Telecom News: ଆପଣମାନଙ୍କ ନିକଟକୁ ଅନେକ ସମୟରେ ଅଜଣା ନମ୍ୱରରୁ କଲ୍ ଆସୁଥିବ । ବେଳେବେଳେ ହ୍ୱାଟସଆପ ନମ୍ୱରରେ ମଧ୍ୟ ସିଧାସଳଖ ଅଜଣା ନମ୍ୱରରୁ ଭିଡିଓ କଲ୍ ଆସୁଥିବ । ଯଦି ଆପଣ ଏହି ଅଜଣା ନମ୍ୱରରୁ ଫୋନ୍ ରିସିଭ୍ କରନ୍ତି ତେବେ ତାହା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । କାରଣ ଆଜିକାଲି ଅନଲାଇନ ମାଧ୍ୟମରେ ଖୁବ୍ ଅଧିକ ଠକେଇ ହେଉଥିବା ଖବର ଆପଣ ଦେଖୁଥିବା । ଆଖି ପିଛୁଳାକେ ଲୋକଙ୍କ ଆକାଉଣ୍ଟକୁ କଳାକନା ବୁଲାଇ ଦେଉଛନ୍ତି ସାଇବର ଲୁଟେରା । ତେଣୁ ସରକାରୀ ସ୍ତରରେ ମଧ୍ୟ ଏହା ପ୍ରତି ଦୃଷ୍ଟି ଦିଆଯାଉଛି ।


COMMERCIAL BREAK
SCROLL TO CONTINUE READING

ଲଗାତାର କିଛି ମାସ ହେବ ଭାରତରେ ଅନଲାଇନ୍ ସ୍କାମ (online scams) ତଥା ଠକେଇ ମାମଲା ବଢିବାରେ ଲାଗିଛି । ଦେଶ ତଥା ଦେଶ ବାହାରୁ ଠକମାନେ ଅଜଣା ନମ୍ୱର (unknown number)ରୁ କଲ୍ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ହେଉ ଅବା ସିଧାସଳଖ କଲ୍ କରିବାରେ ଲାଗିଛନ୍ତି । ବିଶେଷ କରି ହ୍ୱାଟସଆପ (whatsapp) ପରି ମେସେଜିଂ ଆପ ସେମାନଙ୍କର ଠକେଇର ମୁଖ୍ୟ ମାଧ୍ୟମ ପାଲଟିଛି । ନିରୀହ ତଥା ଗରିବ ଲୋକଙ୍କ କଷ୍ଟ ଉପାର୍ଜିତ ଧନକୁ ସେମାନେ ଚୁଟକିରେ ହଡ଼ପ କରିବାରେ ସକ୍ଷମ ହେଉଛନ୍ତି । ଅଧିକ ମାତ୍ରାରେ ଠକେଇ ହେଉଥିବାରୁ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ଲୋକମାନଙ୍କୁ ଅଜଣା ନମ୍ବରରୁ ଫୋନ୍ କଲ୍ ରିସିଭ୍ ନକରିବାକୁ ଅନୁରୋଧ କରିଛନ୍ତି । ତେଣୁ ଆପଣ ଏଥିରୁ ବିରତ ରହିବା ଆବଶ୍ୟକ ।


କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (ashwin vaishnav) ଏହା ମଧ୍ୟ କହିଛନ୍ତି ଯେ, ସ୍ପାମ୍ କଲ ଏବଂ ସାଇବର ଠକେଇକୁ ରୋକିବା ପାଇଁ ମନ୍ତ୍ରଣାଳୟ ନିକଟରେ ସଞ୍ଚାର ସାଥି ନାମକ ଏକ ପୋର୍ଟାଲ (portal) ଆରମ୍ଭ କରିଛି । ସେ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି ଯେ, ସେମାନେ କେବଳ ଜଣା ଥିବା ନମ୍ବରରୁ କଲ ଗୁଡିକର ଉତ୍ତର (answer) ଦିଅନ୍ତୁ ।  ସେ ଏକଥା ମଧ୍ୟ କହିଛନ୍ତି ଯେ, ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଯୋଗୁଁ ସ୍ପାମ୍ କଲ ଏବଂ ସାଇବର ଠକେଇ ମାମଲାରେ ଉଲ୍ଲେଖନୀୟ ହ୍ରାସ ଘଟିଛି।


