Holi Festival In World: ଆସନ୍ତାକାଲି ସମଗ୍ର ଦେଶରେ ବେଶ ଆଡମ୍ବରର ସହ ପାଳିତ ହେବାକୁ ଯାଉଛି ରଙ୍ଗର ପର୍ବ ହୋଲି। ଏହି ଦିନ ଲୋକଙ୍କ ଚେହେରା ରଙ୍ଗୀନ ହୋଇଯାଏ। ଅବୀର ଆକାଶରେ ଉଡୁଥିବା ଦେଖାଯାଏ। ଏହି ଅବସରରେ ଲୋକେ ପରସ୍ପରକୁ ମିଠା ଖୁଆଇ ହୋଲି ପାଳନ କରିଥାନ୍ତି। ଦେଶର ଅନେକ ସ୍ଥାନରେ ହୋଲି ଖେଳିବା ପରେ ପରସ୍ପରର ଘରକୁ ଯାଇ ହୋଲି ଶୁଭେଚ୍ଛା ଜଣାଇବାର ପରମ୍ପରା ରହିଛି। ରଙ୍ଗର ପର୍ବ ହୋଲି କେବଳ ଭାରତ ନୁହେଁ ବିଶ୍ୱର ଅନେକ ଦେଶରେ ପାଳନ କରାଯାଏ। 


COMMERCIAL BREAK
SCROLL TO CONTINUE READING

ଅଷ୍ଟ୍ରେଲିଆ: ହୋଲି ପରି ଏକ ପର୍ବ ଅଷ୍ଟ୍ରେଲିଆରେ ମଧ୍ୟ ପାଳନ କରାଯାଏ। ହେଲେ ଭାରତ ତୁଳନାରେ ଏଠାରେ ୨ ବର୍ଷରେ ଥରେ ରଙ୍ଗର ପର୍ବ ପାଳନ କରାଯାଏ। ଫେବୃଆରୀ ମାସରେ ଅଷ୍ଟ୍ରେଲିଆରେ ତରଭୁଜ ମହୋତ୍ସବ ଅନୁଷ୍ଠିତ ହୋଇଥାଏ। ଏହାର ନାମ ପରି ଏହି ପର୍ବରେ ତରଭୁଜ ବ୍ୟବହୃତ ହୋଇଥାଏ। ଲୋକେ ପରସ୍ପର ଉପରେ ତରଭୁଜ ପକାଇ ମଜା କରିଥାନ୍ତି। 


ଦକ୍ଷିଣ ଆଫ୍ରିକା: ଦକ୍ଷିଣ ଆଫ୍ରିକା ମଧ୍ୟ ସେହି ଦେଶରେ ଅନ୍ତର୍ଭୂକ୍ତ ହୋଇଛି, ଯେଉଁଠାରେ ରଙ୍ଗର ପର୍ବ ମହା ଆଡମ୍ବରରେ ପାଳନ କରାଯାଏ। ଏଠାରେ ମଧ୍ୟ ହୋଲି ଦହନ କରାଯାଇଥାଏ। ହୋଲି ଅବସରରେ ରଙ୍ଗ ଖେଳାଯିବା ସହ ହୋଲି ଗୀତ ଗାନ କରାଯାଏ। ଆଫ୍ରିକାରେ ରହୁଥିବା ପ୍ରବାସୀ ଭାରତୀୟ ଏହି ପର୍ବକୁ ଆଡମ୍ବରର ସହ ପାଳନ କରିଥାନ୍ତି। ଗୁଜୁରାଟୀ ସମ୍ପ୍ରଦାୟର ଲୋକେ ଆଫ୍ରିକୀୟ ଦେଶରେ ବସବାସା କରିଥାନ୍ତି। ଯେଉଁମାନେ ହୋଲି ପର୍ବ ପାଳନ କରିଥାନ୍ତି।


ଆମେରିକା: ଆମେରିକାର ହୋଲି ରଙ୍ଗର ପର୍ବ ଭାବରେ ଜଣାଶୁଣା। ଯାହା ଭାରତୀୟ ହୋଲି ଦ୍ୱାରା ପ୍ରଭାବିତ। ହୋଲି ଅବସରରେ ଲୋକେ ପରସ୍ପର ଉପରେ ରଙ୍ଗ ପକାଇ ହୋଲି ଖେଳିଥାନ୍ତି ଏବଂ ପରସ୍ପର ସହିତ ଗୀତ ଗାଇ ନୃତ୍ୟ କରିଥାନ୍ତି। ଏହା ବ୍ୟତୀତ, ଏକ କାଦୁଅ ପର୍ବ ମଧ୍ୟ ଅଛି ଯାହା ପ୍ରତିବର୍ଷ ପାଳନ କରାଯାଏ। ଯଦିଓ ପିଲାଙ୍କ ପାଇଁ ଏହି ପର୍ବ ଆରମ୍ଭ ହୋଇଥିଲା। ହେଲେ ସମୟ ବଦଳିବା ସହିତ ଲୋକେ ମଧ୍ୟ ଏହାର ଏକ ଅଂଶ ହେବାକୁ ଲାଗିଲେ। ଯାହା ପରେ ପ୍ରସିଦ୍ଧ ହୋଇଗଲା।


