India vs Bharat Controversy: ବିଦ୍ୟାଳୟ ପାଠ୍ୟକ୍ରମ ସଂଶୋଧନ ପାଇଁ ଗଠିତ ଏକ ଏନସିଇଆରଟି ପ୍ୟାନେଲ୍ ଦେଶର ନାମ "ଇଣ୍ଡିଆ" ବଦଳରେ "ଭାରତ" ରଖିବାକୁ ପରାମର୍ଶ ଦେଇଛି। ହେଲେ ଏନସିଇଆରଟି ପକ୍ଷରୁ ଦିଆଯାଇଥିବା ଏହି ସୁପାରିଶ ଉପରେ ଏକ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି। କେରଳରେ କ୍ଷମତାସୀନ ବାମପନ୍ଥୀ ସରକାର ଏନସିଇଆରଟି ପ୍ୟାନେଲ ଦେଇଥିବା ସପାରିଶ ଗ୍ରହଣ କରିନାହାଁନ୍ତି। କେରଳ ସରକାର ଏନସିଇଆରଟି ପ୍ୟାନେଲ ପ୍ରସ୍ତାବକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଏନେଇ ରାଜ୍ୟରେ କ୍ଷମତାସୀନ ବାମପନ୍ଥୀ ସରକାର ଅଭିଯୋଗ କରିଛନ୍ତି ଯେ ଏହା ଏକ ଲୁକ୍କାୟିତ ଏଜେଣ୍ଡା ସହିତ ସଂକୀର୍ଣ୍ଣ ରାଜନୀତିର ଏକ ଅଂଶ। ଯାହାକୁ ରାଜ୍ୟ କୌଣସି ପରିସ୍ଥିତିରେ ଗ୍ରହଣ କରିପାରିବ ନାହିଁ।


COMMERCIAL BREAK
SCROLL TO CONTINUE READING

ଏନସିଇଆରଟି ପ୍ୟାନେଲ ଦେଇଥିଲା ପ୍ରସ୍ତାବ 
ଆପଣଙ୍କୁ କହି ରଖୁଛୁ ଯେ, ବିଦ୍ୟାଳୟ ପାଠ୍ୟକ୍ରମର ସଂଶୋଧନ ପାଇଁ, ସାମାଜିକ ବିଜ୍ଞାନ ବିଷୟରେ ସଂଶୋଧନ ପାଇଁ ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (NCERT) ଦ୍ୱାରା ଗଠିତ ଏକ ପ୍ୟାନେଲ୍  ସମଗ୍ର ଦେଶରେ ସମସ୍ତ ଶ୍ରେଣୀର ପାଠ୍ୟପୁସ୍ତକରେ ଇଣ୍ଡିଆ ବଦଳରେ ଭାରତ କରିବାକୁ ପ୍ରସ୍ତାବ ଦେଇଛି।


Also Read: India vs Bharat: 'ଇଣ୍ଡିଆ ନାଁ ଭାରତ', ଯେତେବେଳେ ଦେଶର ନାମ ପରିବର୍ତ୍ତନ କରିବାକୁ ବିରୋଧ କରିଥିଲେ ମୋଦି ସରକାର


ଆପତ୍ତି ଜଣାଇଲେ କେରଳ ସରକାର 
ଏନସିଇଆରଟି ପ୍ୟାନେଲ ପକ୍ଷରୁ ଦିଆଯାଇଥିବା ଏହି ପରାମର୍ଶକୁ କେରଳରେ କ୍ଷମତାସୀନ ବାମପନ୍ଥୀ ସରକାର ଦୃଢ ବିରୋଧ କରିଛନ୍ତି। କେରଳ ଶିକ୍ଷା ମନ୍ତ୍ରୀ ଭି.ଶିବନକୁଟ୍ଟି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେଶର ନାମ ପରିବର୍ତ୍ତନ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ କେରଳ ପ୍ରତ୍ୟାଖ୍ୟାନ କରିବ। ଜାଣିଶୁଣି ବିଦ୍ୟାଳୟ ପାଠ୍ୟକ୍ରମକୁ ଭଗୱାକରଣ କରିବାକୁ ଏକ ସୁଚିନ୍ତିତ ପ୍ରୟାସ କରାଯାଉଛି। ଯାହା ଦ୍ୱାରା ନୂତନ ପିଢି ଦେଶର ପ୍ରାମାଣିକ ଇତିହାସ ଜାଣିବାର ସୁଯୋଗ ପାଇବେ ନାହିଁ।


ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ନୁହେଁ
କେରଳ ଶିକ୍ଷା ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ପାଠ୍ୟକ୍ରମର ଏହି ଜାତୀୟ ସ୍ତରର ସଂଶୋଧନ ଗଣତାନ୍ତ୍ରିକ ମୂଲ୍ୟବୋଧ ଅନୁଯାୟୀ ନୁହେଁ। ମନ୍ତ୍ରୀ କହିଛନ୍ତି ଯେ ସମ୍ବିଧାନରେ ଉଲ୍ଲେଖ କରାଯାଇଥିବା "ଇଣ୍ଡିଆ" କିମ୍ବା "ଭାରତ" ଶବ୍ଦ ବ୍ୟବହାର କରିବାର ପ୍ରତ୍ୟେକ ନାଗରିକଙ୍କର ଅଧିକାର ରହିଛି। କେରଳ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରି ମନ୍ତ୍ରୀ କହିଛନ୍ତି ଯେ ପାଠ୍ୟ ପୁସ୍ତକରେ କେବଳ "ଭାରତ" ଶବ୍ଦ ବ୍ୟବହାର କରିବା ଏକ ଲୁକ୍କାୟିତ ଏଜେଣ୍ଡା ଏବଂ ସଂକୀର୍ଣ୍ଣ ରାଜନୀତିର ଅଂଶ। ଯାହାକୁ କେରଳ କେବେ ଗ୍ରହଣ କରିପାରିବ ନାହିଁ।


ଇତିହାସକୁ ବିକୃତ କରିବାକୁ ଏକ ପ୍ରୟାସ'
ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଏକ ସଂଘୀୟ ଦେଶରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟର ମତାମତ ମଧ୍ୟ ନିଆଯିବା ଆବଶ୍ୟକ। ହେଲେ ବର୍ତ୍ତମାନ ଦେଶରେ ଏହା ଘଟୁନାହିଁ। ମନ୍ତ୍ରୀ ମନେ ପକାଇ ଦେଇଛନ୍ତି ଯେ ଗତ ପାଠ୍ୟକ୍ରମ ସଂଶୋଧନ ସମୟରେ ଯେତେବେଳେ ଜାତୀୟ ସ୍ତରରେ ଇତିହାସକୁ ବିକୃତ କରିବାକୁ ଚେଷ୍ଟା କରାଯାଇଥିଲା, ସେତେବେଳେ କେରଳ ଏହାର ଜବାବ ଦେଇଥିଲା।


Also Read: ଏନସିଇଆରଟି ପୁସ୍ତକରୁ ହଟିଲା ବିଚ୍ଛିନତାବାଦୀ ଆନ୍ଦୋଳନ, ସାମିଲ ହେଲା ୩୭୦ ଉଚ୍ଛେଦ ଅଧ୍ୟାୟ


ଶିକ୍ଷା ହେଉଛି ଯୁଗ ତାଲିକାରେ ଆସୁଥିବା ବିଷୟ 
ପରିସଂଖ୍ୟାନକୁ ଦର୍ଶାଇ ମନ୍ତ୍ରୀ କହିଛନ୍ତି ଯେ  ବିଦ୍ୟାଳୟ ଯାଉଥିବା ୩୩ କୋଟି ପିଲାଙ୍କ ମଧ୍ୟରୁ କେବଳ ୨୫ କୋଟି ବାସ୍ତବରେ ଶିକ୍ଷାନୁଷ୍ଠାନକୁ ଯାଇଥାନ୍ତି। ଅବଶିଷ୍ଟ ପିଲା ବିଭିନ୍ନ କାରଣରୁ ସ୍କୁଲ ଯାଇପାରନ୍ତି ନାହିଁ। ମନ୍ତ୍ରୀ କହିଛନ୍ତି ଯେ ଦେଶର ସମ୍ବିଧାନରେ ଶିକ୍ଷା ଯୁଗ୍ମ ତାଲିକାରେ ରହିଥିବାରୁ ରାଜ୍ୟ ସେହି କ୍ଷେତ୍ରରେ ନିଜସ୍ୱ ନିଷ୍ପତ୍ତି ନେବାର ଅଧିକାର ରହିଛି। ଯଦି ଏନସିଇଆରଟି ଏହାର ପାଠ୍ୟ ପୁସ୍ତକ ମାଧ୍ୟମରେ ପିଲାଙ୍କୁ ଅସାମ୍ବିଧାନିକ, ଆବୈଜ୍ଞାନିକ ଏବଂ ବାସ୍ତବ ଇତିହାସକୁ ବିକୃତ କରିବାର ସାମଗ୍ରୀ ଉପସ୍ଥାପନ କରିବାକୁ ଇଚ୍ଛା କରେ, ତାହେଲେ କେରଳ ଏହାର ଜବାବ ଦେବ। ଦେଶର ନାମ "ଇଣ୍ଡିଆ"  ବଦଳରେ "ଭାରତ" ରଖିବାକୁ କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି। କାରଣ ବିରୋଧି ଦଳର ମିଳିତ ମଞ୍ଚର ନାମ "ଇଣ୍ଡିଆ" ରଖାଯାଇଛି।