Bullet Train in India: ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁ ଥିବା ବୁଲେଟ୍ ଟ୍ରେନ୍ ବିଷୟରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଦେଶର ପ୍ରଥମ ବାଲାଷ୍ଟ-କମ୍ ଟ୍ରାକ ସିଷ୍ଟମ ପ୍ରସ୍ତୁତ କରାଯାଉଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରକଳ୍ପ ସମ୍ପର୍କରେ ଏକ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି। ଏହାର ଅଗ୍ରଗତି ବିଷୟରେ ସେ ସୂଚନା ମଧ୍ୟ ଦେଇଛନ୍ତି। ବୈଷ୍ଣବ କହିଛନ୍ତି ଯେ ୨୯୫ କିଲୋମିଟର ପିୟର୍ ଓ ୧୫୩ କିଲୋମିଟର ଭିଆଡକ୍ଟ କାର୍ଯ୍ୟ ସମାପ୍ତ ହୋଇସାରିଛି। ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦୀ ୩.୦ ରେ ଆହୁରି ଅନେକ କିଛି ଆସିବାକୁ ଯାଉଛି।


COMMERCIAL BREAK
SCROLL TO CONTINUE READING

ଭାରତରେ ପ୍ରଥମ ଥର ପାଇଁ ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ କରିଡରରେ ବୁଲେଟ୍ ଟ୍ରେନ୍ ପାଇଁ ଏକ ସ୍ୱତନ୍ତ୍ର ଟ୍ରାକ୍ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି, ଯାହା ବାଲାଷ୍ଟମୁକ୍ତ ହେବ। ଏହା ହେଉଛି ଜେ-ସ୍ଲାବ୍ ବାଲାଷ୍ଟଲେସ୍ ଟ୍ରାକ୍ ସିଷ୍ଟମ୍। ଏହି ଟ୍ରାକ୍ ସିଷ୍ଟମରେ ମୁଖ୍ୟତ ୪ଟି ଭାଗ ଅଛି। ଆରସି ଟ୍ରାକ୍ ବେଡ୍, ସିମେଣ୍ଟ ମୋର୍ଟାର, ଫାଷ୍ଟେନର୍ସ ସହିତ ପ୍ରି-କାଷ୍ଟ ଟ୍ରାକ୍ ସ୍ଲାବ୍ ଓ ରେଲ୍ ୱିଥ୍ ଫାଷ୍ଟନର୍ସ। ଦେଶର ଦୁଇଟି ସହରରେ ପ୍ରି-କାଷ୍ଟ୍ ଆରସି ଟ୍ରାକ୍ ସ୍ଲାବ୍ ପ୍ରସ୍ତୁତ କରାଯାଉଛି। ଗୁଜୁରାଟର ଆନନ୍ଦ ଓ କିମରେ ଏହି କାମ ଚାଲିଛି। ପ୍ରାୟ ୩୫ ହଜାର ମେଟ୍ରିକ୍ ଟନ୍ ରେଳ ପହଞ୍ଚି ସାରିଛି। ଟ୍ରାକ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହି ଅନନ୍ୟ ଟ୍ରାକ୍ ସିଷ୍ଟମ୍ ଉତ୍କୃଷ୍ଟ ଇଞ୍ଜିନିୟରିଂର ଏକ ଉଦାହରଣ। ଏହା ମେକ୍ ଇନ୍ ଇଣ୍ଡିଆର ଏକ ଉତ୍ତମ ଉଦାହରଣ ମଧ୍ୟ ଉପସ୍ଥାପନ କରେ।



ପବନର ବେଗ ମାପିବା ପାଇଁ ସ୍ଥାପନ କରାଯିବ ଆନିମୋମିଟର 
ଆପଣଙ୍କୁ କହିରଖୁଛୁ ଯେ ପ୍ରବଳ ପବନ କିମ୍ବା ଝଡ ଯୋଗୁଁ ଏହି ହାଇ ସ୍ପିଡ୍ ଟ୍ରେନର କ୍ଷତି ନହେବା ପାଇଁ ବିଶେଷ ପଦକ୍ଷେପ ନିଆଯାଉଛି। ଏଥିପାଇଁ ୫୦୮ କିଲୋମିଟର ମାର୍ଗରେ ୧୪ ଟି ସ୍ଥାନରେ ପବନର ବେଗ ମାପିବା ପାଇଁ ଆନିମୋମିଟର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ନ୍ୟାସନାଲ ହାଇ ସ୍ପିଡ୍ ରେଳ ନିଗମ ଲିମିଟେଡ୍ କହିଛି ଯେ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ କରିଡର ଦେଶର ପଶ୍ଚିମ ଭାଗର ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଯିବ, ଯେଉଁଠାରେ ପବନର ବେଗ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅଧିକ ଥାଏ। ଏହି ପ୍ରବଳ ପବନ ବ୍ରିଜ ଉପରେ ଟ୍ରେନ୍ ଚଳାଚଳ ଉପରେ ପ୍ରଭାବ ପକାଇବାର କ୍ଷମତା ରଖିଛି। ଏହାର ସମାଧାନ ପାଇଁ, ଭିଆଡକ୍ଟରେ ଆନିମୋମିଟର ସ୍ଥାପନ ପାଇଁ ୧୪ ଟି ସ୍ଥାନ (ଗୁଜୁରାଟରେ ୯ ଓ ମହାରାଷ୍ଟ୍ରରେ ୫) ଚିହ୍ନଟ କରାଯାଇଛି। ଏହି ଉପକରଣଗୁଡ଼ିକ ବିଶେଷ ଭାବରେ ନଦୀ ସେତୁ ଓ ପ୍ରବଳ ପବନ ପ୍ରବଣ ଅଞ୍ଚଳ ଉପରେ ଧ୍ୟାନ ଦିଆଯିବ ଓ ଏହା ପବନର ବେଗ ଉପରେ ନଜର ରଖିବ।