ଥାଇଲ୍ୟାଣ୍ଡ: ଥାଇଲ୍ୟାଣ୍ଡର ହୋଲି "ସୋଙ୍ଗକ୍ରାନ୍" ନାମରେ ଜଣାଶୁଣା। ଏହି ପର୍ବ ଏପ୍ରିଲ୍ ମାସରେ ପାଳନ କରାଯାଏ। ରଙ୍ଗ ସହିତ ଖେଳିବା ସହିତ ଲୋକ ପରସ୍ପର ଉପରେ ଥଣ୍ଡା ପାଣି ପକାଇନ୍ତି। ଥାଇଲ୍ୟାଣ୍ଡରେ ପାଳିତ ହେଉଥିବା "ସୋଙ୍ଗକ୍ରାନ୍", "ୱାର୍ ସ୍ପ୍ଲସିଂ ଫେଷ୍ଟିଭାଲ୍" ଭାବରେ ମଧ୍ୟ ଜଣାଶୁଣା। ଯାହା ବୌଦ୍ଧ ନବ ବର୍ଷ ପାଳନ କରୁଥିବା ଏହା ଏକ ପର୍ବ। 


ଜର୍ମାନୀ: ପ୍ରତିବର୍ଷ ଜର୍ମାନୀସ୍ଥିତ ଓବେରବାମମ୍ବ୍ରୁକ ଠାରେ ୱାଟର ଫାଇଟ ଫେଷ୍ଟିଭାଲ ଆୟୋଜିତ ହୋଇଥାଏ। ଜର୍ମାନୀରେ ପାଳନ କରାଯାଉଥିବା ଏହା ସବୁଠାରୁ ମଜାଳିଆ ଏବଂ ପ୍ରମୁଖ ପର୍ବ। ଗ୍ରୀଷ୍ମ ସମୟରେ ପାଳିତ ହେଉଥିବା ଏହି ପର୍ବରେ ଲୋକେ ପରସ୍ପରର ମୁହାଁମୁହିଁ ହୋଇ ଓବେରବାମମ୍ବ୍ରୁକ ପୋଲ ଉପରେ ଏକ ବିଶାଳ ଜଳ ସଂଗ୍ରାମରେ ସମ୍ପୃକ୍ତ ରହିଥିଲେ।


ଇଂଲଣ୍ଡ: ପ୍ରତିବର୍ଷ ଇଂଲଣ୍ଡରେ କୁପର୍ସ ହିଲ ଠାରେ "ଚୀଜ ରୋଲିଂ" ଏବଂ ୱେକ୍ ଫେଷ୍ଟିଭାଲ" ପାଳନ କରାଯାଏ। "ଚୀଡ ରୋଲିଂ ଫେଷ୍ଟିଭାଲ" ପରମ୍ପରା ୨୦୦ ବର୍ଷରୁ ଅଧିକ ପୁରୁଣା ବୋଲି କୁହାଯାଏ। ହେଲେ ଏହାର ଉତ୍ପତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦିଓ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏହି ପର୍ବ ଶୀତଦିନ ଶେଷ କରିବା ଏବଂ ନୂତନ ଫସଲକୁ ସ୍ୱାଗତ କରିବାକୁ ପାଳନ କରାଯାଏ। 


ଇଟାଲୀ: ଭାରତ ଭଳି ଇଟାଲୀରେ ମଧ୍ୟ ରଙ୍ଗର ପର୍ବ ହୋଲି ପାଳନ କରାଯାଏ। ଏହାର ଆରମ୍ଭ କମଳା ଉପରେ ପର୍ତ୍ତୁଗାଲ, ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ହୋଇଥିବା ଯୁଦ୍ଧ ପରେ ହୋଇଥିଲା। ବର୍ତ୍ତମାନ ଏହା ଏକ ମଜାଦାର ପର୍ବରେ ପରିଣତ ହୋଇଛି। ଯେଉଁଠାରେ ଲୋକମାନେ ପରସ୍ପର ଉପରେ କମଳା ପକାଇଥାନ୍ତି। ଲୋକେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ପରସ୍ପର ଉପରେ କମଳା ବର୍ଷା କରିଥାନ୍ତି।


