India Conducted K2 Series Missile Test: କ୍ଷେପଣାସ୍ତ୍ର କ୍ଷମତାକୁ କ୍ରମାଗତ ଭାବେ ବଢାଇଥିବା ଭାରତ ପାଇଛି ଆଉ ଏକ ସଫଳତା। ପ୍ରାୟ ୩୫୦୦ କିମି ରେଞ୍ଜ ମଧ୍ୟରେ କୌଣସି ଲକ୍ଷ୍ୟକୁ ଭେଦ କରି ପାରୁଥିବା ଏକ କ୍ଷେପଣାସ୍ତ୍ରର ପରୀକ୍ଷଣ ଦ୍ୱିତୀୟ ଲାଗି କରିଛି ଭାରତ। ଏହି ମିସାଇଲ ପରୀକ୍ଷଣ ଏକ ବୁଡ଼ାଜାହାଜରେ କରାଯାଇଛି। ପୂର୍ବରୁ ଏପରି ପରୀକ୍ଷା ଗତ ଜାନୁଆରୀ ମାସରେ ମଧ୍ୟ କରାଯାଇଥିଲା। ସଦ୍ୟ ହୋଇଥିବା ପରୀକ୍ଷଣ ପରେ ମିସାଇଲ୍ ଉତ୍ପାଦନ ପାଇଁ ଭାରତ ପ୍ରସ୍ତୁତ ରହିଥିବାର କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

ଏହି କେ ସିରିଜ୍ କ୍ଷେପଣାସ୍ତ୍ର (K2 Series Missile of India) ଭାରତର ପାଲଟା ଆକ୍ରମଣ ଶକ୍ତି ବୃଦ୍ଧି କରିବ। ଆଣବିକ ତ୍ରିଶୂଳକୁ (TRIAD) ସମ୍ପୂର୍ଣ୍ଣ କରିବ। ଦେଶର ପ୍ରଥମ କେ ସିରିଜ୍ ମିସାଇଲ କେ-୧୫ (K15 Missile India) ଅର୍ଥାତ ସାଗରିକା ଗତ ୨୦୧୮ ବର୍ଷରେ ପ୍ରସ୍ତୁତ କରିଥିଲା ଭାରତ। ଯାହାକୁ ସ୍ୱଦେଶୀ ଆଣବିକ ବୁଡ଼ାଜାହାଜ (Indigenous Submarine of India) ଆଇଏନଏସ ଅରିହନ୍ତ (INS Arihant) ଠାରେ ସ୍ଥାପନ କରାଯାଇଛି।


କେ ୨ ହେଉଛି (K2 Missile India) ଏହି ସିରିଜ୍ ର ଦ୍ୱିତୀୟ କ୍ଷେପଣାସ୍ତ୍ର। ଯାହାର ଲକ୍ଷ୍ୟଭେଦ କରିବାର ପରିସର ହେଉଛି ୩୫୦୦ କିଲୋମିଟର। ଗତ ସପ୍ତାହରେ କେ୨ ସିରିଜ କ୍ଷେପଣାସ୍ତ୍ରର ଦ୍ୱିତୀୟ ସଫଳ ପରୀକ୍ଷଣ (K2 Missile Test) କରାଯାଇଥିଲା। ଯାହା ପରେ କେ ସିରିଜ କ୍ଷେପଣାସ୍ତ୍ର ଉତ୍ପାଦନ ପାଇଁ ଭାରତ ପ୍ରସ୍ତୁତ ରହିଥିବାର କୁହାଯାଉଛି। କେ ସିରିଜ୍ କ୍ଷେପଣାସ୍ତ୍ରକୁ ବୁଡ଼ାଜାହାଜରୁ ନିକ୍ଷେପ କରାଯାଇ ପାରିବ। ଶତ୍ରୁ ପକ୍ଷକୁ ଏଭଳି କ୍ଷେପଣାସ୍ତ୍ର ସମ୍ପର୍କରେ କମ ଖବର ମିଳିଥାଏ। ଏହାକୁ ସମୁଦ୍ରର ଯେକୌଣସି ସ୍ଥାନକୁ ଅତି ନୀରବତାର ସହ ନିଆଯାଇ ଶତ୍ରୁ ପକ୍ଷ ଉପରେ ଜୋରଦାର ପାଲଟା ଆକ୍ରମଣ କରାଯାଇ ପାରିବ।


