Onion Price Decrease in India: ଟମାଟୋ ପରେ ବର୍ତ୍ତମାନ ପିଆଜ ଦର ଲୋକଙ୍କ ଚିନ୍ତା ବଢାଇ ଦେଇଛି। ସମଗ୍ର ଦେଶରେ ପିଆଜ ମୂଲ୍ୟ ବୃଦ୍ଧି ପାଇଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ପିଆଜ ମୂଲ୍ୟ  କିଲୋଗ୍ରାମ ପିଛା ୮୦ ଟଙ୍କାରେ ପହଞ୍ଚିଛି। କମ୍ ଯୋଗାଣ ହେତୁ ରାଜଧାନୀର ଖୁଚୁରା ବଜାରରେ ପିଆଜର ମୂଲ୍ୟ କିଲୋଗ୍ରାମ ପିଛା ୬୦ ଟଙ୍କାରୁ ୮୦ ଟଙ୍କାକୁ ବୃଦ୍ଧି ପାଇଛି। ସେପଟେ କେନ୍ଦ୍ର ସରକାର ପିଆଜ ମୂଲ୍ୟ ବୃଦ୍ଧି ଉପରେ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଦିଲ୍ଲୀ-ଏନସିଆର ଠାରେ ପ୍ରାୟ ୪୦୦ ଖୁଚୁରା ଷ୍ଟୋର୍‌ ଚଳାଉଥିବା ମଦର ଡାଏରୀ କିଲୋଗ୍ରାମ ପିଛା ୬୭ ଟଙ୍କାରେ ପିଆଜ ବିକ୍ରି କରୁଛି।


COMMERCIAL BREAK
SCROLL TO CONTINUE READING

ବିଗ୍ ବାସ୍କେଟ ଠାରେ ୬୭ ଟଙ୍କାରେ ଉପଲବ୍ଧ ହେଉଛି ପିଆଜ 
ଏହା ବ୍ୟତୀତ ଇ-କମର୍ସ ପୋର୍ଟାଲ ବିଗ୍ ବାସ୍କେଟ ଠାରେ କିଲୋଗ୍ରାମ ପିଛା ୬୭ ଟଙ୍କାରେ ଉପଲବ୍ଧ ହେଉଛି ପିଆଜ। ସେହିପରି ଓଟିପି କିଲୋଗ୍ରାମ ପିଛା ୭୦ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରୁଛି। ସ୍ଥାନୀୟ ସ୍ତରରେ ପନିପରିବା ବିକ୍ରେତା କିଲୋଗ୍ରାମ ପିଛା ୮୦ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରୁଛନ୍ତି।


ମଦର ଡାଏରୀ ଠାରେ କେତେ ଟଙ୍କାରେ ମିଳୁଛି ପିଆଜ?  
ବୁଧବାର ମଦର ଡାଏରୀ ଠାରେ କିଲୋଗ୍ରାମ ପିଛା ୫୪-୫୬ ଟଙ୍କାରେ ବିକ୍ରି ହେଉଥିଲା ପିଆଜ। ହେଲେ ବର୍ତ୍ତମାନ ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୬୭ ଟଙ୍କାକୁ ବୃଦ୍ଧି ପାଇଛି।


କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି 
ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାକୁ କେନ୍ଦ୍ର ସରକାର ବଫର ଷ୍ଟକ୍ ମଧ୍ୟରେ ରଖାଯାଇଥିବା ପିଆଜକୁ ଖୁଚୁରା ବଜାରରେ କିଲୋଗ୍ରାମ ପିଛା ୨୫ ଟଙ୍କା ରିହାତିରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗ୍ରାହକ ବ୍ୟାପାର ବିଭାଗ ଅନୁଯାୟୀ, ଶନିବାର ଦେଶରେ ପିଆଜର ହାରାହାରି ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୪୫ ଟଙ୍କା ରହିଥିଲା। ହେଲେ ସର୍ବାଧିକ ମୂଲ୍ୟ କିଲୋଗ୍ରାମ ପିଛା ୮୦ ଟଙ୍କା ରେକର୍ଡ କରାଯାଇଥିଲା। ଦିଲ୍ଲୀ ଠାରେ ପିଆଜର ହାରାହାରି ମୂଲ୍ୟ କିଲୋଗ୍ରାମ ପିଛା ୭୫ ଟଙ୍କା ରହିଛି।


