Common Passwords in India: ଦେଶରେ ଅଧିକାଂଶ ଲୋକ ରଖିଥାନ୍ତି କେଉଁ ପାସୱାର୍ଡ଼? ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା
NordPass Password Database: ଦେଶରେ କେଉଁ ପାସୱାର୍ଡ ସର୍ବାଧିକ ପରିମାଣରେ ବ୍ୟବହାର କରାଯାଉଛି ତାହା NordPass ପକ୍ଷରୁ ପ୍ରକାଶିତ ରିପୋର୍ଟ ମାଧ୍ୟମରେ ଦର୍ଶାଯାଇଛି।
Most Common Passwords in India: ସୁରକ୍ଷା ପାଇଁ ପାସୱାର୍ଡ଼ ଏକ ଅତ୍ୟାବଶ୍ୟକ ଉପକରଣ। ମାତ୍ର ପାସୱାର୍ଡ଼ ପ୍ରାୟତଃ ବ୍ୟବହାରକାରୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ। କଷ୍ଟକର ପାସୱାର୍ଡ ମନେ ରଖିବା ବ୍ୟବହାରକାରୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ। କାରଣ ସମୟ ସମୟରେ ବିଭିନ୍ନ କାରଣ ପାଇଁ ପାସୱାର୍ଡ଼ ପରିବର୍ତ୍ତନ କରିବାକୁ ହୋଇଥାଏ। ଏହି କାରଣରୁ ଅନେକ ଲୋକ ଦୁର୍ବଳ ପାସୱାର୍ଡ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି। କାରଣ ଏଭଳି ପାସୱାର୍ଡ଼ ମନେ ରଖିବା ସହଜ ହୋଇଥାଏ। ସଦ୍ୟ NordPass ପକ୍ଷରୁ ଭାରତ ଭଳି ଏକ ବିଶାଳ ଦେଶରେ ସର୍ବାଧିକ ପରିମାଣରେ ବ୍ୟବହୃତ ହେଉଥିବା ପାସୱାର୍ଡ ତାଲିକା ପ୍ରକାଶିତ ହୋଇଛି। ଭାରତ ବର୍ଷରେ ଲୋକେ କିପରି ସରଳ ପାସୱାର୍ଡ଼ ବ୍ୟବହାର କରୁଛନ୍ତି ତାହା NordPass ପକ୍ଷରୁ ପ୍ରକାଶିତ ରିପୋର୍ଟ ମାଧ୍ୟମରେ ଦର୍ଶାଯାଇଛି।
ଦେଶରେ ସର୍ବାଧିକ ପରିମାଣରେ ବ୍ୟବହୃତ ହେଉଥିବା ପାସୱାର୍ଡ଼
123456
admin
12345678
12345
password
Pass@123
123456789
Admin@123
India@123
admin@123
Pass@1234
1234567890
Abcd@1234
Welcome@123
Abcd@123
admin123
administrator
Password@123
Password
UNKNOWN
NordPass ପକ୍ଷରୁ କରାଯାଇଥିବା ସର୍ବେକ୍ଷଣର କିଛି ଅଂଶ ସେୟାର କରାଯାଇଛି। ନର୍ଡପାସ୍ ଅନୁଯାୟୀ, ଲୋକେ ସେମାନଙ୍କର ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ବ୍ୟବହାର କରିବା ବେଳେ ଦୁର୍ବଳ ପାସୱାର୍ଡ ବ୍ୟବହାର କରୁଛନ୍ତି। ସବୁଠାରୁ ସାଧାରଣ ପାସୱାର୍ଡ ଦେଶର କୌଣସି ସ୍ଥାନର ନାମକୁ ବ୍ୟବହାର କରି କରାଯାଉଛି। ସେଥିପାଇଁ ଅଧିକାଂଶ ଭାରତୀୟ ସେମାନଙ୍କ ପାସୱାର୍ଡ଼ ପାଇଁ ବ୍ୟବହାର କରୁଥିବା ଭାରତ ନାମକୁ ଅଧିକ ବ୍ୟବହାର କରୁଛନ୍ତି। ସବୁଠାରୁ ସାଧାରଣ ପାସୱାର୍ଡ ହେଉଛି india@124।
ସହଜରେ କରାଯାଇପାରେ ଚିହ୍ନଟ
ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବିଭିନ୍ନ "ୱେବ ବ୍ରାଉଜର" ଠାରେ ସଞ୍ଚୟ ହୋଇଥିବା ପାସୱାର୍ଡ଼ (Saving Password on Web Browser) ପ୍ରକୃତରେ ସେତିକି ସୁରକ୍ଷିତ ନୁହେଁ ଯେତିକି ଆମେ ଚିନ୍ତା କରୁଛେ। ରିପୋର୍ଟ ଅନୁଯାୟୀ NordPass Password Database ଠାରେ ଅନ୍ତର୍ଭୂକ୍ତ ପ୍ରାୟ ୭୦ ପ୍ରତିଶତ ପାସୱାର୍ଡ଼ ଏକ ସେକେଣ୍ଡ ଠାରୁ କମ୍ ସମୟ ମଧ୍ୟରେ ଚିହ୍ନଟ (Password Cracking) କରାଯାଇପାରେ। ଯାହାର ଅର୍ଥ ହେଉଛି ଯଦି ଜଣେ ହ୍ୟାକର ଆପଣ ବ୍ୟବହାର କରୁଥିବା ବ୍ରାଉଜର ହ୍ୟାକ୍ କରିବାକୁ ସକ୍ଷମ, ତାହେଲେ ସେ ଆପଣଙ୍କର ସମସ୍ତ ପାସୱାର୍ଡ ସହଜରେ ଚିହ୍ନଟ କରିପାରିବ। ଯାହା ଆପଣଙ୍କ ବିଭିନ୍ନ ଆକାଉଣ୍ଟ ଲାଗି ବହୁତ ମହଙ୍ଗା ପଡ଼ିପାରେ।
ପାସୱାର୍ଡ଼ ସୁରକ୍ଷା ପାଇଁ କ'ଣ କରିବେ?
ଯଦି ଆପଣ ଆପଣଙ୍କର ପାସୱାର୍ଡକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି, ତାହେଲେ ଆପଣ ତାହାକୁ ଅଧିକ ସୁରକ୍ଷିତ ସ୍ଥାନରେ ସଂରକ୍ଷଣ କରିବାକୁ ଚିନ୍ତା କରିବା ଆବଶ୍ୟକ। ଯାହାର ଏକ ସୁରକ୍ଷିତ ବିକଳ୍ପ ହେଉଛି ଏକ ପାସୱାର୍ଡ ପରିଚାଳକ (Password Manager)। ଯାହା ଆପଣଙ୍କର ସମସ୍ତ ପାସୱାର୍ଡ଼ ଗୋଟିଏ ସୁରକ୍ଷିତ ସ୍ଥାନରେ ସଂରକ୍ଷଣ କରିଥାଏ। ପାସୱାର୍ଡ଼ ସୁରକ୍ଷିତ ରଖିବା ପାଇଁ ମଜବୁଜ ଏନକ୍ରିପସନ୍ (Strong Encryption) ବ୍ୟବହାର କରିଥାଏ।