Weather Update: ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ମିଳିଥିବା ବେଳେ ଲାଗିରହିଛି ଗୁଳିଗୁଳି । ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ। ତେବେ, ଏହାରି ଭିତରେ ଆଶ୍ବସ୍ତି କଲା ପରି ଖବର ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ (IMD)। ରାଜ୍ୟରେ ବଢିବ ବର୍ଷାର(rain) ପରିମାଣ ।  ଆସନ୍ତା ୯ ତାରିଖରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୂର୍ଣ୍ଣିବଳୟ । ଫଳରେ ରାଜ୍ୟରେ ଲାଗି ରହିବ ଲଗାଣ ବର୍ଷା । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା (Heavy rain alert )ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ(IMD) । 



COMMERCIAL BREAK
SCROLL TO CONTINUE READING

Also Read: Shukra Mangal Gochar 2023: ଶୁକ୍ର-ମଙ୍ଗଳଙ୍କ କୃପାରୁ ଆଜିଠୁ ଚମକିବ ଏହି ତିନି ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ନୂଆ ଚାକିରି ସାଙ୍ଗକୁ ରହିଛି ଧନଲାଭର ଯୋଗ!


Also Read: Horoscope Today 7 July 2023: ଆଜି ଏହି ୪ଟି ରାଶି ଉପରେ ହେବ ଧନର ବର୍ଷା, ଏହି ୨ଟି ରାଶି ପାଇଁ ବିପଦ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?


ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୌସୁମୀ ନିମ୍ନଚାପରେଖା ଏବେ ଉତ୍ତର ଓଡ଼ିଶାର ବାଲେଶ୍ବର ଦେଇ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏହାସହ ଘୁର୍ଣ୍ଣିବଳୟଟି ଗାଙ୍ଗେୟ ଉପତ୍ୟକାରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । (Heavy rain alert ) ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ନୂଆପଡା, ବଲାଙ୍ଗିର, ବରଗଡ, ଝାରସୁଗୁଡା, ସମ୍ବଲପୁର ଏବଂ ସୁନ୍ଦରଗଡକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡା, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିଭଳି ଆସନ୍ତାକାଲି ପାଇଁ ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୮ ଓ ୯ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ୧୦ରୁ ପୁଣି ଥରେ ବର୍ଷାର ପରିମାଣ ବୃଦ୍ଧି ହୋଇପାରେ ।  ଚଳିତ ମୌସୁମୀ ଋତୁରେ ୧ ଜୁନ ରୁ ଆଜି ୬ ଜୁଲାଇ ମଧ୍ୟରେ ରାଜ୍ୟରେ ୧୯୧.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୬୫.୮ ମିମି ତୁଳନାରେ  ୨୮ ପ୍ରତିଶତ କମ ରହିଛି ।



ସୂଚନା ଥାଉ କି, ଭାରତକୁ ମୌସୁମୀ ଛୁଇଁଥିବା ବେଳେ ଦେଶର ବହୁ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ନିଅଣ୍ଟିଆ ବର୍ଷା ହୋଇଛି । ଏପରିକି କିଛି ସ୍ଥାନରେ ୫୦ ପ୍ରତିଶତରୁ ମଧ୍ୟ କମ୍ ବର୍ଷା ହୋଇଛି । ସେହିପରି ରାଜ୍ୟରେ ଚଳିତ ବର୍ଷ ମୌସୁମୀ (Monsoon) ବିଳମ୍ବରେ ଆସିଥିବା ବେଳେ ଜୁନ୍ ମାସରେ ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ରିପୋର୍ଟ କହୁଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେବା ଯୋଗୁଁ ରାଜ୍ୟରେ ଗତ କିଛି ଦିନ ହେବ ବର୍ଷାର ପରିମାଣ କମିବା ସହ ତାପମାତ୍ରା ବୃଦ୍ଧି ପାଇଥିଲା । ଫଳରେ ଆଷାଢ ଓ ଶ୍ରାବଣ ମାସରେ ଗରମରେ ଛଟପଟ ହେଉଥିଲେ ରାଜ୍ୟବାସୀ । ଅନ୍ୟପଟେ ବାୟୁମଣ୍ତଳର ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ବୃଦ୍ଧି ପାଇଥିଲା ।