Woman Slapped Child Video: ଗ୍ରେଟର ନୋଏଡାର ଏକ ସୋସାଇଟିରେ ଦୁଇ ପିଲାଙ୍କ ମଧ୍ୟରେ ଝଗଡା ଏକ ବଡ଼ ବିବାଦରେ ପରିଣତ ହୋଇଛି। ଜଣେ ମହିଳା ୬ ବର୍ଷର ଶିଶୁକୁ ଚାପୁଡ଼ା ମାରିବା ସହ ପିଲାର ମା' ଙ୍କୁ କ୍ୟାମେରା ସାମ୍ନାରେ ଚାପୁଡ଼ା ମାରିଛନ୍ତି। ମହିଳା ଜଣକ ତାଙ୍କୁ ଏତେ ଚାପୁଡ଼ା ମାରିଥିଲେ ଯେ ତାଙ୍କ ଗାଲରେ ଦାଗ ପଡ଼ିଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ପ୍ରଥମେ ଦୁଇ ପିଲାଙ୍କ ମଧ୍ୟରେ ଝଗଡା ହୋଇଥିଲା ପରେ ଝଗଡ଼ାକୁ କେନ୍ଦ୍ର କରି ଦୁଇ ପିଲାଙ୍କ ମାଆ' କୁ ଡକା ଯାଇଥିଲା। ଏହା ପରେ ମହିଳା ଜଣଙ୍କ ରାଗି ଯାଇ ପିଲାଟିକ ଗାଲରେ ଚାପୁଡ଼ା ମାରିଥିଲେ।

 

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଏଥିରେ ମହିଳା ଜଣକ କହୁଛନ୍ତି ଯେ ଯେତେବେଳେ ମୁଁ ତାକୁ ଏକୁଟିଆ ଦେଖିବି, ମୁଁ ତାଙ୍କୁ ଚାପୁଡ଼ା ମାରିବି। ଏହି ସମୟରେ ମହିଳା ଜଣକ ପିଲାଟିର ଏକ ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ ଏବଂ ମହିଳା ଜଣକ ପିଲାର ମା’ଙ୍କୁ ମଧ୍ୟ ଶକ୍ତ ଚାପୁଡ଼ା ମାରିଥିଲେ। ଏହି କାରଣରୁ ତାଙ୍କ ଫୋନ୍ ମଧ୍ୟ ତଳେ ପଡିଯାଇଥିଲା।

 


ଏହି ମାମଲାରେ ୬ ବର୍ଷର ପିଲାର ବାପା ଉକ୍ତ ମହିଳାଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାକୁ ନିଶ୍ଚିତ କରି କହିଛି ଯେ ଦୁଇ ପିଲାଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯାହା ପରେ ଦୁଇ ମା’ଙ୍କ ମଧ୍ୟରେ ଏକ ବଡ଼ ବିବାଦରେ ପରିଣତ ହୋଇଥିଲା। ଏହି ମାମଲାରେ ଏକ ଅଭିଯୋଗ ପଞ୍ଜିକୃତ ହୋଇଛି। ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି, ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।