Money Saving Tips: ଆଜିର ମହଙ୍ଗା ଯୁଗରେ ମୁଦ୍ରାସ୍ଫୀତି ବୃଦ୍ଧି ସହିତ ଲୋକଙ୍କ ଖର୍ଚ୍ଚ ମଧ୍ୟ ବଢିବାରେ ଲାଗିଛି । ନିଜର ଦୈନନ୍ଦିନର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଧିକ ଟଙ୍କା ଆବଶ୍ୟକତା ପଡୁଥିବାରୁ ଅନେକ ଲୋକ ସଂଘର୍ଷ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ବର୍ତ୍ତମାନ ଅନେକ ଲୋକଙ୍କ କ୍ଷେତ୍ରରେ ପରିସ୍ଥିତି ଏପରି ହୋଇଛି ଯେ, ଅନେକ ଲୋକ ନିଜ ବେତନ (Salary)ରୁ ଘରର ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିବା ପରେ ସଞ୍ଚୟ କରିବାକୁ ଆଦୌ ସକ୍ଷମ ନୁହଁନ୍ତି । ଯଦି ଏହି ମହଙ୍ଗା ଯୁଗରେ ଆପଣ ନିଜ ବେତନରୁ କିଛି ଟଙ୍କା ନିଜ ଭବିଷ୍ୟତ ପାଇଁ ସଞ୍ଚୟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କିଛି ଉପାୟ ଗ୍ରହଣ କରିବାକୁ ପଡିବ । ଯେଉଁ ଉପାୟ ମାଧ୍ୟମରେ ଆପଣ ନିଜର ଖର୍ଚ୍ଚ କରିବା ସହିତ ଭବିଷ୍ୟତ (future) ପାଇଁ ମଧ୍ୟ ଅର୍ଥ ସଞ୍ଚୟ କରିପାରିବେ । ବ୍ୟକ୍ତିଗତ ଓ ପାରିବାରିକ ଖର୍ଚ୍ଚ (Personal and family expenses) ଅଧିକ ଏବଂ ଆପଣଙ୍କ ଦରମା କମ୍ ହୋଇଥିଲେ କିପରି ସଞ୍ଚୟ କରିବେ ସେ ବିଷୟରେ ଆଜି ଆପଣଙ୍କୁ କହିବାକୁ ଯାଉଛୁ । ହେଲେ କିପରି ସଞ୍ଚୟ କରାଯିବ ସେ ବିଷୟରେ ଆସନ୍ତୁ ଜାଣିବା |


COMMERCIAL BREAK
SCROLL TO CONTINUE READING

ଆପଣ ଦରମା ବାବଦକୁ ମାସକୁ ୧୦ ହଜାର ଟଙ୍କା ରୋଜଗାର କରନ୍ତୁ କିମ୍ୱା ଲକ୍ଷେ ଟଙ୍କା ରୋଜଗାର କରନ୍ତୁ ଆପଣଙ୍କୁ ନିଶ୍ଚିତ ଭାବରେ ଭବିଷ୍ୟତ ପାଇଁ କିଛି ଟଙ୍କା ସଞ୍ଚୟ କରିବା ନିହାତି ଆବଶ୍ୟକ । ଆପଣଙ୍କ ସଞ୍ଚୟ ଟଙ୍କା ଅଭାବ ସମୟରେ ବହୁତ ଉପଯୋଗୀ ହୋଇପାରେ । ଏପରି ପରିସ୍ଥିତିରେ, ଯଦି ଆପଣ ଆପଣଙ୍କ ବେତନରୁ ସଞ୍ଚୟ କରିବାକୁ ଚାହୁଁଛନ୍ତି ତେବେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଗ୍ରହଣ କରି ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରିପାରିବେ ।


କଥାରେ ଅଛି ଯେତିକି ଓଜନ ସେତିକି ଭୋଜନ । ତେଣୁ ଜରୁରୀ ପରିସ୍ଥିତି ନପଡିଲେ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍ କରିବା ଉଚିତ୍ ନୁହେଁ । ଆପଣ କେବଳ ଆପଣଙ୍କ ବେତନରେ ସମସ୍ତ ଖର୍ଚ୍ଚ ପୂରଣ କରିବା ଉଚିତ୍ । ଯଦି କୌଣସି ଅସୁବିଧା ନଥାଇ ଆପଣ ବଡ଼ ଆକାରର ଟଙ୍କା ଲୋନ କରନ୍ତି ତେବେ ଆପଣଙ୍କୁ ଏହା ଉପରେ ସୁଧ ଦେବାକୁ ପଡିବ । ଏପରି ପରିସ୍ଥିତିରେ ଲୋକଙ୍କ ଉପରେ ଅଧିକ ବୋଝ ଆସିଥାଏ । ଏପରି ବୋଝକୁ ଏଡାଇବା ପାଇଁ ଋଣ କରନ୍ତୁ ନାହିଁ ।


ଦରମା ଅନୁଯାୟୀ ବଜେଟ୍ ପ୍ରସ୍ତୁତ କରନ୍ତୁ ।
ଆପଣଙ୍କର ଦରମା ଅନୁଯାୟୀ ଆପଣ ବଜେଟ୍ ପ୍ରସ୍ତୁତ କରିବା ଆବଶ୍ୟକ । ଏହା ମଧ୍ୟ ମନେରଖନ୍ତୁ ଯେ, ଯଦି ଆପଣଙ୍କର ଖର୍ଚ୍ଚ ଆପଣଙ୍କ ବେତନଠାରୁ ଅଧିକ ଯାଉଛି, ତେବେ ଆପଣ ଆପଣଙ୍କର ଅପଚୟ ଖର୍ଚ୍ଚ ହ୍ରାସ କରିବା ଉଚିତ୍ । ଆପଣ ଏକ ସଠିକ୍ ବଜେଟ୍ ପ୍ରସ୍ତୁତ କରିବା ପରେ ଦରମା ମଧ୍ୟରେ ସେଗୁଡିକର ଖର୍ଚ୍ଚ ପୂରଣ କରିବାକୁ ସକ୍ଷମ ହେବେ ।


RD ଆକାଉଣ୍ଟ ଖୋଲନ୍ତୁ ।
ଆପଣ ପାଉଥିବା ଦରମାରୁ ଆବଶ୍ୟକିୟ ଖର୍ଚ୍ଚ ପରେ ଯେତିକି ସକ୍ଷମ ହେଉଛି ସେହି ହିସାବରେ ଏକ ଆରଡି ଆକାଉଣ୍ଟ (RD Account) ଖୋଲି ସଞ୍ଚୟ କରିପାରିବେ । ଯାହା ଫଳରେ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଆପଣଙ୍କ ଆରଡି ଆକାଉଣ୍ଟରେ ଜମା ହୋଇ ରହିବ । ଯେଉଁଥିରୁ ଆପଣ ସୁଧ ମଧ୍ୟ ପାଇବେ । ଆପଣ ନିଜ ଇଚ୍ଛା ଅନୁସାରେ ପ୍ରତି ମାସରେ ସଞ୍ଚୟ ଟଙ୍କା ସ୍ଥିର କରି ଆରଡିରେ ଡିପୋଜିଟ୍ (Deposit) କରିପାରିବେ । ଏପରି ସଞ୍ଚୟ କରିବା ଅଭ୍ୟାସ ଆପଣଙ୍କୁ ଭବିଷ୍ୟତରେ ଏକ ବଡ଼ ଲାଭ (Great benefit) ଦେବା ସହିତ ଭବିଷ୍ୟତକୁ ସୁରକ୍ଷିତ କରିପାରିବ ।


Also Read- Cow Dung: ଗୋବରରୁ ମିଳେ ଅନେକ ଫାଇଦା; ଆପଣାନ୍ତୁ ଏହି ଉପାୟ