ସାମ୍ବାଦିକମାନଙ୍କୁ ଏହା ସୂଚନା ଦିଆଯାଇଛି ଯେ, ଲୋକମାନେ ଅଜଣା ନମ୍ବରରୁ କଲ୍ ଉଠାଇବା ଆଦୌ ଉଚିତ୍ ନୁହେଁ । ବାରମ୍ୱାର ଅଜଣା ନମ୍ୱରରୁ କଲ୍ ଆସୁଥିଲେ ତାହାକୁ ବ୍ଲାକ୍ ଲିଷ୍ଟରେ ପକେଇଦିଅନ୍ତୁ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ସ୍ପାମ୍ କଲ ଏବଂ ସାଇବର ଠକେଇକୁ ରୋକିବା ପାଇଁ କେନ୍ଦ୍ର ପକ୍ଷରୁ ନିକଟରେ 'ସଞ୍ଚାର ସାଥି' ପୋର୍ଟାଲ ଲଞ୍ଚ କରାଯାଇଛି । ପ୍ରାୟ ୪୦ ଲକ୍ଷରୁ ଅଧିକ ଫ୍ରଡ୍ ସିମ୍ ଏବଂ ୪୧ହଜାରରୁ ଅଧିକ 'ପଏଣ୍ଟ ଅଫ୍ ସେଲ୍' ଏଜେଣ୍ଟମାନଙ୍କୁ ବ୍ଲାକ୍ ଲିଷ୍ଟରେ (black list) ଯୋଡାଯାଇଛି ।


ଆମେ ଆପଣଙ୍କୁ ସଞ୍ଚାର ସାଥି ପୋର୍ଟାଲ ସମ୍ପର୍କରେ ମଧ୍ୟ ସୂଚାଇ ଦେବାକୁ ଚାହୁଁଛୁ । ଏହା ହେଉଛି ଏକ କୃତ୍ରିମ ଡିଭାଇସ୍ ତଥା ପୋର୍ଟାଲ ଯାହା ଉପଭୋକ୍ତାମାନଙ୍କୁ ଅନଲାଇନ୍ ଟେଲିକମ୍ ଠକେଇକୁ ରୋକିବାରେ ସାହାଯ୍ୟ କରିଥାଏ, ବିଶେଷ କରି ହଜିଯାଇଥିବା କିମ୍ବା ଚୋରି ହୋଇଥିବା ଫୋନ୍ ସହିତ ଏହା ଜଡିତ । ବ୍ୟକ୍ତିଗତ ତଥ୍ୟ କିପରି ଲିକ୍ ନହେବ ଓ ବ୍ୟକ୍ତିମାନଙ୍କର ସୋସିଆଲ ମିଡିଆ ଏବଂ ବ୍ୟାଙ୍କ ଆକାଉଣ୍ଟ କିପରି ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ସେ ବିଷୟରେ ଅନେକ ତଥ୍ୟ ପୋର୍ଟାଲରେ ଟ୍ରାକ୍ (track) କରାଯାଇପାରିବ । ଆପଣଙ୍କ ଚୋରୀ ହୋଇଥିବା ଫୋନରେ ନୂଆ ସିମ କାର୍ଡ (sim card) ପଡିଲେ ତାହା ନୂଆ ଫିଚରର ଡିଭାଇସ ଜାଣିପାରିବ । ଯାହାଦ୍ୱାରା ଆପଣଙ୍କ ତଥ୍ୟ ଅନ୍ୟ କେହି ସହଜରେ ନେଇପାରିବେ ନାହିଁ ।


also read- ସହାୟତା ପାଇଁ ଆଗେଇ ଆସିଲେ ଏହି କଳାକାର