ସ୍ପେନ: ଉତ୍ତର ସ୍ପେନରେ ଲୋକେ ପରସ୍ପର ଉପରେ ମଦ ଫିଙ୍ଗିଥାନ୍ତି। ୱାଇନ ଫେଷ୍ଟିଭାଲ ନାମରେ ଜଣାଶୁଣା ମଦ ପର୍ବ ପ୍ରତିବର୍ଷ ଲା ରିଓଜା ପ୍ରଦେଶର ହାରୋ ସହରରେ ଅନୁଷ୍ଠିତ ହୋଇଥାଏ। ପ୍ରତିବର୍ଷ ୨୯ ଜୁନରେ ଲୋକେ ମଦ ପିଇବା ପ୍ରତିଯୋଗିତା କରିଥାନ୍ତି। ଏହି ପ୍ରତିଯୋଗିତା ପରେ ସେମାନେ ପରସ୍ପର ଉପରେ ମଦ ମଧ୍ୟ ପକାଇଥାନ୍ତି। ଏହା ସହିତ ପ୍ରତିବର୍ଷ ମାର୍ଚ୍ଚରେ ଭାଲେନ୍ସିଆ ସହରରେ ଫାୟାର ନାଇଟ୍ ନାମରେ ଏହି ପର୍ବ ପାଳନ କରାଯାଏ ଏବଂ ଷଣ୍ଢ ଲଢେଇ ସହିତ ଆତସବାଜି ଶୋଭାଯାତ୍ରା କରାଯାଇଥାଏ। ଆହୁରି ମଧ୍ୟ ଅଗଷ୍ଟ ମାସର ଶେଷ ଶନିବାର ଦିନ ଲୋକେ ପରସ୍ପର ଉପରେ ଟମାଟୋ ପକାଇ ହୋଲି ଖେଳିଥାନ୍ତି। ଯାହାକୁ ଲା ଟୋମାଟିନା କୁହାଯାଏ।


ନ୍ୟୁଜିଲାଣ୍ଡ: ନ୍ୟୁଜିଲ୍ୟାଣ୍ଡରେ ୱାନାକା ନାମକ ଏକ ପର୍ବ ପାଳନ କରାଯାଏ। ନ୍ୟୁଜିଲ୍ୟାଣ୍ଡର ବିଭିନ୍ନ ସହରରେ ପ୍ରତିବର୍ଷ ଏହି ରଙ୍ଗର ପର୍ବ ପାଳନ କରିବାର ଏକ ପରମ୍ପରା ରହିଛି। ଏହି ଦିନ ସହରର ଶିଶୁ, ବୃଦ୍ଧ, ଯୁବକ ଏକ ପାର୍କ ପରିସରରେ ଏକାଠି ହୋଇଥାନ୍ତି। ସେଠାରେ ପରସ୍ପରର ଶରୀରରେ ପେଣ୍ଟିଂ ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ରାତିରେ ଗୀତ ଗାଇ ନାଚ କରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏହି ପର୍ବ ୬ ଦିନ ପାଇଁ ପାଳନ କରାଯାଏ।


ଜାପାନ: ଜାପାନରେ ହୋଲି ପର୍ବ ମାର୍ଚ୍ଚ-ଅପ୍ରେଲ ମାସରେ ପାଳନ କରାଯାଏ। ଏହି ମାସରେ  ହୋଲି ପର୍ବ ପାଳନ କରିବା ପଛରେ ଏକ ବିଶେଷ କାରଣ ମଧ୍ୟ ରହିଛି। ଏହି ସମୟରେ ଚେରି ଗଛର ଫୁଲ ଫୁଟିବାର ସମୟ ଆସିଥାଏ। ଲୋକେ ନିଜ ପରିବାର ସହିତ ଚେରି ବଗିଚାରେ ବସି ପରସ୍ପରକୁ ଅଭିବାଦନ କରିଥାନ୍ତି। ଲୋକେ ଗଛରୁ ପଡ଼ିଥିବା ଫୁଲ ସହିତ ସମସ୍ତଙ୍କୁ ସ୍ୱାଗତ କରିଥାନ୍ତି। ଦିନ ସାରା ପାଳିତ ହେଉଥିବା ଏହି ପର୍ବ ଅବସରରେ ସ୍ୱତନ୍ତ୍ର ଖାଦ୍ୟ ଖାଇବା ଏବଂ ଗୀତ ଗାଇବା ଏବଂ ନାଚିବାର ପରମ୍ପରା ମଧ୍ୟ ରହିଛି। 


ପେରୁ: ପେରୁରେ ୫ ଦିନ ଧରି ପାଳିତ ହେଉଥିବା ଇନକାନ୍ ଫେଷ୍ଟିଭାଲ ପର୍ବରେ ରଙ୍ଗୀନ ପୋଷାକ ପିନ୍ଧିଥିବା ଲୋକେ ସହରରେ ଦଳ ବଦ୍ଧ ହୋଇ ପରିଭ୍ରମଣ କରିଥାନ୍ତି। 


ମରିସସ: ମରିସସରେ ବସନ୍ତ ପଞ୍ଚମୀ ଦିନ ଠାରୁ ପ୍ରାୟ ୪୦ ଦିନ ଧରି ହୋଲି ପର୍ବ ପାଳନ ପାଇଁ ଆୟୋଜନ କରାଯାଇଥାଏ। ଲୋକେ ପରସ୍ପର ଉପରେ ରଙ୍ଗ ବୋଳିଥାନ୍ତି। ଭାରତ ମରିସସ ଠାରେ ମଧ୍ୟ ହୋଲି ଅବସରରେ ହୋଲିକା ଦହନ କରାଯାଇଥାଏ।