Rivaba Jadeja Viral Video: ବିଭିନ୍ନ କାରଣକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି ଭାରତୀୟ ପୁରୁଷ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା। ଯିଏ ଗତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବଚନରେ ଗୁଜୁରାଟ ଜାମନଗର ଉତ୍ତର ଆସନରୁ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ। ହେଲେ ଏବେ ମେୟର ଏବଂ ସାଂସଦଙ୍କ ସହ ମୁହାଁମୁହିଁ ହେବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ବିଧାୟିକା।


COMMERCIAL BREAK
SCROLL TO CONTINUE READING

ଗୁରୁବାର ଅନୁଷ୍ଠିତ ହୋଇଥିବା ଏକ ସାଧାରଣ କାର୍ଯ୍ୟକ୍ରମରେ ବିଜେପି ବିଧାୟିକା ରିବାବା ଜାଡେଜା (BJP MLA Rivaba Jadeja) ସ୍ଥାନୀୟ ସାଂସଦ ପୁନମବେନ ମଦାମ (BJP MP Poonamben Maadam) ଏବଂ ଜାମନଗର ମେୟର ବୀଣାବେନ କୋଠାରୀଙ୍କ (Jamnagar Mayor Binaben Kothari) ଉପରେ ରାଗି ଯାଇଥିଲେ। ମାମଲା ତୁ-ତୁ ମେଁ ମେଁ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ବିଧାୟିକା ପ୍ରଥମେ ମେୟରଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ କରିଥିଲେ। ପରେ ବିଧାୟିକା ସାଂସଦଙ୍କ ସହ ଯୁକ୍ତିତର୍କ କରିବାକୁ ପଛେଇ ନଥିଲେ। ଯୁକ୍ତିତର୍କ ଚାଲିଥିବା ବିଧାୟିକା ଉଭୟ ମେୟର-ସାଂସଦଙ୍କ ଉପରେ ତାତି ଉଠିଥିଲେ। ଶେଷରେ କୌଣସି ପ୍ରକାରେ ମାମଲାକୁ ଶାନ୍ତ କରିଦିଆ ଯାଇଥିଲା। ଏହି ଘଟଣାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି (Gujarat Viral Video Today)। ଯେଉଁଥିରେ ସେମାନଙ୍କୁ ଗୁଜରାଟି ଭାଷାରେ କଥାବାର୍ତ୍ତା କରୁଥିବାର ଶୁଣିବାକୁ ମିଳୁଛି।



ଏନେଇ ମିଳିଥିବା ଖବର ଅନୁସାରେ ଗୁଜୁରାଟ (Gujarat) ଜାମନଗର ଉତ୍ତର ବିଧାନସଭା ଆସନର (North Jamnagar MLA) ବିଜେପି ବିଧାୟିକା ରିବାବା ଜାଡେଜା ଏକ ସାଧାରଣ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଜାମନଗର ସ୍ଥିତ ଲାଖୋଟା ହ୍ରଦ (Lakhota Lake Jamnagar) ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଜାମନଗର ନଗର ନିଗମ (Jamnagar Municipal Corporation) ଦ୍ୱାରା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟିକା ରିବାବା ଜାଡେଜାଙ୍କ ବ୍ୟତୀତ ଜାମନଗର ସାଂସଦ (Jamnagar Lok Sabha MP) ପୁନମବେନ ମଦାମ ଏବଂ ସ୍ଥାନୀୟ ମେୟର ବିନାବେନ କୋଠାରୀ ମଧ୍ୟ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ବୀର ଶୀହଦଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇବା ପାଇଁ ଆସିଥିଲେ।


କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସ୍ଥାନୀୟ ନେତା ତଥା ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କୌଣସି କାରଣରୁ ମେୟର ଏବଂ ବିଧାୟିକାଙ୍କ (Jamnagar MLA Mayor Clash) ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ବିଧାୟିକା ସାଂସଦଙ୍କ (Jamnagar MLA MP Clash) ସହ ଯୁକ୍ତିତର୍କ  କରିଥିଲେ। ବିଧାୟିକା ସାଂସଦଙ୍କୁ କହିଥିଲେ ଯେ ଆପଣ ଏସବୁ କରଛନ୍ତି। ଏହାକୁ ବନ୍ଦ କରିବାକୁ ଚେଷ୍ଟା କରନ୍ତୁ। ଏହି ପୁରା ଘଟଣାକ୍ରମର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ବିଧାୟିକା, ମେୟର ଏବଂ ସାଂସଦଙ୍କ ଉପରେ ତାତି ଉଠୁଥିବାର (Jamnagar MLA targets Mayor and MP) ଦେଖାଯାଉଛି। ଯେଉଁଥିରେ ବିଧାୟିକା ମେୟରଙ୍କ ଉଦ୍ଦେଶ୍ୟରେ କହୁଛନ୍ତି ଆପଣ ଅଧିକ ହୁସିଆର ହେବାକୁ ଚେଷ୍ଟା କରନ୍ତୁ ନାହିଁ। ଆପଣ ଆପଣଙ୍କ ସୀମା ମଧ୍ୟରେ ରୁହନ୍ତୁ।


କୁହାଯାଉଛି ଯେ ପ୍ରୋଟୋକଲ୍ ପାଇଁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ହେଲେ ବିଜେପି ବିଧାୟିକା କାହିଁକି ନିଜ ଦଳର ମେୟର ଏବଂ ସାଂସଦଙ୍କ ସହ ମୁହାମୁହିଁ ହୋଇଥିଲେ ତାହା ନିଶ୍ଚିତ ହୋଇନାହିଁ। ଆପଣଙ୍କୁ କହିରଖୁଛୁ ଯେ ଶେଷ ଥର ପାଇଁ ରିଭାବା ଜାଡେଜା ଶେଷଥର ପାଇଁ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ। ଯେତେବେଳେ ଆଇପିଏଲ୍ ଟ୍ରଫି (IPL Trophy) ଜିତିବା ପରେ ପଡ଼ିଆରେ ତାଙ୍କ ସ୍ୱାମୀ ରବିନ୍ଦ୍ର ଜାଡେଜାଙ୍କୁ (Ravindra Jadeja) ଅଭିବାଦନ ଜଣାଇବାକୁ ପହଞ୍ଚିଥିଲେ। ସେହି ସମୟରେ ରିବାବା ରବିନ୍ଦ୍ରଙ୍କ (Ravindra Jadeja Wife Rivaba Jadeja) ପାଦ ଛୁଇଁଥିଲେ। ସେତେବେଳେ ତାଙ୍କର ସଂସ୍କାରକୁ ନେଇ ବହୁତ ପ୍ରଶଂସା କରାଯାଇଥିଲା। ହେଲେ ବର୍ତ୍ତମାନ ସମୟରେ ତାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ତାଙ୍କର ଏକ ରୌଦ୍ର ରୂପ ଦେଖିବାକୁ ମିଳୁଛି।