Rain in India 2023: ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ ୨୦୨୩ ସବୁଠାରୁ ଶୁଷ୍କ ମାସ ଭାବରେ ଉଭା ହୋଇଛି। ପାଣିପାଗ ବିଭାଗ ତଥ୍ୟ ଅନୁସାରେ ୧୯୦୧ ଅଗଷ୍ଟ ପରେ, ଚଳିତ ବର୍ଷର ଅଗଷ୍ଟ ହେଉଛି ସେହି ମାସ ଯେଉଁ ମାସରେ ବର୍ଷା ହୋଇ ନାହିଁ। ଚଳିତ ବର୍ଷର ଅଗଷ୍ଟ ମାସରେ ବର୍ଷା ନ ହେବା ପଛରେ ଏଲ୍ ନିନୋ ପ୍ରଭାବ ରହିଥିବା ଦର୍ଶାଇଛନ୍ତି ପାଣିପାଗ ବିଜ୍ଞାନ। ବିଗତ ୨୦ ଦିନ ଧରି ଦେଶର ସମତଳ ଅଞ୍ଚଳରେ ସ୍ୱାଭାବିକ ଧାରଣ ବର୍ଷା ନ ହେବାକୁ ପାଣିପାଗ ବିଶେଷଜ୍ଞ ଚିନ୍ତା ପ୍ରକାଶ କରିଛନ୍ତି। ଗୋଟିଏ ପଟେ ଅଗଷ୍ଟ ମାସରେ ୩୩ ପ୍ରତଶତରୁ ଅଧିକ ବର୍ଷା ଅଭାବ ହେବାର ସମ୍ଭାବନା ଅଛି। ହେଲେ ଅନ୍ୟ ପଟେ ମୌସୁମୀ ଋୁତୁ ଶେଷ ହେବାକୁ ଆଫ ମାତ୍ର ୨୦ ଦିନ ବାକି ରହିଛି।


COMMERCIAL BREAK
SCROLL TO CONTINUE READING

ଅଗଷ୍ଟ ମାସରେ ମଙ୍ଗଳବାର (୨୯ ଅଗଷ୍ଟ ୨୦୨୩) ରେକର୍ଡ ଅନୁଯାୟୀ, ସ୍ୱାଭାବିକ ବୃଷ୍ଟିପାତ (Average Rainfall in August in India) ୨୪୧ ମିଲିମିଟର ତୁଳନାରେ ମାତ୍ର ୧୬୦.୩ ମିଲିମିଟର ବର୍ଷା ହୋଇଥିଲା। ଯାହା ସ୍ୱାଭାବିକ ବୃଷ୍ଟିପାତ ତୁଳନାରେ ୩୩ ପ୍ରତିଶତ କମ। ଏହା ପୂର୍ବରୁ ୨୦୦୫ ଅଗଷ୍ଟ ମାସର ମୌସୁମୀ ଋତୁରେ ସର୍ବନିମ୍ନ ବୃଷ୍ଟିପାତ (Rainfall in Monsoon Season in India) ହୋଇଥିବାର ରେକର୍ଡ (Monsoon Rain Record India) କରାଯାଇଥିଲା। ସେତେବେଳେ ୧୯୧.୨ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଥିଲା। ଯାହା ସ୍ୱାଭାବିକ ବୃଷ୍ଟିପାତ ତୁଳନାରେ (Average Rainfall in Monsoon Season in India) ୨୫ ପ୍ରତିଶତ କମ୍ ରହିଥିଲା। ପାଣିପାଗ ବିଶେଷଜ୍ଞଙ୍କ (Meteorologist) କହିବା ଅନୁଯାୟୀ, ଚଳିତ ବର୍ଷର ଅଗଷ୍ଟ ମାସରେ ମୋଟ ବୃଷ୍ଟିପାତ ୧୭୦-୧୭୫ ମିଲିମିଟର ଠାରୁ ଅଧିକ ହେବାର କୌଣସି ସମ୍ଭାବନା ନାହିଁ।


ଉପକୂଳବର୍ତ୍ତୀ ଅଞ୍ଚଳରେ ହେଉଛି ବର୍ଷା, କେରଳରେ ଛାଇ ରହିଛି ମେଘ ବାଦଲ
ଅଗଷ୍ଟ ୩୦ ତାରିଖ ବୁଧବାର କେରଳର କିଛି ଅଞ୍ଚଳରେ ମଧ୍ୟମରୁ ହାଲୁକା ବର୍ଷା ହେବାର ସମ୍ଭବନା ରହିଥିବା ନେଇ ପୂର୍ବାନୁମାନ କରିଛି ଭରତୀୟ ପାଣିପାଗ (India Meteorological Department)। ଏନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ତିରୁଭାଅନନ୍ତପୁରମ୍, କୋଲାମ, ଆଲାପୁଜା ଏବଂ ଏର୍ଣ୍ଣାକୁଲମ୍ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ କୋଟାୟାମ, ପଥନମିଥିଟ୍ଟା, ଇଡ୍ଡୁକି ଏବଂ ଥ୍ରୀସୁର ଜିଲ୍ଲାର କେତେକ ଅଞ୍ଚଳରେ ହାଲୁକା ଧରଣର ବର୍ଷା ହୋଇପାରେ।


ରାଜ୍ୟରେ ଏକ ମାସରୁ ଅଧିକ ସମୟର ବ୍ୟବଧାନ ପରେ ବର୍ଷା ଋତୁ ଫେରି ଆସିଛି। ଚଳିତ ବର୍ଷ ମୌସୁମୀ ଋତୁରେ କମ୍ ବୃଷ୍ଟିପାତ ହୋଇଥିବାର ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ ଚଳିତ ବର୍ଷ ଜୁନ୍ ୧ ତାରିଖରୁ ଅଗଷ୍ଟ ୨୯ ତାରିଖ ମୌସୁମୀ ଋତୁ ସମୟରେ ୪୮ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଥିବାର ରେକର୍ଡ କରାଯାଇଛି। କମ୍ ବର୍ଷା ହେତୁ କୃଷି କାର୍ଯ୍ୟ ପ୍ରଭାବିତ ହୋଇଛି। ଯାହାର ଫଳସ୍ୱରୂପ ବିଦ୍ୟୁତ୍ ଉତ୍ପାଦନରେ ହ୍ରାସ ଘଟିଛି। ଏହା ପଛରେ ରହିଥିବା କାରଣ ହେଉଛି ଅନେକ ବିଦ୍ୟୁତ ଉତ୍ପାଦନ କରୁଥିବା ଅନେକ ଜଳ ଭଣ୍ଡାରକୁ ଜଳ ସଂରକ୍ଷଣ କରିବାକୁ ପଡୁଛି।