ବଜାରରକୁ ଆସୁଛି ବଫର ପିଆଜ
ଗ୍ରାହକ ବ୍ୟାପାର ସଚିବ ରୋହିତ କୁମାର ସିଂହ କହିଛନ୍ତି ଯେ ଆମେ ଗତ ଅଗଷ୍ଟ ମଧ୍ୟଭାଗରୁ ବଜାରକୁ ବଫର ପିଆଜ ପଠାଯାଉଛି। ମୂଲ୍ୟ ବୃଦ୍ଧିକୁ ରୋକିବା ଏବଂ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଆମେ ଏହାର ଖୁଚୁରା ବିକ୍ରୟ ବୃଦ୍ଧି କରୁଛୁ। ମନ୍ତ୍ରଣାଳୟ ଅନୁଯାୟୀ, ଯେଉଁ ରାଜ୍ୟରେ ପିଆଜ ମୂଲ୍ୟ ଦ୍ରୁତ ଗତିରେ ବଢୁଛି, ଉଭୟ ହୋଲସେଲ ଏବଂ ଖୁଚୁରା ବଜାରରେ ବଫର ଷ୍ଟକ ଠାରୁ ପିଆଜ ଯୋଗାଣ କରାଯାଉଛି।


କିଲୋଗ୍ରାମ ପିଛା ୨୫ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି ପିଆଜ
ଅଗଷ୍ଟ ମଧ୍ୟଭାଗରୁ ୨୨ ରାଜ୍ୟର ବିଭିନ୍ନ ସ୍ଥାନକୁ ପ୍ରାୟ ୧.୭ ଲକ୍ଷ ଟନ୍ ପିଆଜ ପଠାଯାଇଛି। ଏହି ପିଆଜ ଖୁଚୁରା ବଜାରରେ ବିକ୍ରୟ କେନ୍ଦ୍ର ଏବଂ ଦୁଇଟି ସମବାୟ ସଂସ୍ଥା "ଏନସିସିଏଫ୍" ଏବଂ "ନାଫେଡ୍" ଗାଡ଼ି ମାଧ୍ୟମରେ କିଲୋଗ୍ରାମ ପିଛା ୨୫ ଟଙ୍କା ରିହାତିରେ ବିକ୍ରି ହେଉଛି।  ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ମଧ୍ୟ ସମାନ ରିହାତିରେ ବଫର ପିଆଜ ବିକ୍ରି ହେଉଛି। ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାଣିପାଗ ସମ୍ବନ୍ଧୀୟ କାରଣରୁ ଖରିଫ ପିଆଜ ଚାଷରେ ବିଳମ୍ବ ହେତୁ ଏହି ଫସଲର କ୍ଷେତ୍ର ହ୍ରାସ ପାଇଛି ଏବଂ ଆସିବାରେ ବିଳମ୍ବ ହୋଇଛି। ତାଜା ଖରିଫ ପିଆଜ ଆଗମନ ବର୍ତ୍ତମାନ ପର୍ଯ୍ୟନ୍ତ ଆରମ୍ଭ ହୋଇଯିବା କଥା ହେଲେ ବର୍ତ୍ତମାନ ତାହା ହୋଇନାହିଁ।


ବଢାଗଲା ବଫର ପିଆଜ ମହଜୁଦ ପରିମାଣ
ଗଚ୍ଛିତ କରି ରଖାଯାଇଥିବା ରବି ପିଆଜ ହ୍ରାସ ହେବା ଏବଂ ଖରିଫ ପିଆଜ ଆସିବାରେ ବିଳମ୍ବ ହେତୁ ସ୍ୱାଭାବିକ ପିଆଜ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହି କାରଣରୁ ଉଭୟ ହୋଲସେଲ ଏବଂ ଖୁଚୁରା ବଜାରରେ ପିଆଜ ଦର ବୃଦ୍ଧି ପାଉଛି। ଚଳିତ ବର୍ଷ ପାଇଁ ସରକାର ବଫର ପିଆଜ ମହଜୁଦ ପରିମାଣକୁ ଦ୍ୱିଗୁଣିତ କରିଛନ୍ତି। ଯାହା ଆଗାମୀ ଦିନରେ ଘରୋଇ ଉପଲବ୍ଧତାକୁ ସୁଦୃଢ କରିବ।


୨ ଲକ୍ଷ ଟନ୍ ପିଆଜ କିଣିବାକୁ ହୋଇଛି ଯୋଜନା 
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ, ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ "ଏନସିସିଏଫ୍" ଏବଂ "ନାଫେଡ୍" ମାଧ୍ୟମରେ ୫ ଲକ୍ଷ ଟନ୍ ବଫର୍ ପିଆଜ ମହଜୁଦ କରି ରଖିଛି। ଆଗାମୀ ଦିନରେ ଅତିରିକ୍ତ ଦୁଇ ଲକ୍ଷ ଟନ୍ ପିଆଜ କିଣିବାକୁ ଯୋଜନା କରିଛି।