IAS officer Anju Sharma: ୟୁପିଏସସି (UPSC) ପରୀକ୍ଷାରେ କୃତକାର୍ଯ୍ୟ ହେବା ଏତେ ସହଜ କଥା ନୁହେଁ । କଠିନ ପରିଶ୍ରମ ପରେ ଖୁବ କମ୍ ଲୋକ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ସକ୍ଷମ ହୋଇଥାଆନ୍ତି । କୁହାଯାଏ, କଠିନ ପରିଶ୍ରମ ଓ ଲଗାତାର ପ୍ରୟାସ ଆଗରେ ଭାଗ୍ୟକୁ ବି ନଁଇବାକୁ ପଡ଼ିଥାଏ । ଆଉ ଏହି ଉକ୍ତିଟି IAS ଅଧିକାରୀ ଅଞ୍ଜୁ ଶର୍ମାଙ୍କ(IAS officer Anju Sharma) ଜୀବନରେ ସତ ପ୍ରମାଣିତ ହୋଇଥିଲା। ବାସ୍ତବରେ, ଅଞ୍ଜୁ ଶର୍ମାଙ୍କୁ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ବିଫଳ ହୋଇଥିଲେ ।  କିନ୍ତୁ ଏହା ପରେ ବି ସେ ନିରାଶା ହୋଇନଥିଲେ । ଯାହା ଫଳରେ ସେ କେବଳ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ତାହା ନୁହେଁ ପ୍ରଥମ ପ୍ରୟାସରେ ସେ ୟୁପିଏସସି(UPSC) ପରୀକ୍ଷା ମଧ୍ଯ ଉତ୍ତୀର୍ଣ୍ଣ ହୋଇଥିଲେ ।


COMMERCIAL BREAK
SCROLL TO CONTINUE READING

ଆଇଏଏସ୍ ଅଧିକାରୀ ଅଞ୍ଜୁ ଶର୍ମା ଏପରି ଏକ ବ୍ୟକ୍ତିତ୍ବ ଅଟନ୍ତି ଯିଏ ୟୁପିଏସସି (UPSC) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଲାଗି ବହୁ ପରିଶ୍ରମ ଓ ଧର୍ଯ୍ୟର ଦେଖାଇଥିଲେ । କେବଳ ଏତିକି ନୁହେଁ, ପ୍ରଥମ ପ୍ରୟାସରେ ସେ ୟୁପିଏସସି( UPSC) ପରୀକ୍ଷାରେ ମଧ୍ଯ ଉତ୍ତୀର୍ଣ୍ଣ ହୋଇଥିଲେ । ଅଞ୍ଜୁ ଶର୍ମା କହିଛନ୍ତି ଯେ, ସେ ଦଶମ ଶ୍ରେଣୀ ପରୀକ୍ଷା ବେଳେ ସେ ମାନସିକ ସ୍ତରରେ ପ୍ରସ୍ତୁତ ନଥିଲେ। ଅନେକ ବିଷୟକୁ ସେ ସଠିକ୍ ଭାବରେ ଅଧ୍ୟୟନ କରିନଥିଲେ । ଏହି କାରଣରୁ ସେ ଭୟଭୀତ ହେବାକୁ ଲାଗିଥିଲେ । ଫଲରେ ଦଶମ ଶ୍ରେଣୀରେ ପ୍ରି-ବୋର୍ଡ ପରୀକ୍ଷାରେ(Pre board exam) ତାଙ୍କୁ ବିଫଳତାର ସ୍ୱାଦ ଚାଖିବାକୁ ପଡି଼ଥିଲା । ସେ ରସାୟନ ବିଜ୍ଞାନ(chemistry) ପରୀକ୍ଷାରେ ଫେଲ ହୋଇଥିଲେ। ତେବେ ଏତିକିରେ ସରିନଥିଲା IAS ଅଧିକାରୀଙ୍କ ବିଫଳତାର କାହାଣୀ । କୌଣସି ମତେ ଦଶମ ଶ୍ରେଣୀ ପାସ କରିବା ପରେ ତାଙ୍କୁ ଆଉ ଏକ ବଡ଼ ଝଟକା ଲାଗିଥିଲା । ବାସ୍ତବରେ, IAS ଅଧିକାରୀ ଅଞ୍ଜୁ ଶର୍ମାଙ୍କ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅର୍ଥନୀତି ବିଷୟରେ ଫେଲ(Fail) ହୋଇଥିଲେ। ଯଦିଓ ସେ ଅନ୍ୟ ବିଷୟଗୁଡ଼ିକରେ ଭଲ ମାର୍କ ରଖିଥିଲେ। ତେବେ ଏହି ବିଫଳତାରେ ସେ ହାର ମାନିନଥିଲେ । ସେ ତାଙ୍କର ଚେଷ୍ଟା ଜାରି ରଖିଥିଲେ । ଏହି ସମୟରେ ତାଙ୍କ ମା ତାଙ୍କୁ ସାନ୍ତ୍ୱନା ଦେବା ସହ ଉତ୍ସାହିତ କରିଥିଲେ।


ଦଶମ ଓ ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ସେ କଲେଜରେ ନାମ ଲେଖାଇଥିଲେ। ସେ କଲେଜରେ ପଢିବା ସମୟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେ ଜୟପୁରରେ(jaypore) ବିଏସସି(BSC) ଓ ଏମବିଏ(MBA) ଅଧ୍ଯୟନ କରିଥିଲେ । ନିଜର କଠିନ ପରିଶ୍ରମ ଓ ଦୃଢ ମନୋବଳ ଫଳରେ ସେ ମାତ୍ର ୨୨ ବର୍ଷ ବୟସରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଆଇଏଏସ୍ ଅଧିକାରୀ(IAS officer) ହେବା ପରେ ଅଞ୍ଜୁ ଶର୍ମା ୧୯୯୧ ମସିହାରେ ରାଜକୋଟରେ ଆସିଷ୍ଟାଣ୍ଟ କଲେକ୍ଟର(Rajkot Assistant Collector) ଭାବେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ସଚିବାଳୟ ଶିକ୍ଷା ବିଭାଗର ଗାନ୍ଧୀନଗରର ମୁଖ୍ୟ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ଅଞ୍ଜୁ ଶର୍ମା ଡିଡିଏ ବରୋଦା ଓ ଗାନ୍ଧୀ ନଗରରେ(Gandhinagar collector) କଲେକ୍ଟର ଭାବରେ କାର୍ଯ୍ୟ କରିଛନ୍ତି। ଖାଲି ଏତିକି ନୁହେଁ, ସେ ଭାରତ ସରକାରଙ୍କ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟର( Ministry of Commerce and Industry) ବିଭିନ୍ନ ପଦବୀରେ ମଧ୍ଯ କାର୍ଯ୍ୟ କରିଛନ୍ତି। ତିନି ଦଶନ୍ଧି ମଧ୍ୟରେ ସେ ଏକରୁ ଅଧିକ ରେକର୍ଡ ସୃଷ୍ଟି କରିଛନ୍ତି ।


ଏହା ବି ପଢନ୍ତୁ-Ameesha Patel: ଅମିଷା ପଟେଲଙ୍କ ବିରୋଧରେ ରାଞ୍ଚି କୋର୍ଟରେ ୱାରେଣ୍ଟ ଜାରି, ଜାଣନ୍ତୁ କ’ଣ ରହିଛି ମାମଲା