Imarn Khan: ଗିରଫଦାରୀ ପୂର୍ବରୁ ସମର୍ଥକଙ୍କୁ କ`ଣ କହିଥିଲେ ଇମ୍ରାନ ଖାନ? ସାମ୍ନାକୁ ଆସିଲା ଭିଡ଼ିଓ ମେସଜ
PTI Chief Imran khan: ଗିରଫଦାରୀ ପୂର୍ବରୁ ପିଟିଆଇ ମୁଖ୍ୟ ଇମ୍ରାନ ଖାନ ପାକିସ୍ତାନ ତେହେରିକ-ଇ-ଇନସାଫ କର୍ମକର୍ତ୍ତାଙ୍କୁ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଥିଲେ।
Imran khan Appeal to PTI Worker: ତୋଶାଖାନା ଦୁର୍ନୀତି ମାମଲାରେ ଲାହୋର ଠାରେ ଗିରଫ ହୋଇଛନ୍ତି ପିଟିଆଇ ମୁଖ୍ୟ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏହି ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟଙ୍କୁ ୩ ବର୍ଷର ଦଣ୍ଡାଦେଶ ମିଳିଛି। ତୋସାଖାନା ମାମଲାରେ ଇମ୍ରାନ ଖାନଙ୍କୁ ରାଜଧାନୀ ଇସଲାମାବାଦ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ତାଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବା ସହିତ ତାଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦେଶରେ ହୋଇଥିବା ତୋଶାଖାନା ଦୁର୍ନୀତି ମାମଲାରେ (Toshakhana Corruption Case Pakistan) ପିଟିଆଇ ମୁଖ୍ୟ ଇମ୍ରାନ ଖାନ (PTI Chief Imran khan) ଗିରଫ ହେବା ପରେ ପୁଣି ଥରେ ପାକିସ୍ତାନରେ (Ruckus in Pakistan) ହଙ୍ଗାମା ହେବାର ଆଶଙ୍କା କରାଯାଉଛି। ନିଜର ଗିରଫଦାରୀ ପୂର୍ବରୁ ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟ (Pakistan Tehreek e Insaf Leader) ତାଙ୍କର ଦଳର ସମର୍ଥକଙ୍କ (PTI Worker) ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଛନ୍ତି। ପିଟିଆଇ କର୍ମକର୍ତ୍ତାଙ୍କୁ ନିବେଦନ କରି ଇମ୍ରାନ ଖାନ କହିଥିଲେ (Imran khan Appeal to PTI Worker) ଯେ "ଘରେ ଲୁଚି ବସନ୍ତୁ ନାହିଁ। "
ତୋଶାଖାନା ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ (Former Pakistan Prime Minister) ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଇସଲାମାବାଦ ଟ୍ରାଏଲ କୋର୍ଟ (Islamabad Trial Court) ତାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗିରଫ ହେବା ପରେ ଇମ୍ରାନ ଖାନ ନିଜ ଏକ ଭିଡିଓ ବାର୍ତ୍ତା (Imran khan Video Message) ଜାରି କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ଏହି ବାର୍ତ୍ତା ଆପଣଙ୍କ ପାଖରେ ପହଞ୍ଚିବା ବେଳକୁ ମୋତେ ଗିରଫ କରାଯାଇ ସାରିଥିବ।
