Helicopter Crash: ନୂଆଦିଲ୍ଲୀ: ବୁଧବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ପୁଣେର ବାବଧାନ ବୁଦକ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସକାଳେ ମହାରାଷ୍ଟ୍ରର ପୁଣେରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବିପର୍ଯ୍ୟୟ ପ୍ରଶମନ ଦଳ ଘଟଣାସ୍ଥଳକୁ ପଠାଇ ଦିଆଯାଇଛି। ଏହି ଘଟଣା ସକାଳ ସାତଟାରେ ଘଟିଥିବା କୁହାଯାଉଛି। କୁହୁଡି ଏହି ଦୁର୍ଘଟଣାର ମୂଳ କାରଣ ବୋଲି କୁହାଯାଉଛି। ତେବେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାର ପ୍ରକୃତ କାରଣ କେବଳ ଅନୁସନ୍ଧାନ ପରେ ଜଣାପଡିବ।