ITR Rules In India: ଆଜିର ଡିଜିଟାଲ ଯୁଗରେ ଲୋକେ ଘରେ ନଗଦ ଟଙ୍କା ରଖିବା ହ୍ରାସ କରିଛନ୍ତି। ହେଲେ ଏହା ପୂର୍ବରୁ ଆପଣଙ୍କର ମନେ ଥିବ କିଛି ବର୍ଷ ଘରର ବୟୋଜ୍ୟୋଷ୍ଠ ବ୍ୟକ୍ତି କୌଣସି ଜରୁରୀକାଳୀନ ପରିସ୍ଥିତିରେ ଘରେ ନଗଦ ଟଙ୍କା ରଖିବାକୁ ପରାମର୍ଶ ଦେଇଥାନ୍ତ। ଏହା ପୂର୍ବରୁ ମଧ୍ୟ ଲୋକେ ବ୍ୟାଙ୍କ ଖାତାରେ ଟଙ୍କା ଜମା କରିବାକୁ ରାଜି ହୋଇନଥିଲେ। ବିଭିନ୍ନ ସୂତ୍ରରୁ ସଂଗୃହୀତ ହୋଇଥିବା ଅର୍ଥକୁ ନିଜ ଘରେ ଲୁଚାଇ ରଖୁଥିଲେ। ହେଲେ ବର୍ତ୍ତମାନ ସମୟ ବଦଳି ଯାଇଛି। ଲୋକ ଏବେ ଡିଜିଟାଲ୍ ୱାଲେଟ୍ ସହିତ ଖର୍ଚ୍ଚ କରୁଛନ୍ତି। ହେଲେ ଏସବୁ ମଧ୍ୟରେ କ'ଣ ଆପଣ ଜାଣିଛନ୍ତି ସର୍ବାଧିକ କେତେ ପରିମାଣର ନଗଦ ଟଙ୍କା ଆପଣ ଘରେ ରଖିପାରିବେ? ଯଦି ନୁହେଁ, ତାହେଲେ ଏନେଇ ରହିଥିବା ନିୟମ ସମ୍ପର୍କରେ ଜାଣନ୍ତୁ।


COMMERCIAL BREAK
SCROLL TO CONTINUE READING

ଘରେ କେତେ ରଖିପାରିବେ ନଗଦ ଟଙ୍କା?
ଘରେ କେତେ ପରିମାଣରେ ନଗଦ ଟଙ୍କା ରଖାଯାଇ ପାରିବ? କେତେ ପରିମାଣରେ ନଗଦ ଟଙ୍କା ରଖିଲେ ଦଣ୍ଡିତ ହେବ? ଏପରି ଅନେକ ପ୍ରଶ୍ନ ଅଛି ଯାହା ଆପଣଙ୍କ ମନରେ ମଧ୍ୟ ରହିବ। ହେଲେ ଘରେ ନଗଦ ଟଙ୍କା ରଖିବାର ସୀମା ବିଷୟରେ ଆପଣ ବହୁତ କମ ଜାଣିଥିବେ। ଆପଣଙ୍କୁ କହିରଖୁଛୁ ଯେ ଆୟକର ନିୟମ ଅନୁଯାୟୀ ଆପଣଙ୍କୁ ଘରେ ପରିମାଣରେ ନଗଦ ଟଙ୍କା ରଖିବାକୁ ଅନୁମତି ଦିଆଯାଇଛି। ଅର୍ଥାତ ଗୋଟିଏ ଥରରେ ଆପଣ କେତେ ପରିମାଣରେ ନଗଦ ଟଙ୍କା ରଖିପାରିବେ? ହେଲେ ଯଦି ଆପଣଙ୍କର ନଗଦ ଟଙ୍କା ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ଧରି ନିଆଯାଏ, ତାହେଲେ ଆପଣଙ୍କୁ ଆପଣଙ୍କର ଆୟ କିମ୍ବା ସେହି ଅର୍ଥର ଉତ୍ସ ବିଷୟରେ କହିବାକୁ ହେବ।


Also Read: Unclaimed Deposits In Bank: ଅନାବଶ୍ୟକ ଅବସ୍ଥାରେ ପଡ଼ିରହିଛି ୩୫ ହଜାର କୋଟି ଟଙ୍କା, କ'ଣ କରିବେ ଭାରତ ସରକାର?


