Gurmeet Ram Rahim: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଆଜି ଡେରା ମ୍ୟାନେଜର ରଞ୍ଜିତ ସିଂହ ହତ୍ୟା ମାମଲାରେ ଡେରା ମୁଖ୍ୟ ଏବଂ ଅନ୍ୟ ଚାରି ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଡେରା ମୁଖ୍ୟଙ୍କ ଓକିଲ ଜିତେନ୍ଦ୍ର ଖୁରାନା କହିଛନ୍ତି ଯେ, ରଣଜିତ ସିଂ ହତ୍ୟା ମାମଲାରେ ହାଇକୋର୍ଟ ତାଙ୍କୁ ଏବଂ ଅନ୍ୟ ଚାରିଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ବର୍ତ୍ତମାନ ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ ରାମ ରହିମଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ହତ୍ୟା ମାମଲାରେ ସମସ୍ତ ପାଞ୍ଚ ଜଣ ଅଭିଯୁକ୍ତ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିବା ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING

ସିବିଆଇ ସ୍ୱତନ୍ତ୍ର କୋର୍ଟ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟକୁ ରାୟ ଦେଇଥିବା ସମୟରେ ତାହାକୁ ରଦ୍ଦ କରିବା ସହ ଏହି ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ । ରାମ ରହିମ ସିବିଆଇ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ବିରୋଧରେ ଆବେଦନ କରିଥିଲେ । ୨୦୨୧ ମସିହାରେ ହତ୍ୟା ମାମଲାରେ ସିବିଆଇ କୋର୍ଟ ଗୁରୁମିତ ରାମ ରହିମଙ୍କ ସମେତ ପାଞ୍ଚ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଦେଇଥିଲେ । 


Also Read- ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଗ୍ରହଣ କଲେ ପରମେଶ୍ୱର ଫୁଙ୍କୱାଲ


Also Read- ୯ ଟି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲେ ବିଜେଡି ନେତା ଭିକେ ପାଣ୍ଡିଆନ