India Maldives Relations: ମହମ୍ମଦ ମୋଇଜୁ ରାଷ୍ଟ୍ରପତି ପଦଭାର ଗ୍ରହଣ କରିବା ପର ଠାରୁ ଭାରତ-ମାଳଦ୍ୱୀପ ମଧ୍ୟରେ ସମ୍ପର୍କ ତିକ୍ତ ଉଠିଛି। ହେଲେ ଭାରତ, ମାଳଦ୍ୱୀପ ସହ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରିଆସୁଛି। ଏହି କ୍ରମରେ ଶୁକ୍ରବାର ମାଲଦ୍ୱୀପକୁ ଏକ ବଡ଼ ଆଶ୍ୱସ୍ତି ଦେଇଛି ମାଳଦ୍ୱୀପ। ଚଳିତ ଆର୍ଥିକ ବର୍ଷରେ ମାଲଦ୍ୱୀପକୁ ଅଣ୍ଡା, ଆଳୁ, ପିଆଜ, ଚାଉଳ, ଗହମ ଅଟା, ଚିନି ଏବଂ ଡାଲି ପରି ଖାଦ୍ୟ ପଦାର୍ଥ ନିର୍ଦ୍ଦିଷ୍ଟ ପରିମାଣର ରପ୍ତାନୀ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଶୁକ୍ରବାର ହଟାଇ ଦେଇଛି ଭାରତ। ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଉଭୟ ଦେଶ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷରେ ମାଲଦ୍ୱୀପକୁ ଉପରୋକ୍ତ ସାମଗ୍ରୀ ରପ୍ତାନୀ କରିବାକୁ ଅନୁମତି ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ମାଲଦ୍ୱୀପକୁ ମିଳିବ ଆଶ୍ୱସ୍ତି
ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (Directorate General of Foreign Trade) ଡିଜିଏଫଟି (DGFT India) ପକ୍ଷରୁ କୁହାଯାଇଛି ଯେ ମାଲଦ୍ୱୀପକୁ ଅଣ୍ଡା, ଆଳୁ, ପିଆଜ, ଚାଉଳ, ଗହମ ଅଟା, ଚିନି, ଡାଲି, ସମେତ ବଜୁରୀ ଏବଂ ନଦୀ ବାଲି ରପ୍ତାନୀ କରିବାକୁ ଅନୁମତି ଦିଆଯାଇଛି। ମାଲଦ୍ୱୀପକୁ ଏହି ସାମଗ୍ରୀର ରପ୍ତାନି ଉପରେ ଲଗାଯାଇଥିବା କୌଣସି ବିର୍ତ୍ତମାନର କିମ୍ବା ଭବିଷ୍ୟତର ପ୍ରତିବନ୍ଧକରୁ ରିହାତି ପ୍ରଦାନ କରାଯିବ। ସାଧାରଣତ ଏହି ଜିନିଷ ରପ୍ତାନି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ହୋଇଥାଏ। ଅଥବା ଏହାକୁ ସୀମିତ ପରିମାଣରେ ରପ୍ତାନୀ କରିବାକୁ ଅନୁମତି ମିଳିଥାଏ। ରପ୍ତାନr ପାଇଁ ସ୍ଥିର ପରିମାଣ ହେଉଛି ଆଳୁ ୨୧.୫୧୩.୦୮ ଟନ୍, ପିଆଜ ୩୫.୭୪୯.୧୩ ଟନ୍, ଚାଉଳ ୧,୨୪,୨୧୮.୩୬ ଟନ୍, ଗହମ ଅଟା ୧,୦୯,୧୬୨.୯୬ ଟନ୍, ଚିନି ୬୪,୪୯୪.୩୩ ଟନ୍, ଡାଲି ୨୨୪.୪୮ ଟନ୍ ସହ ବଜୁରୀ ୧୦ ଲକ୍ଷ ଟନ୍ ଏବଂ ନଦୀ ବାଲି ୧୦ ଲକ୍ଷ ଟନ୍ ରପ୍ତାନୀ କରିବାକୁ ଅନୁମତି ଦିଆଯାଇଛି। 


ଚଳିତ ବର୍ଷରେ ମାଳଦ୍ୱୀପକୁ ପଠାଯାଉଥିବା ସାମଗ୍ରୀ ୧୯୮୧ ମସିହା ପର ଠାରୁ ସର୍ବାଧିକ ବୋଲି କୁହାଯାଉଛି। ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ମୋଦି ସରକାର ପିଆଜ, ଚାଉଳ ଏବଂ ଚିନି ଭଳି ଜିନିଷ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ହେଲେ ନିଷେଧାଦେଶ ସତ୍ତ୍ୱେ ଭାରତ ସରକାର ମାଳଦ୍ୱୀପକୁ ଆଶ୍ୱସ୍ତି ପ୍ରଦାନ କରି ଏହି ଜିନିଷ ଯୋଗାଣ ଜାରି ରଖିବେ।


କାହିଁକି ଭାରତ ନେଲା ଏଭଳି ନିଷ୍ପତ୍ତି
ଭାରତ ଏହାର ପଡ଼ୋଶୀ ପ୍ରଥମ ନୀତି ଅନୁଯାୟୀ (Neighbours First Policy of India) ଏପରି ନିଷ୍ପତ୍ତି ନେଇଛି। ଭାରତ ଚାହୁଁଛି ପଡୋଶୀ ଦେଶ ସହ ସମ୍ପର୍କ ସୁଦୃଢ ହେଉ। ଗତ ବର୍ଷ ମଧ୍ୟ ଭାରତ ମାଲଦ୍ୱୀପକୁ ପିଆଜ ଏବଂ ଚିନି ଯୋଗାଣ ଜାରି ରଖିଥିଲା। ଭାରତ-ମାଳଦ୍ୱୀପ ମଧ୍ୟରେ ସମ୍ପର୍କ କିଛି ସମୟ ପାଇଁ ଖରାପ ହୋଇଯାଇଛି। ହେଲେ ଏହା ସତ୍ତ୍ୱେ ଭାରତ ମାଳଦ୍ୱୀପକୁ ସାହାଯ୍ୟ କରିଛି। ମହମ୍ମଦ ମୋଇଜୁ ରାଷ୍ଟ୍ରପତି ପଦଭାର ଗ୍ରହଣ  କରିବା ପର ଠାରୁ ସେ "ଇଣ୍ଡିଆ ଆଉଟ୍" (India Out) ନୀତି ଆପଣେଇଛନ୍ତି। ଏହା ପରେ ଭାରତ ୮୮  ଜଣ ସୈନିକଙ୍କୁ ସେଠାରୁ ହଟାଇବା ପାଇଁ ପଦକ୍ଷେପ ନେଇଛି। ଭାରତୀୟ ସୈନିକଙ୍କ ପ୍ରଥମ ବ୍ୟାଚ୍ ଗତ ମାର୍ଚ୍ଚ ମାସରେ ସେଠାରୁ ଫେରି ଆସିଥିଲା।