନ ୫ ଲକ୍ଷ ଟଙ୍କା ଏବଂ ଦ୍ରବ୍ୟ କିମ୍ବା ସାମଗ୍ରୀର ମୂଲ୍ୟର ୧୦ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଏନେଇ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (Department for Promotion of Industry and Internal Trade) ଡିପିଆଇଆଇଟି (DPIIT) ପକ୍ଷରୁ କୁହାଯାଇଛି ଯେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନ ଠାରୁ ୬ ମାସ ପରେ ଗୁଣବତ୍ତା ନିୟନ୍ତ୍ରଣ ଆଦେଶ କାର୍ଯ୍ୟକାରୀ ହେବ। ଏହି ପଦକ୍ଷେପ ଦେଶରେ ଗୁଣାତ୍ମକ ପରିବେଶକୁ ମଜବୁତ କରିବା ସହ ଜନସ୍ୱାସ୍ଥ୍ୟ ଏବଂ ଉପଭୋକ୍ତା ନିରାପତ୍ତାକୁ ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ।


ଏହା ପୂର୍ବରୁ ସରକାର ୨୦ ଟଙ୍କାରୁ କମ୍ ମୂଲ୍ୟର ସିଗାରେଟ୍ ଲାଇଟର ଆମଦାନୀ (Cigarette Lighter Import Ban in India) ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ। ଏହି ଲାଇଟର ମଧ୍ୟରୁ ଅଧିକାଂଶ ୟୁନିଟ୍ ପିଛା ୫ ଟଙ୍କାରୁ କମ୍ ଖର୍ଚ୍ଚ ହୋଇଥାଏ। ଗୁଣବତ୍ତା ବଜାୟ ରଖିବା ଉଦ୍ଦେଶ୍ୟରେ ସରକାର ଏପରି ପଦକ୍ଷେପ ନେଇଛନ୍ତି।