କେ୪ କ୍ଷେପଣାସ୍ତ୍ରର (K4 Missile India) ଓଜନ ହେଉଛି ୧୭ ଟନ୍। ଯେଉଁଥିରେ ୨.୫ ଟନ୍ ଓଜନର ଯୁଦ୍ଧାସ୍ତ୍ର ସ୍ଥାପନ କରାଯାଇ ପାରିବ। ଯାହାକୁ ପାଣିରୁ ୫୦ ମିଟର ତଳେ ନିକ୍ଷେପ କରିବାର ସଫଳ ପରୀକ୍ଷଣ କରାଯାଇଛି। ଏହାର ଗତି ହେଉଛି ୭.୫ ମ୍ୟାକ୍। ଅର୍ଥାତ୍ ଶବ୍ଦର ବେଗ ପ୍ରାୟ ସାଢେ ସାତ ଗୁଣ ଅଧିକ। ଏହାର ଅର୍ଥ ହେଉଛି ଶତ୍ରୁ ପକ୍ଷକୁ ଏହି କ୍ଷେପଣାସ୍ତ୍ରକୁ ଚିହ୍ନଟ କରିବା ପ୍ରାୟତଃ ଅସମ୍ଭବ। ଏହାକୁ ନିକ୍ଷେପ କରାଯାଇ ସାରିବା ପରେ ଉଦ୍ଧାର କରିବା ପାଇଁ କୌଣସି ସମୟ ମିଳିବ ନାହିଁ। 


ଆରମ୍ଭ ହେଲା କେ-୫ ଏବଂ କେ-୬ ମିସାଇଲ ନିର୍ମାଣ କାର୍ଯ୍ୟ
ସ୍ୱଦେଶୀ ଅରିହନ୍ତ ଶ୍ରେଣୀର ଆଣବିକ ବୁଡ଼ାଜାହାଜ ପାଇଁ କେ ସିରିଜ୍ କ୍ଷେପଣାସ୍ତ୍ର (K2 Missile for Arihant Class Submarine) ପ୍ରସ୍ତୁତ କରାଯାଉଛି। କେ-୪ ପରେ ୫୦୦୦ କିଲୋମିଟର ଦୂରତା ବିଶିଷ୍ଟ କେ-୫ କ୍ଷେପଣାସ୍ତ୍ର (K5 Missile India) ଏବଂ ୧୦ ହଜାରରୁ ୧୨୦୦୦ କିଲୋମିଟର ଦୂରତା ବିଶିଷ୍ଟ କେ୬ କ୍ଷେପଣାସ୍ତ୍ର (K6 Missile) ନିର୍ମାଣ କରିବାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହି ମିସାଇଲ ନିର୍ମାଣ ପରେ ଋଷିଆ, ଆମେରିକା ଏବଂ ଚୀନ୍ ପରେ ଭାରତ ଚତୁର୍ଥ ଦେଶ ହେବ ଯାହା ବୁଡ଼ାଜାହାଜରୁ ନିକ୍ଷେପ କରାଯାଇ ପାରୁଥିବା କ୍ଷେପଣାସ୍ତ୍ର ରହିବ।


ପ୍ରଥମ ସ୍ୱଦେଶୀ ଆଣବିକ ବୁଡ଼ାଜାହାଜ ଆଇଏନଏସ ଅରିହନ୍ତ ଭାରତୀୟ ନୌସେନାରେ ସାମିଲ ହୋଇସାରିଛି। ଯେଉଁଥିରେ କେ୧୫ (K15 Missile India) ସ୍ଥାପିତ ହୋଇସାରିଛି। ଏହି ଶ୍ରେଣୀର ଦ୍ୱିତୀୟ ବୁଡ଼ାଜାହାଜ ଅରିଘାତ (INS Arighat) ଗତ ୨୦୧୭ ବର୍ଷରେ ସମୁଦ୍ରରେ ଲଞ୍ଚ କରାଯାଇ ସାରିଛି। ବର୍ତ୍ତମାନ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଶ୍ରେଣୀର ଆହୁରି ଦୁଇଟି ବୁଡ଼ାଜାହାଜ ନିର୍ମାଣ ହେବାକୁ ଯାଉଛି। ଯାହାର ଆକାର ଉଭୟ ଅରିହନ୍ତ ଏବଂ ଅରିଘାତ ଠାରୁ ବଡ଼ ହେବ।