Journalist Death: ଫୁଲବାଣୀ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହା ସହିତ ଅନ୍ୟ ଜଣେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଥିବା ଜଣାପଡ଼ିଛି। ମୃତକ ଜଣକ ହେଉଛନ୍ତି ଫୁଲବାଣୀ କଣ୍ଟ୍ରାକଟର ପଡ଼ାର ୨୮ ବର୍ଷିୟ ବିକାଶ ମିଶ୍ର। ସେହିପରି ଖଜୁରିପଡା ସୁରାଦେଇ ଅଞ୍ଚଳର ବିକାଶ ଦିଗାଲ ଚିକିତ୍ସାଧୀନ ଅଛନ୍ତି। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ମୁତାବକ ଦୁଇ ବିକାଶ ନିଜ ବାଇକ ଯୋଗେ ଏକ ଖବର ସଂଗ୍ରହ ପାଇଁ ଖଜୁରୀପଡ଼ାରୁ ଫୁଲବାଣୀ ଯାଉଥିଲେ। ତେବେ ସମ୍ବେପଦରଠାରେ ଏକ ଅଜଣା ବୋଲେରୋ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ଦୁଇଜଣ ଗୁରୁତର ଭାବେ ରାସ୍ତା ଉପରେ ପଡ଼ି ରହିଥଇଲେ। ଖବର ପାଇ ନିକଟସ୍ଥ ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରି ତାଙ୍କୁ ଖଜୁରୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କ ଅବସ୍ଥା ସଂକଟାପନ୍ନ ହୋଇଯିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା। 


ସେଠାରେ ସାମ୍ବାଦିକ ବିକାଶ ମିଶ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବିକାଶ ଦିଗାଲଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ନେଇ ଡାକ୍ତର ସୂଚନା ପ୍ରଦାନ କରିଛନ୍ତି। ମୃତକଙ୍କ ପାର୍ଥିବ ଶରୀରକୁ ଶବଗୃହରେ ରଖାଯାଇଛି। ସାମ୍ବାଦିକ ବିକାଶ ମିଶ୍ରଙ୍କ ଅକାଳ ବିୟୋଗରେ ଜିଲା ମେଡିଆ ଫୋରମର ସଭାପତି ସୁନିଲ ବିଶ୍ୱାଳ,ସମ୍ପାଦକ ସୂର୍ଯ୍ୟନାରାୟଣ ବେହେରା, ଉପଦେଷ୍ଟା ତ୍ରିନାଥ ସାହୁ, ସୁଜିତ ବେହେରା, ଅଜିତ ମହାରଣା, ସୁନିଲ ପଟ୍ଟନାୟକ, ସତ୍ୟନାରାୟଣ ବେହେରା, ଆଦିତ୍ୟ ତ୍ରିପାଠୀ, ରମେଶ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଅରୁପ ଜେନା, ଅଶୋକ ପରିଡା, ପ୍ରମୁଖ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।


ଏଠାରେ ସୂଚନାଯୋଗ୍ୟ ଗତ ସେପ୍ଟମ୍ବର ମାସରେ ତେଲକୋଇ ବ୍ଲକ ବଡ ଖବର ଓ କରଦାଙ୍ଗୀ ଜୋନର ସମ୍ବାଦ ପ୍ରତିନିଧି ଚନ୍ଦ୍ରମଣି ମହାନ୍ତଙ୍କ ୫୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିଲା। ଏହାକୁ ନେଇ ତେଲକୋଇ ସାମ୍ବାଦିକ ସଂଘ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଶ୍ରୀ ମହାନ୍ତ ଗତ ଅଗଷ୍ଟ ମାସ ୧୩ ତାରିଖରେ ଘର କାର୍ଯ୍ୟ କରୁଥିବା ବେଳେ ଭାଡାରୁ ଖସିପଡ଼ି ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକ ସଙ୍ଗେ ସଙ୍ଗେ ପ୍ରଥମେ ତେଲକୋଇ ଏବଂ ପରେ କେନ୍ଦୁଝର ଓ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ମେରୁଦଣ୍ଡ ଓ ଶିରା ପ୍ରସିରା ଜନିତ ଆଘାତରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣା ପଡିଥିଲା ।


ପରେ ଉତ୍ତମ ଚିକିତ୍ସା ପାଇଁ ପରିବାର ଲୋକ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତ ଶନିବାର ସନ୍ଧ୍ୟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା। ରବିବାର ଭୋର ସମୟରେ ତାଙ୍କର ମୃତ ଶରୀର କରଦାଙ୍ଗିସ୍ଥିତ ବାସ ଭବନରେ ପହଞ୍ଚିଥିଲା। ଶ୍ରୀ ମହାନ୍ତଙ୍କ ଅକାଳ ମୃତ୍ୟୁ ଖବର ଜଣାପଡ଼ିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ଲକୋଇ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ସମସ୍ତ ପ୍ରତିନିଧି ଶ୍ରୀ ମହାନ୍ତଙ୍କ ବାସଭବନରେ ପହଞ୍ଚି ଶ୍ରୀ ମହାନ୍ତଙ୍କ ଶେଷ ଦର୍ଶନ କରିବା ସହିତ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।