Tamato Price: ରୋଷେଇ ଘରର ଅତ୍ୟାବଶ୍ୟକ ପରିବା ହେଉଛି ଟମାଟୋ । କାରଣ ତାହା ଅଧିକାଂଶ ତରକାରୀରେ ଆମେ ବ୍ୟବହାର କରିଥାଉ । ସାଲାଡ ଠାରୁ ଆରମ୍ଭ କରି ଡାଲି, ଡାଲମା, ସନ୍ତୁଳା, ମାଛ ତରକାରୀ, ଚିକେନ, ମଟନ, ଟମାଟୋ ନପଡିଲେ ସବୁ କିଛି ଯେପରି ଫିକା ଫିକା ଲିଗିଥାଏ । ଏଥିସହ ଭୋଜୀରେ ଟମାଟୋ ଖଟା ମଧ୍ୟ ହୋଇଥାଏ କିନ୍ତୁ ବର୍ତ୍ତମାନ ଭୋଜୀରେ ଲୋକମାନେ ଟମାଟୋ ବଦଳରେ ଅନ୍ୟ ବିକଳ୍ପ (Another option) ଦେଖୁଛନ୍ତି । କିଛିଦିନ ହେବ ଭାରତର ବିଭିନ୍ନ ସହରରେ ଟମାଟୋର ଦାମ ଖୁବ୍ ଅଧିକ ରହିଛି । ମାତ୍ର ମାସକ ମଧ୍ୟରେ ଟମାଟୋର ଦର ବିଭିନ୍ନ ସ୍ଥାନରେ ୫ରୁ ୭ଗୁଣ ବୃଦ୍ଧି ପାଇଛି । ଓଡ଼ିଶା (Odisha) ସମେତ ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ରାଜଧାନୀ ଦିଲ୍ଲୀରେ ମଧ୍ୟ ଟମାଟୋର ଦର ଆକାଶ ଛୁଆଁ ରହିଛି । ଗରିବ ଲୋକଙ୍କ ପାଇଁ ବର୍ତ୍ତମାନ ସ୍ୱପ୍ନ ପାଲଟିଥିବାବେଳେ କିଛି ଧନୀ ବ୍ୟକ୍ତିମାନେ ମଧ୍ୟ ନିଜ ପରିବାର ପାଇଁ ହେଉଥିବା ରୋଷେଇ ଖାଦ୍ୟ ତାଲିକାରୁ ଟମାଟୋକୁ ବାଦ ଦେବା ମଧ୍ୟ ଆରମ୍ଭ କରିଛନ୍ତି । ଏପରିକି ହୋଟେଲ (Hotel) ଓ ଢାବା ଗୁଡିକ ମଧ୍ୟ ନିଜ ରୋଷେଇରେ ଟମାଟୋକୁ ବାଦ ଦେବା ଖବର ସାମ୍ନାକୁ ଆସିଛି । ନିକଟରେ ଏକ ବର୍ଗର କମ୍ପୀନି ମଧ୍ୟ ଟମାଟୋ ବ୍ୟବହାରକୁ ନେଇ ସୋସିଆଲ ମିଡିଆ (Social media)ରେ ମତ ପ୍ରକାଶ କରିବା ସହ ଟମାଟୋ ବ୍ୟବହାର କରିବନାହିଁ ବୋଲି ସୂଚନା ଦେଇଥିଲା । କାରଣ ଅନେକ ସ୍ଥାନରେ ଟମାଟୋର କିଲୋ ପିଛା ଦର ୨ ଶହରୁ ୨୫୦ଟଙ୍କା ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ।