ଯଦି ଆୟକର ଭରୁଛନ୍ତି ତାହେଲେ ଚିନ୍ତା କରନ୍ତୁ ନାହିଁ
ଏପରି ପରିସ୍ଥିତିରେ ଆପଣଙ୍କୁ ପରାମର୍ଶ ଦିଆଯାଇଛି ଯେ ଆପଣ ନଗଦ ଟଙ୍କା ଆସିବାର ସମ୍ପୂର୍ଣ୍ଣ ଉତ୍ସ ଜାଣିବା ଆବଶ୍ୟକ। ଆପଣଙ୍କ ଆୟର ମଧ୍ୟ ଉତ୍ସ ରହିବା ଆବଶ୍ୟକ। ଏଥିପାଇଁ, ଆପଣଙ୍କ ପାଖରେ ସମ୍ପୂର୍ଣ୍ଣ ଦସ୍ତାବିଜ ରହିବା ଆବଶ୍ୟକ। ଯାହାକୁ ଆପଣ ଆବଶ୍ୟକ ସମୟରେ ଦେଖାଇପାରିବେ। ଯଦି ଆପଣ ପ୍ରତିବର୍ଷ ଆପଣ ଆୟକର ଭରୁଥାନ୍ତି ତାହେଲେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ହେଲ ନଗଦ ଟଙ୍କା କେବଳ ଆପଣଙ୍କ ଆୟକର ଅନୁଯାୟୀ ହେବା ଆବଶ୍ୟକ। ଏହାର ଅର୍ଥ ଏହା ନୁହେଁ ଯେ ଆପଣଙ୍କର ଆୟକର ପରିମାଣ ହେଉଛି ୫ ଲକ୍ଷ ଟଙ୍କା ଏବଂ ଆପଣଙ୍କ ପାଖରେ ୫୦ ଲକ୍ଷ ଟଙ୍କା ରହିଛି।


ଏହି ଉପାୟରେ ବଢିପାରେ ଅସୁବିଧା 
ଯଦି ଆପଣ ଆପଣଙ୍କ ପାଖରେ ରହିଥିବା ନଗଦ ଟଙ୍କାର ହିସାବ ସମ୍ପର୍କରେ ଆୟକର ଅଧିକାରୀଙ୍କୁ ବୁଝାଇବାରେ ଅସମର୍ଥ ହୁଅନ୍ତି, ତାହେଲେ ଅସୁବିଧା ବଢିପାରେ। ଆୟକର ବିଭାଗ ଚଢାଉ ବେଳେ ଆପଣଙ୍କୁ ଆପଣଙ୍କର ଆୟ ବିଷୟରେ ଠୋସ୍ ସୂଚନା ଦେବାକୁ ପଡିବ। ଯଦି ଆପଣଙ୍କ ପାଖରେ ସଠିକ୍ ସୂଚନା ରହିଛି, ତାହେଲେ ଆପଣଙ୍କୁ କୌଣସି ଜରିମାନା ଦେବାକୁ ପଡିବ ନାହିଁ। ହେଲେ ଯଦି ଆପଣ ସୂଚନା ଦେବାକୁ ସକ୍ଷମ ନୁହଁନ୍ତି ତାହେଲେ ଆପଣଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା ନଗଦ ଟଙ୍କା ଉପରେ ୧୩୭% ପର୍ଯ୍ୟନ୍ତ ଟ୍ୟାକ୍ସ ହୋଇପାରିବ। ଏହାର ଅର୍ଥ ଆପଣଙ୍କୁ ନଗଦ ଟଙ୍କା ସହିତ ୩୭ ପ୍ରତିଶତ ଟିକସ ଅତିରିକ୍ତ ଦେବାକୁ ହେବ।