India overtakes China in Space Economy: ପ୍ରାୟ ୪୪୭ ବିଲିୟନ ଡଲାର ମୂଲ୍ୟର ମହାକାଶ ଅର୍ଥନୀତିରେ ଭାରତ ଚୀନ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି। ବରଂ ଏହା କହିବା ଭୁଲ ହେବ ନାହିଁ ଯେ ଚୀନ୍ ମହାକାଶ ଅର୍ଥନୀତି କ୍ଷେତ୍ରରେ ଭାରତ ପଛରେ ପଡ଼ିଯାଇଛି। ଏଲୋନ୍ ମସ୍କଙ୍କ ନେତୃତ୍ୱାଧିନ ସ୍ପେସ୍ ଏକ୍ସ ସଂସ୍ଥାର ଏକ ବିଶ୍ୱସନୀୟ ବିକଳ୍ପ ଭାବରେ ଭାରତ କ୍ରମାଗତ ଭାବରେ ନିଜର ଦାବିକୁ ଦୃଢ ଭାବରେ ଉପସ୍ଥାପନ କରୁଛି। ମହକାଶ କ୍ଷେତ୍ରରେ ଭାରତ ଏହାର ପାରମ୍ପରିକ ସହଯୋଗୀ ଋଷିଆ ବ୍ୟତୀତ ଚୀନ୍ ଅନୁପସ୍ଥିତିର ସୁଯୋଗ ନେଇ ଭାରତ ଲାଭଜନକ ମହାକାଶ ବ୍ୟବସାୟରେ ପ୍ରବେଶ କରିଛି। ଯଦି ମହାକାଶ ଅର୍ଥନୀତି କ୍ଷେତ୍ରରେ ଭାରତ କମାଇଥିବା ରାଜସ୍ୱକୁ ଯଦି ଆକଳନ କରାଯାଏ ତାହେଲେ ଆସନ୍ତା ୨୦୪୦ ପର୍ଯ୍ୟନ୍ତ ଦେଶର ମହାକାଶ ଅର୍ଥନୀତି ୪୦ ବିଲିୟନ ଆମେରିକୀୟ ଡଲାର ହାସଲ କରିବାକୁ ପ୍ରସ୍ତୁତ ହେଉଛି। 


COMMERCIAL BREAK
SCROLL TO CONTINUE READING

ମହାକାଶ ଅର୍ଥନୀତିରେ ଭାରତ ପାଇଥିବା ରାଜସ୍ୱ ସମ୍ପର୍କରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ତଥା ପରମାଣୁ ଶକ୍ତି ଏବଂ ମହାକାଶ ମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂହ ଜଣାଇଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏହି ସଫଳତା ବୈଜ୍ଞାନିକଙ୍କୁ ଉନ୍ନତ କାର୍ଯ୍ୟ କରିବାର ପରିବେଶ ଯୋଗାଇବ। କେତେକ ବିଦେଶୀ ଏଜେନ୍ସି ଆକଳନ କରିଛନ୍ତି ଯେ ଆସନ୍ତା ୨୦୪୦ ପର୍ଯ୍ୟନ୍ତ ମହାକାଶ ଅର୍ଥନୀତିରୁ ଭାରତ ୧୦୦ ବିଲିୟନ ଆମେରିକୀୟ ଡଲାର ଠାରୁ ଅଧିକ ରାଜସ୍ୱ ଆଦାୟ କରିପାରେ।


Also Read: Revenue of ISRO: ବିଦେଶୀ ଉପଗ୍ରହ ମହାକାଶ ପଠାଇ କେତେ ଟଙ୍କା ଆୟ କରିଛି ଇସ୍ରୋ? ଜାଣନ୍ତୁ


କ୍ରମାଗତ ଭାବେ ବଢୁଛି ରାଜସ୍ୱ
କେନ୍ଦ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂହ ବର୍ତ୍ତମାନ ଆମର ମହାକାଶ ଅର୍ଥନୀତି ଅତ୍ୟନ୍ତ ପ୍ରଭାବଶାଳୀ ନୁହେଁ। ବର୍ତ୍ତମାନ ଯାହାର ମୂଲ୍ୟ ବର୍ତ୍ତମାନ ପ୍ରାୟ ୮୦ ଲକ୍ଷ ଆମେରିକୀୟ ଡଲାର ରହିଛି। ତଥାପି, ଆମେ କେବଳ ବିଦେଶୀ ଉପଗ୍ରହ ଉତକ୍ଷେପଣରେ ଅତି ଦ୍ରୁତ ଗତିରେ ଅଗ୍ରଗତି କରୁଛୁ। ୟୁରୋପୀୟ ଉପଗ୍ରହ ଉତକ୍ଷେପଣରୁ ଆମେ ପ୍ରାୟ ୨୩ କୋଟିରୁ ୨୪ କୋଟି ୟୁରୋ ଏବଂ ଆମେରିକୀୟ ଉପଗ୍ରହ ଉତକ୍ଷେପଣରୁ ପ୍ରାୟ ୧୭ ଡଲାର ଠାରୁ ୧୮ ଆମେରିକୀୟ ଡଲାର ରୋଜଗାର କରିଛୁ।


ଇସ୍ରୋ ରକେଟ୍ ଉତକ୍ଷେପଣର ୬୦ ତମ ବାର୍ଷିକୀ 
ନଭେମ୍ବର ୨୫ ତାରିଖ ଶନିବାର ଭାରତୀୟ ମହାକାଶ ଗବେଷଣା ସଙ୍ଗଠନର ୬୦ ତମ ରକେଟ୍ ଉତକ୍ଷେପଣ ବାର୍ଷିକତ୍ସୋବକୁ ଉଦଘାଟନ କରିବା ଅବସରରେ "ଅନୁସନ୍ଧାନ ନେସନାଲ ରିସର୍ଟ୍ଟ ଫାଉଣ୍ଡେସନ୍" ପ୍ରତିଷ୍ଠା ହେବା ସହ ଶିଳ୍ପରେ ଏକ ମହତ୍ୱପୂର୍ଣ୍ଣ ଉପସ୍ଥିତି ପ୍ରତିଷ୍ଠା ହୋଇପାରିବ। ଭାରତ ଏହାର ମହାକାଶ ଅଭିଯାନ କ୍ଷେତ୍ରରେ ସମ୍ବଳ ସହ ଜଡ଼ିତ ସଙ୍କଟର ସାମ୍ନା କରିଥିବା ନେଇ କେନ୍ଦ୍ରମନ୍ତ୍ରୀ ସ୍ୱୀକାର କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମର ବୈଜ୍ଞାନିକ କୌଶଳ ସହିତ ଆମେ ଏହାର ମୁକାବିଲା କରିପାରିବା। ମନ୍ତ୍ରୀ କହିଛନ୍ତି ଯେ ଭାରତ ୨୦୨୫ ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କୁ ମହାକାଶକୁ ପଠାଇବ ଏବଂ ତାଙ୍କୁ ନିରାପଦରେ ଫେରାଇ ଆଣିବ। ଏହାର ଦୁଇରୁ ତିନି ମାସ ପୂର୍ବରୁ ଆମର ଏକ ମହିଳା ରୋବୋଟ୍ ମହାକାଶକୁ ଯିବ। ଯାହା ମହାକାଶଚାରୀଙ୍କ ସମସ୍ତ କାର୍ଯ୍ୟକଳାପକୁ ଅନୁକରଣ କରିପାରିବ।