Also Read: Imran Khan Arrest: ତୋଶାଖାନା ମାମଲାରେ ଗିରଫ ହେଲେ ପିଟିଆଇ ମୁଖ୍ୟ, ମିଳିଲା ୩ ବର୍ଷର ଜେଲଦଣ୍ଡ
ନିଜର ଭିଡ଼ିଓ ମେସେଜ ମାଧ୍ୟମରେ ଇମ୍ରାନ ଖାନ କହିଛନ୍ତି ଯେ ଲଣ୍ଡନ ଯୋଜନା ପୂରଣ କରିବା ପାଇଁ ଏହା ଆଉ ଏକ ପଦକ୍ଷେପ। ହେଲେ ମୁଁ ଚାହୁଁଛି ମୋ ଦଳର କର୍ମୀକର୍ତ୍ତା ଶାନ୍ତିପୂର୍ଣ୍ଣ, ଦୃଢ ଏବଂ ମଜବୁତ ହୋଇ ରୁହନ୍ତୁ। "ଆଲ୍ଲା" ବ୍ୟତୀତ ଆମେ କାହା ଆଗରେ ମୁଣ୍ଡ ନୂଆଁଇବୁ ନାହିଁ।
ଇମ୍ରାନ ଖାନ ତାଙ୍କ ସମର୍ଥକଙ୍କୁ ନିବେଦନ କରିଛନ୍ତି
ଏହି ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ପିଟିଆଇ ମୁଖ୍ୟ କହିଛନ୍ତି ଯେ ମୋର ସମସ୍ତଙ୍କୁ ମୋର ଏକମାତ୍ର ଆବେଦନ ହେଉଛି ଯେ ଆପଣଙ୍କୁ ଘରେ ଲୁଚି ବସିବାକୁ ହେବ ନାହିଁ। ମୁଁ ମୋ ନିଜ ପାଇଁ ଏହି ସଂଘର୍ଷ କରୁନାହିଁ। ମୁଁ ଆପଣଙ୍କୁ ପାଇଁ ଏହା କରୁଛି। ମୁଁ ମୋ ଦେଶ ପାଇଁ ଏହା କରୁଛି। ମୁଁ ଆପଣଙ୍କ ପିଲାଙ୍କ ପାଇଁ ଏହା କରୁଛି। ଯଦି ଆପଣ ଆପଣଙ୍କର ଅଧିକାର ପାଇଁ ଛିଡା ହୁଅନ୍ତି ନାହିଁ ତାହେଲେ ଆପଣଙ୍କୁ ଗୋଲାମୀ ଜୀବନ ବଞ୍ଚିବାକୁ ହେବ। ଗୋଲାମୀ କରୁଥିବା ଲୋକର କୌଣସି ଜୀବନ ନାହିଁ। ଗୋଲାମ ହେଉଛନ୍ତି ପିମ୍ପୁଡ଼ି ସଦୃଶ୍ୟ। ଶେଷରେ ଇମ୍ରାନ ଖାନ କହିଛନ୍ତି ଯେ କୌଣସି ଥାଳିରେ କାହାକୁ ସ୍ୱାଧୀନତା ମିଳି ଯାଏଯାଏ ନାହିଁ। ସ୍ୱାଧିନତା ପାଇଁ ଜଣଙ୍କୁ ସଂଗ୍ରାମ କରିବାକୁ ପଡ଼ିଥାଏ।
ଦୋଷୀ ସାବ୍ୟସ୍ତ ହେବା ପରେ ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ଇମ୍ରାନ ଖାନ
ଲାହୋର ସ୍ଥିତ ଜମାନ ପାର୍କ ବାସଭବନରୁ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ତୋଶାଖାନା ଦୁର୍ନୀତି ମାମଲାରେ ଇସଲାମାବାଦ ଟ୍ରାଏଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଆଗାମୀ ୫ ବର୍ଷ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ ପିଟିଆଇ ମୁଖ୍ୟ। ସ୍ଥାନୀୟ ଗଣମାଧ୍ୟମ ଡନ୍ ରିପୋର୍ଟ ଅନୁଯାୟୀ ପିଟିଆଇ ମୁଖ୍ୟଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ଏହି ମାମଲାର ବିଚାର କରୁଥିବା ଜଜ୍ ହୁମାୟୁନ୍ ଦିଲୱାର କହିଛନ୍ତି ଯେ ଜରିମାନା ନ ଦେଇ ପାରିଲେ ତାଙ୍କୁ ଆହୁରି ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ।