ଆମେ ଆପଣଙ୍କୁ ଏପରି ଟ୍ରିକ ଜଣାଇବାକୁ ଯାଉଛୁ, ଯାହାଦ୍ୱାରା ଆପଣ ହ୍ୱାଟ୍ସଆପ (WhatsApp)ରେ ଟାଇପ୍ ନକରି ବି ଆପଣଙ୍କ ପ୍ରିୟଜନଙ୍କୁ ପଠାଇ ପାରିବେ ବାର୍ତ୍ତା । ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏପରି ସୁବିଧା ଉବଲବ୍ଧ ହୋଇସାରିଛି । ଏହି ଫିଚରକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ଆପଣଙ୍କ ମୋବାଇଲରେ କିଛି ସାଧାରଣ ସେଟିଂ କରିବାକୁ ପଡ଼ିବ । ଏହାପରେ ଆପଣ ଟାଇପ ନକରି ବି ଟେକ୍ସଟ  ମେସେଜ ପଠାଇପାରିବେ । ଏଥପାଇଁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନର ଭଏସ୍ ସ୍ୱୀକୃତି ସହିତ ଗୁଗୁଲ୍ ଆସିଷ୍ଟାଣ୍ଟର ସାହାଯ୍ୟ ନେବାକୁ ପଡ଼ିବ । ଏବେ ଆପଣ ନିଶ୍ଚିତ ଭାବରେ ଚିନ୍ତା କରୁଥିବେ କିପରି ସେଟିଂ କରିବେ ଓ ବିନା ଟାଇପ କରି ଆପଣଙ୍କ Text ମେସେଜ ପ୍ରେରଣ କରିପାରିବେ । ଆସନ୍ତୁ ସବୁକିଛି ବିସ୍ତୃତ ଭାବରେ ଜାଣି ନିଅନ୍ତୁ ।


COMMERCIAL BREAK
SCROLL TO CONTINUE READING

ଟାଇପ୍ ନକରି WhatsAppରେ ମେସେଜ୍ ପଠାଇବାକୁ, ଆପଣଙ୍କୁ କେବଳ ଏହି ଷ୍ଟେପ୍ସକୁ ଫଲୋ କରିବାକୁ ପଡିବ...


  •  ନିଜ ମୋବାଇଲରେ ଗୁଗଲ ଆସିଷ୍ଟାଣ୍ଟ (Google Assistant)ଆପ୍ ଖୋଲନ୍ତୁ ।

  • ସ୍କ୍ରିନର ଡାହାଣ ପାର୍ଶ୍ୱ ଉପରିଭାଗରେ ଥିବା ପ୍ରୋଫାଇଲ ମଧ୍ୟରୁ ଆପଣଙ୍କ ପ୍ରୋଫାଇଲକୁ ସିଲେକ୍ଟ କରନ୍ତୁ ।

  • Popular Settings ଟ୍ୟାବରେ କ୍ଲିକ କରିବା ପରେ ତଳକୁ ସ୍କ୍ରଲ କରନ୍ତୁ ଓ Personal Results ଅପସନକୁ On କରନ୍ତୁ ।

  • ସେଠାରେ ଭୟେସ ଆସିଷ୍ଟାଣ୍ଟକୁ ଆକ୍ଟିଭ କରିବା ପାଇଁ 'OK Google' କିମ୍ବା 'Hey Google' କୁହନ୍ତୁ ।

  •  ଏହାପରେ କୁହନ୍ତୁ "Send a WhatsApp message to (ଯେଉଁ କଣ୍ଟାକ୍ଟ ନିକଟକୁ ମେସେଜ ପଠାଇବାକୁ ଚାହୁଁଛନ୍ତି ତାଙ୍କ ନାମ କୁହନ୍ତୁ)

  • ଏବେ କଣ୍ଟାକ୍ଟ ସହିତ ଏକ ୱିଣ୍ଡୋ ଓପନ ହେବ ଏବଂ ଆପଣଙ୍କୁ ଆପଣଙ୍କୁ ମେସେଜ କହିବାକୁ କୁହାଯିବ । ବାସ୍ ଆପଣ ଯାହା କହିବେ ତାହା ଅଟୋମେଟିକାଲି ଟାଇପ୍ ହୋଇଯିବ ।

  • ଏବାପରେ ଆପଣ 'Please Send' କିମ୍ବା 'OK, send it' କହିବା ପରେ ଆପଣଙ୍କ ମେସେଜ ଆପଣଙ୍କ କଣ୍ଟାକ୍ଟ ଯାଏ ପହଞ୍ଚିଯିବ ।

  • ଏହି ସୁବିଧା ସବୁବେଳେ ପାଇବା ପାଇ ଅର୍ଥାକ ହ୍ୟାଣ୍ଡ ଫ୍ରୀ ଏକ୍ସପେରିଏନ୍ସ ନେବା ପାଇଁ ଆପଣଙ୍କୁ ଗୁଗଲ ଆସିଷ୍ଟାଣ୍ଟକୁ ଆପଣଙ୍କୁ Unlock ମୋଡରେ ରଖିବାକୁ ପଡ଼ିବ ।