Heat wave: ଡ଼ରାଉଛି ଆଷାଢ ଖରା! ୭୨ ଘଣ୍ଟାରେ ଅଶୁଂଘାତ ନେଲାଣି ଏତିକି ଜୀବନ
Severe Heat: ଅତି ଜରୁରୀ ନ ହେଲେ ଲୋକେ ଘରୁ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ପ୍ରବଳ ଖରା ଯୋଗୁଁ ଉତ୍ତର ଭାରତରେ ସ୍ଥିତି ସଙ୍ଗୀନ ହୋଇଛି । ଗତ ୩ ଦିନ ମଧ୍ଯରେ ଉତ୍ତରପ୍ରଦେଶ ବାଲିଆ ଅଞ୍ଚଳ ସ୍ଥିତ ଏକ ହସ୍ପିଟାଲରେ ପ୍ରାୟ ୫୪ ଜଣଙ୍କକ ମୃତ୍ୟୁ ହୋଇଛି । ସେହିପରି ୪ ଶହରୁ ଅଧିକ ଲୋକେ ମେଡ଼ିକାଲରେ ଭର୍ତ୍ତି ଥିବା ଜଣାପଡ଼ିଛି ।
Heat wave: ସାରା ଦେଶରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ (Heat Wave) । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ଲୋକେ। ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛନ୍ତି ଦେଶବାସୀ। ସ୍ଥିତି ଏମିତି ହେଉଛି ଯେ, ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କକିଲ୍ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ଘରୁ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ପ୍ରବଳ ଖରା ଯୋଗୁଁ ଉତ୍ତର ଭାରତରେ ସ୍ଥିତି ସଙ୍ଗୀନ ହୋଇଛି । ଗତ ୩ ଦିନ ମଧ୍ଯରେ ଉତ୍ତରପ୍ରଦେଶ (Uttar Pradesh) ବାଲିଆ ଅଞ୍ଚଳ ସ୍ଥିତ ଏକ ହସ୍ପିଟାଲରେ ପ୍ରାୟ ୫୪ ଜଣଙ୍କକ ମୃତ୍ୟୁ ହୋଇଛି । ସେହିପରି ୪ ଶହରୁ ଅଧିକ ଲୋକେ ମେଡ଼ିକାଲରେ ଭର୍ତ୍ତି ଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ବାଲିଆ ହସ୍ପିଟାଲରେ ଭର୍ତ୍ତି ଥିବା ଅଧିକାଂଶ ରୋଗୀଙ୍କ ବୟସ ୬୦ ଉପରେ ରହିଛି । ଚିକିତ୍ସିତ ଲୋକଙ୍କଠାରେ ସାଧାରଣତଃ ଜ୍ବର ସହ ଶ୍ବାସକ୍ରିୟାରେ ସମସ୍ୟା ଦେଖିବାକୁ ମିଳିଛି । ଅଧିକାଂଶ ମୃତ୍ୟୁ ହୃତଘାତ୍, ମସ୍ତିଷ୍କଘାତ ଓ ହଇଜା ଯୋଗୁଁ ହୋଇଥିବା ଡ଼ାକ୍ତର ମତ ଦେଇଛନ୍ତି । ଗରମ ଓ ତାପମାତ୍ରା ଯୋଗୁଁ ମେଡ଼ିକାଲରେ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ଉତ୍ତରପ୍ର ଦେଶରେ ଏବେ ଲୁର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଏଠାରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି । ସେପଟେ ବିହାରରେ (Bihar) ୨୭ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ବିହାରର ୪ଟି ସ୍ଥାନରେ ଗ୍ରୀଷ୍ମ ଲହରୀ ଓ ୧୮ଟି ସ୍ଥାନରେ ପ୍ରଚଣ୍ତ ଗ୍ରୀଷ୍ମ ଲହରୀ (Severe Heat ) ଦେଖିବାକୁ ମିଳିଥିବା ବେଳେ ତାପମାତ୍ରା ଏଠାରେ ମଧ୍ଯ ୪୦ ଡ଼ିଗ୍ରୀ ଉପରେ ରହିଛି । ଭୋଜପୁର ଜିଲ୍ଲା ସମେତ ରୋହତସ, ଅରୱାଲ, ଔପଙ୍ଗାବାଦ, ନାଳନ୍ଦା, ଜାମୁଇ, ଜାହାନାବାଦ, ଭାଗଲପୁର, ଗୟା ଆଦି ସ୍ଥାନର ଲୋକେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।
ସେପଟେ ଅଂଶୁଘାତ (sunstroke) ଯୋଗୁଁ ଝାରସୁଗୁଡ଼ାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରବଳ ଖରା (severe Heat) ଯୋଗୁଁ ସୋମାନଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । କିନ୍ତୁ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି । ମୃତକ ଝାରସୁଗୁଡ଼ା ଜିଲ୍ଲା ମାଳୀମୁଣ୍ତା ଗାଁର ଅଜିତ ମକର, ଗାୟତ୍ରୀ କଲୋନୀର ବାସନ୍ତୀ ପ୍ରଧାନ ଓ ସମ୍ବଲପୁର ଜିଲ୍ଲାର ଦେବାଶିଷ ରାୟ ବୋଲି ଜଣାପଡ଼ିଛି । ବାସନ୍ତୀ ପ୍ରଧାନ ରବିବାର ଅପରାହ୍ନରେ ଅସୁସ୍ଥ ହୋଇପଡ଼ିଥିଲେ । ପରେ ସନ୍ଧ୍ୟା ସମୟରେ ହଠାତ୍ ସେ ଚେତାଶ୍ବନ୍ୟ ହୋଇପଡ଼ିବାରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ଅଜିତ ମାଳୀମୁଣ୍ତି ରାସ୍ତା କଡ଼ ଏକ ଗଛ ତଳେ ଶୋଇଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଦେବାଶିଷ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
Also Read-Rath Yatra 2023: ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ଏହି ସମୟରୁ ହେବ ଆରମ୍ଭ...
ପ୍ରକାଶ ଥାଉ କି, ସୋମବାର ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିପାଗ ବିଭାଗ ପକ୍ଷରୁ ଅଂଶୁଘାତ (sunstroke) ଜନିତ ୱାର୍ଣ୍ଣିଂ ଜାରି କରାଯାଇଛି । ଖରାକୁ ନ ବାହାରିବାକୁ, ଶୋଷ ନ ଲାଗିଲେ ମଧ୍ଯ ଅଳ୍ପ ବ୍ୟବଧାନରେ ପାଣି ପିଇବା ଲାଗି ପରାମର୍ଶ ଦିଆଯାଇଛି । ତେବେ ଜୁନ୍ ୨୦ ତାରିଖରୁ ତାତି କମିବା ସହ ୨୧ ତାରିଖରୁ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ଫଳରେ ଗୁରୁବାର ଦିନ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ଯମ ଧରଣର ବର୍ଷା ହେବ । ପରେ ୨୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ବିଭାଗ (Bhubaneswar Meteorological Department) ପକ୍ଷରୁ ଆକଳନ କରାଯାଇଛି ।