Delhi Hand Transplant: ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ଚମତ୍କାର ଘଟଣା ଘଟିଛି । ଦିଲ୍ଲୀରେ ଥିବା ଗଙ୍ଗାରାମ ହସ୍ପିଟାଲରେ ସଫଳ ହାତ ପ୍ରତିରୋପଣ କରାଯାଇଛି। ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଉଭୟ ୨ ହାତକୁ ପ୍ରତିରୋପଣ କରାଯାଇଛି। ଏକ ଡାକ୍ତରୀ ଟିମ୍ ଗଙ୍ଗା ରାମ ହସ୍ପିଟାଲରେ ସଫଳତାର ସହ ଏହି ଅପରେସନ୍ କରିଛନ୍ତି । ଜଣେ ଚିତ୍ରକାର ଏକ ଟ୍ରେନ୍ ଦୁର୍ଘଟଣାରେ ନିଜର ଦୁଇ ହାତ ହରାଇଥିବା ସମୟରେ ଏବେ ସେ ଦୁଇ ହାତ ଫେରି ପାଇଛନ୍ତି । ସଫଳ ହାତ ପ୍ରତିରୋପଣ ପରେ, ସେ ବର୍ତ୍ତମାନ ପୁଣିଥରେ ନିଜର ସ୍ୱପ୍ନକୁ ସାକାର କରିବାରେ ସକ୍ଷମ ହେବେ ।


COMMERCIAL BREAK
SCROLL TO CONTINUE READING

ଏହି ଅପରେସନ ସଫଳ ହେବା ପରେ ଡାକ୍ତରୀ ଟିମଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । କିନ୍ତୁ ସବୁଠାରୁ ବଡ ଶ୍ରେୟ ସେହି ମହିଳାଙ୍କ ନିକଟକୁ ଯାଉଛି ଯାହାଙ୍କ ଅଙ୍ଗ ଦାନ ଦ୍ୱାରେ ଏହା ସମ୍ଭବ ହୋଇପାରିଛି। ଜଣେ ମହିଳାଙ୍କ ବ୍ରେନ୍ ଡେଡ୍ ପରେ ତାଙ୍କର ଦୁଇ ହାତକୁ ବ୍ୟକ୍ତିଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି ।


୨୦୨୦ ରେ ଏକ ଟ୍ରେନ୍ ଦୁର୍ଘଟଣାରେ ହାତ ହରାଇବା ପରେ ବ୍ୟକ୍ତିଜଣକ ଖୁବ୍ ଭାଙ୍ଗିପଡିଥିଲେ । ତାଙ୍କର ସବୁ ଆଶା ନିରାଶାରେ ବଦଳିଯାଇଥିଲା । ଚିତ୍ରକର ଜଣକ ଆର୍ଥିକ ଦୃଷ୍ଟିରୁ ବହୁତ ଦୁର୍ବଳ ଥିବା କାରଣରୁ ପ୍ରତି ମୁହୂର୍ତ୍ତରେ ସେ ସଂଘର୍ଷ କରୁଥିଲେ । କିନ୍ତୁ ଡାକ୍ତରଙ୍କ ବହୁ ଘଣ୍ଟା ପରିଶ୍ରମ ଏବଂ ଜଣେ ମହିଳାଙ୍କ ଅଙ୍ଗ ଦାନ ହେତୁ ଚିତ୍ରକର ଜଣକ ଏକ ନୂଆ ପରିଚୟ ପାଇବାରେ ସକ୍ଷମ ହେଲେ । NDTV ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବାସ୍ତବରେ ଦିଲ୍ଲୀର ଜଣେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ହାତକୁ ଅପରେସନ କରି ଶରୀରରୁ ଅଲଗା କରାଯାଇଥିଲା । ମହିଳା ଜଣକ ଜୀବିତ ଥିବାବେଳେ ତାଙ୍କ ଅଙ୍ଗ ଦାନ କରିବାକୁ ଘୋଷଣା କରିଥିଲେ । ତାଙ୍କ ଅଙ୍ଗକୁ ଅନ୍ୟ କାହା ଶରୀରରେ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ।


Also Read- Odisha Temperature: କଲବଲ କରୁଛି ତାତି, ସର୍ବୋଚ୍ଚ ତାପମାତ୍ରା ଛୁଇଁଲା ୩୮


Also Read- Budh Gochar 2024: ବୁଧଙ୍କ ଚଳନ ପ୍ରଭାବ, ୪ ରାଶିକୁ ବଡ଼ ଚ୍ୟାଲେଞ୍ଜ୍, ହୋଇପାରେ ଧନ କ୍ଷୟ