Varanasi District Court Order on Gyanvapi Case: ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ବୁଧବାର ହିନ୍ଦୁଙ୍କ ସପକ୍ଷରେ ଆସିଛି ବଡ଼ ରାୟ। ଏହି ମାମଲାର ଶୁଣାଣି କରି ବାରାଣାସୀ ଜିଲ୍ଲା ଅଦାଲତ ଜ୍ଞାନବ୍ୟାପୀ ତଳ ମହଲାରେ ନିୟମିତ ପୂଜା କରିବା ପାଇଁ ହୋଇଥିବା ଦାବିକୁ ଗ୍ରହଣ କରିଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ଜ୍ଞାନବ୍ୟାପୀ ତଳ ମହଲାରେ ବ୍ୟାସ ପରିବାର ଠାରେ ନିୟମିତ ପୂଜାପାଠ କରିବା ପାଇଁ ବ୍ୟବସ୍ଥା କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜ୍ଞାନବ୍ୟାପୀ ମାମଲାରେ ଦୀର୍ଘ ଦିନ ଚାଲିଥିବା ଆଇନଗତ ଯୁଦ୍ଧରେ ଏବେ ହିନ୍ଦୁ ପକ୍ଷକୁ ଏକ ବଡ଼ ସଫଳତା ମିଳିଛି। 


COMMERCIAL BREAK
SCROLL TO CONTINUE READING

ସମସ୍ତଙ୍କର ପୂଜା କରିବାର ଅଧିକାର ରହିବ
ବାରାଣାସୀ ଜିଲ୍ଲା ଅଦାଲତରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ ଜ୍ଞାନବ୍ୟାପୀ ତଳ ମହଲାରେ ପୂଜା ପାଠ ୭ ଦିନ ମଧ୍ୟରେ ଆରମ୍ଭ ହେବ। ପୂଜାପାଠ କରିବାର ସମସ୍ତଙ୍କର ଅଧିକାର ରହିବ। ଆମେ ଆଇନଗତ କାର୍ଯ୍ୟ ସମାପ୍ତ କରିଛୁ। ପୂଜା ପାଠ ଆସନ୍ତା ୭ ଦିନ ମଧ୍ୟରେ ତଳ ମହଲାରେ ଆରମ୍ଭ ହେବ। ଭକ୍ତ ଏବଂ ପୁରୋହିତଙ୍କୁ ଜ୍ଞାନବ୍ୟାପୀ ପରିସର ଭିତରକକୁ ଯିବାକୁ ଅନୁମତି ଦିଆଯିବ। ଜ୍ଞାନବ୍ୟାପୀ ମାମଲା ବାରାଣାସୀ କୋର୍ଟ ହେଇଥିବା ଆଦେଶ ହେଉଛି ଐତିହାସିକ।


୧୯୯୩ ମସିହରେ ହୋଇଥିଲା ପୂଜା ବନ୍ଦ 
ଆପଣଙ୍କୁ କହିରଖୁଛୁ ଯେ ହିନ୍ଦୁ ପକ୍ଷ ସୋମନାଥ ବ୍ୟାସ ପରିବାବାରକୁ ତଳ ମହଲାରେ ପୂଜାପାଠ କରିବା ପାଇଁ ଅଦାଲତରେ ଆବେଦନ କରିଥିଲେ। ସୋମନାଥ ବ୍ୟାସ ପରିବାର ୧୯୯୩ ମସିହା ପର୍ଯ୍ୟନ୍ତ ତଳ ମହଲାରେ ନିୟମିତ ପୂଜାପାଠ କରି ଆସୁଥିଲା। ହେଲେ ୧୯୯୩ ମସିହାରେ ତତ୍କାଳୀନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଳ ମହଲାକୁ ବନ୍ଦ କରାଯାଇ ସେଠାର ବ୍ୟାରିକେଡ କରାଯାଇଥିଲା। ଏହା ସହିତ ହିନ୍ଦୁ ସମ୍ପ୍ରଦାୟ ଦ୍ୱାରା ଜ୍ଞାନବ୍ୟାପୀ ପରିସରେ କରାଯାଉଥିବା ପୂଜାପାଠ ବନ୍ଦ ହୋଇଥିଲା।


ଜ୍ଞାନବ୍ୟାପୀ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଲେ ବାରାଣାସୀ ଜିଲ୍ଲା ଅଦାଲତ
ଦୀର୍ଘ ଦିନର ଆଇନଗତ ଯୁଦ୍ଧ ପରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସୁପ୍ରିମକୋର୍ଟ ଦ୍ୱାରା ଦିଆଯାଇଥିା ନିର୍ଦ୍ଦେଶରେ ଜ୍ଞାନବ୍ୟାପୀ ପରିସରରରେ ସର୍ଭେ କରିଥିଲା। ଏହି ସମୟ ମଧ୍ୟରେ ଜ୍ଞାନବ୍ୟାପୀ ତଳ ମହଲା ସଫା ହେବା ପରେ ୨୦୨୪ ଜାନୁୟାରୀ ୧୭ ତାରିଖରେ ବାରଣାସୀ ଜିଲ୍ଲା ପ୍ରଶାସନ ଏହାକୁ ସିଲ୍ କରି କୋର୍ଟ ନିର୍ଦ୍ଦେଶକ୍ରମେ ଏହାକୁ ନିଜ ଅଧିନକୁ ନେଇଥିଲା। ବର୍ତ୍ତମାନ ୭ ଦିନ ମଧ୍ୟରେ ସମସ୍ତ ବାଧାବିଘ୍ନ ହଟାଇବା ଏବଂ ବ୍ୟାସ  ପରିବାରକୁ ନିୟମିତ ପୂଜାପାଠ କରିବାକୁ ଅଧିକାର ଦେବା ପଇଁ ବାରଣାସୀ ଜିଲ୍ଲା ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।


କାଶୀ ବିଶ୍ୱନାଥ ଟ୍ରଷ୍ଟ କରିବ ପୂଜାପାଠ 
ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁ ପକ୍ଷର ଦ୍ୱିତୀୟ ଆଇନଜୀବୀ ମଦନ ମୋହନ ଯାଦବ କହିଛନ୍ତି ଯେ ଜିଲ୍ଲା ଜଜ୍ ଅଜୟ କୃଷ୍ଣ ବିଶ୍ୱେଶଙ୍କ କୋର୍ଟ ବ୍ୟାସ ପରିବାରର ସଦସ୍ୟ ଶୈଳେନ୍ଦ୍ର ପାଠକଙ୍କୁ ଜ୍ଞାନବ୍ୟାପୀ ତଳ ମହଲାରେ ପୂଜା କରିବାର ଅଧିକାର ଦେଇଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ପୂଜାପାଠ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବ। ପୂଜାପାଠ କାର୍ଯ୍ୟ କାଶୀ ବିଶ୍ୱନାଥ ଟ୍ରଷ୍ଟ ଦ୍ୱାରା କରାଯିବ। ଜ୍ଞାନବ୍ୟାପୀ ସାମ୍ନାରେ ବସିଥିବା ନନ୍ଦୀ ମହାରାଜଙ୍କ ସାମ୍ନାରେ ଏକ ରାସ୍ତା ଖୋଲାଯିବ। ଜ୍ଞାନବ୍ୟାପୀ ପରିସରରେ ଅବସ୍ଥିତ ବ୍ୟାସ ପରିବାର ତଳ ମହଲାରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବାକୁ କୋର୍ଟ ଅନୁମତି ଦେଇଥିବା କହିଛନ୍ତି ଆଇନଜୀବୀ ମଦନ ମୋହନ ଯାଦବ।