ନୂଆଦିଲ୍ଲୀ: ଇନ୍ଦୋରର ଏକ ଭୟଙ୍କର ଘଟଣାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଜଣେ ମହିଳାଙ୍କ ମୃତଦେହକୁ କାଟି ୨ଟି ବ୍ୟାଗରେ ଭର୍ତ୍ତି କରାଯାଇ ଟ୍ରେନ ମାଧ୍ୟମରେ କେଉଁ ସ୍ଥାନକୁ ଚାଲାଣ କରାଯାଉଥିବା ସମୟରେ ଜିଆରପି ପୋଲିସ ଉକ୍ତ ବ୍ୟାଗକୁ ଜବତ କରିଛି । ବ୍ୟାଗରୁ ମିଳିଥିବା ମୃତଦେହରେ ଶରୀରର ସମସ୍ତ ଅଙ୍ଗ ଥିବା ସମୟରେ ହାତ ଏବଂ ଗୋଡ ନଥିବା ଦେଖିବାକୁ ମିଳିଛି ।


COMMERCIAL BREAK
SCROLL TO CONTINUE READING

ତେବେ ଉକ୍ତ ମହିଳାଙ୍କୁ କେହି ହତ୍ୟା କରିବା ପରେ ମୃତଦେହକୁ ବିକୃତ କରାଯାଇଛି ବୋଲି ପୋଲିସ ସନ୍ଦେହ କରିଛି । ଡ ଆମ୍ବେଦକର ନଗର ଏବଂ ଇନ୍ଦୋର ପ୍ୟାସେଞ୍ଜର ଟ୍ରେନରେ ସଫା କରୁଥିବା ସମୟରେ ଏହି ଦୃଶ୍ୟ ପ୍ରଥମେ ଜଣେ ସଫେଇ କର୍ମଚାରୀଙ୍କ ନଜରରେ ପଡିଥିଲା । ତାପରେ ସେ ଏନେଇ ଜିଆରପିକୁ ସୂଚନା ଦେଇଥିଲେ। ଉକ୍ତ ଷ୍ଟେସନର ଇନଚାର୍ଜ ସଞ୍ଜୟ ଶୁକ୍ଳା ନିଜ ଟିମ ସହିତ ଟ୍ରେନ ଭିତରେ ପହଞ୍ଚି ଦୁଇଟି ବ୍ୟାଗକୁ ଜବତ କରିଥିଲେ। ଶୁକ୍ଳାଙ୍କ କହିବାନୁଯାୟୀ, ଜବତ ହୋଇଥିବା ମୃତ ମହିଳାଙ୍କ ପରିଚୟ ମିଳିନାହିଁ । ତେବେ ତାଙ୍କ ବୟସ ୨୦ରୁ ୨୫ ବର୍ଷ ହେବା ନେଇ ଅନୁମାନ କରାଯାଉଛି । ମହିଳାଙ୍କ ଅଣ୍ଟା ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ୱ ଗୋଟିଏ ଟ୍ରଲୀ ବ୍ୟାଗରେ ଭର୍ତ୍ତି କରାଯାଇଥିବା ସମୟରେ ଅଣ୍ଟା ଠାରୁ ତଳକୁ ଥିବା ଶରୀରକୁ ଆଉ ଏକ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରାଯାଇଥିଲା ।


ଅନ୍ୟପଟେ ଜବତ ହୋଇଥିବା ମୃତଦେହକୁ କିଏ ରଖିଛି ଏବଂ ଏହା ହତ୍ୟାକାଣ୍ଡ ନା ଆଉ କିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ମହିଳାଙ୍କ ପରିଚୟ କଣ ତାହା ଜାଣିବା ବର୍ତ୍ତମାନ ପୋଲିସ ପ୍ରାଥମିକତା ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏତିସହ ଜବତ ହୋଇଥିବା ଶବକୁ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।


Also Read- Top 10 News Today: ଯାହା କହିଥିଲେ ତାହା କରିଲେ ଭିକେ ପାଣ୍ଡିଆନ, ପଢ଼ନ୍ତୁ ୧୦ଟି ବଡ଼ ଖବର


Also Read- Shukra Rashi Parivartan 2024: ଶୁକ୍ରଙ୍କ ପ୍ରଭାବରୁ ଏହି ୩ ରାଶିଙ୍କ ଭାଗ୍ୟ ପରିବର୍ତ୍ତନ