COMMERCIAL BREAK
SCROLL TO CONTINUE READING

ଟମାଟୋର ଉଚ୍ଚ ଦର କାରଣରୁ ଅନେକ ସ୍ଥାନରେ ଟମାଟୋ ଚୋରା ଚାଲାଣ (Smuggling) ହେଉଥିବା ଖବର ଆସୁଛି । ଇଣ୍ଡୋ-ନୋପାଳ ବର୍ଡର (indo nepal border) ନିକଟରେ ଥିବା ଗାଁ ଓ ସହରରେ ବସବାସ କରୁଥିବା ଲୋକମାନେ ବର୍ତ୍ତମାନ ଚାଇନିଜ୍ ଟମାଟୋ (Chinese tomato)ର ବ୍ୟାପକ ବ୍ୟବହାର କରୁଛନ୍ତି । ବିହାର ସମେତ ୟୁପିକୁ ମଧ୍ୟ ଚାଇନିଜ୍ ଟମାଟୋ ଚୋରା ଚାଲାଣ ହେଉଥିବା କୁହାଯାଉଛି । ନେପାଳ ରାସ୍ତାରେ ଚାଇନା ଟମାଟୋ ଚୋରା ଚାଲାଣ ହେଉଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ସୂଚନା ଅନୁଯାୟୀ ଭାରତୀୟ ସୈନ୍ୟମାନେ ଅନେକ ଚୋରା ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଥିଲେ ମଧ୍ୟ ଟମାଟୋ ଚୋରା କାରବାର ବନ୍ଦ ହୋଇନାହିଁ ।


ବର୍ତ୍ତମାନ ନେପାଳରେ ଥିବା ପରିବା ବଜାର ଗୁଡିକରେ ଚାଇନାର ଟମାଟୋ ବହୁତ ଶସ୍ତା ବିକ୍ରି ହେଉଛି । ଏହି କାରଣରୁ ଚୋରା ଚାଲାଣକାରୀମାନେ ନେପାଳରୁ ଶସ୍ତାରେ ଚାଇନିଜ୍ ଟମାଟୋ ଚୋରା ଚାଲାଣ କରି ଅନ୍ୟ ସ୍ଥାନ ଗୁଡିକରେ ଚଢା ଦରରେ ବିକ୍ରି କରୁଛନ୍ତି।  ନେପାଳର କିଛି ସ୍ଥାନରେ ଭଲ ଗୁଣବତ୍ତା ଟମାଟୋ କେଜି ପିଛା ଶହେରୁ ଆରମ୍ଭ ହୋଇ ୧୫୦ ଟଙ୍କାରେ ବିକ୍ରି ହେଉଛି। ଆପଣଙ୍କୁ ଏଠାରେ କହିରଖିବାକୁ ଚାହିଁବୁ ଯେ, ଗୋଟିଏ ନେପାଳୀ ଟଙ୍କାର ଭାରତୀୟ ମୂଲ୍ୟ ପ୍ରାୟ ୬୩ ପଇସା ସହିତ ସମାନ । ସେହି ହିସାବରେ ୧୦୦ ନେପାଳୀ ଟଙ୍କା ଭାରତୀୟ ମୁଦ୍ରାରେ ପ୍ରାୟ ୬୩ ଟଙ୍କା । ଗତକାଲି ଆସିଥିବା ଖବର ହିସାବରେ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ପୋଲିସ ଏବଂ ସଶସ୍ତ୍ର ସୀମା ବଳ (SSB) ଯବାନମାନେ ଟମାଟୋ ଚୋରା ଚାଲାଣକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି । ଭାରତ-ନେପାଳ ସୀମାରେ ପୋଲିସ ଏବଂ ସଶସ୍ତ୍ର ସୀମା ବଳ ଯବାନମାନେ ପାଖାପାଖି ୫ ଲକ୍ଷ ଟଙ୍କାର ୩ ଟନ୍ ଟମାଟୋ ଜବତ କରିଛନ୍ତି । ଏଥି ସହିତ କଷ୍ଟମ ବିଭାଗର ଜଣେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖବର ମିଳିଛି ।


Also Read- Momos Challenge: ମୋମୋସ୍ ନେଲା ଜୀବନ ! ଚେତାଶୂନ୍ୟ ହେଲେ ଯୁବକ.. ଡାକ୍ତରଖାନାରେ ମୃତ୍ୟୁ