India Series: ନୂଆଦିଲ୍ଲୀ: ଚଳିତ ବିଶ୍ୱକପ ପରେ ଦଳ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଏହି ଗସ୍ତ ସମୟରେ ଦଳ ଟି୨୦ ଓ ଦିନିକିଆ ସିରିଜ ଖେଳିବ। ତେବେ ଏହି ଗସ୍ତ ପାଇଁ ଭାରତୀୟ ଦଳରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ବାଦ ଦିଆଯାଇଛି। ରୋହିତଙ୍କ ବଦଳରେ ହାର୍ଦ୍ଦିକଙ୍କ କାନ୍ଧରେ ଅଧିନାୟକ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଋଷଭ ପନ୍ତଙ୍କୁ ଉପଅଧିନାୟକର ଦାୟିତ୍ୱ ଦିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ବରିଷ୍ଠ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ମହମ୍ମଦ ଶାମୀ ଓ ଦିନେଶ କାର୍ତ୍ତିକଙ୍କୁ ବିଶ୍ରାମ ଦିଆଯାଇଛି। ତେବେ ରୋହିତଙ୍କ ସହିତ ଅନ୍ୟ ବରିଷ୍ଠ ଖେଳାଳି ମାନେ ବାଂଲାଦେଶ ଗସ୍ତରେ ଦଳକୁ ଫେରିବେ।


ବିସିସିଆଇ ନ୍ୟୁଜିଲାଣ୍ଡ ଗସ୍ତ ବ୍ୟତୀତ ବାଂଲାଦେଶ ଗସ୍ତ ପାଇଁ ମଧ୍ୟ ସ୍କ୍ୱାର୍ଡ ଘୋଷଣା କରିଛି। ଡିସେମ୍ବର ମାସରେ ଦଳ ବାଂଲାଦେଶ ଗସ୍ତ କରିବ। ଏହି ଗସ୍ତ ସମୟରେ ତିନିଟିକିଆ ଦିନିକିଆ ଓ ଦୁଇ ଟିକିଆ ଟେଷ୍ଟ ସିରିଜ ଖେଳିବ ଭାରତୀୟ ଦଳ। ଟେଷ୍ଟ ସିରିଜ ପାଇଁ ଆଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀଙ୍କୁ ଦଳରୁ ବାଦ ଦିଆଯାଇଛି। 


ତେବେ ଏଭଳି ଦଳ ଘୋଷଣା କରି ବିସିସିଆଇ ଏକ ନୂଆ ରେକର୍ଡ ସ୍ଥାପନ କରିଛି। ବିସିସିଆଇ ପ୍ରଥମ ଥର ପାଇଁ ୪ଟି ସିରିଜ ପାଇଁ ଦଳ ଘୋଷଣା କରିଛି। ବାଂଲାଦେଶ ଗସ୍ତରେ ରୋହିତ ଅଧିନାୟକ ଦାୟିତ୍ୱ ତୁଲାଇବା ସହିତ ବିରାଟ ଓ ଅଶ୍ୱିନୀ ଦଳକୁ ଫେରିବେ। ଚୟନ କମିଟିର ଅଧ୍ୟକ୍ଷ ଚେତନ ଶର୍ମା ଅନଲାଇନ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି କୌଣସି ଖେଳାଳି ବିଶ୍ରାମ ପାଇଁ ଆବେଦନ କରିନଥିଲେ। ସମସ୍ତ ନିଷ୍ପତ୍ତି ଖେଳାଳିଙ୍କ କାର୍ଯ୍ୟଭାର ପରିଚାଳନା ଅଧୀନରେ ନିଆଯାଇଥିଲା। କାହାକୁ କେବେ ଏବଂ କେଉଁ ଆଧାରରେ ବିଶ୍ରାମ ଦିଆଯିବ ସେ ବିଷୟରେ ଆମର ଡାକ୍ତରୀ ଦଳର ରିପୋର୍ଟ ଅଛି।


ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ
ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ(ଉପଅଧିନାୟକ) ଇଶାନ କିଶାନ, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ସଞ୍ଜୁ ସାମସନ, ଓ୍ୱାସିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମରାନ ମଲ୍ଲିକ, ଅର୍ଶଦୀପ ସିଂହ


ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ
ଶିଖର ଧଓ୍ୱନ(ଅଧିନାୟକ), ଋଷଭ ପନ୍ତ(ଉପ ଅଧିନାୟକ), ଶୁବମନ ଗିଲ, ଦୀପକ ହୁଡ୍ଡା, ଶ୍ରେୟସ ଆୟାର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଶାହବାଜ ଅହମ୍ମଦ, ଓ୍ୱାସିଂଟନ ସୁନ୍ଦର, ଉମରାନ ମଲ୍ଲିକ, କୁଳଦୀପ ସେନ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଅର୍ଶଦୀପ ସିଂହ


ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ
ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ଶିଖର ଧଓ୍ୱନ, ବିରାଟ କୋହଲି, ରଜତ ପଟିଦାର, ଶ୍ରେୟାସ ଆୟାର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ, ଇଶାନ କିସାନ, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ଓ୍ୱାସିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଦୀପକ ଚହର, ୟସ ଦୟାଲ


ବାଂଲାଦେଶ ବିପକ୍ଷ ଟି୨୦ ସିରିଜ
ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପଅଧିନାୟକ), ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟାସ ଆୟାର, ଋଷଭ ପନ୍ତ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଳଦୀପ ଯାଦବ, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମେଶ ଯାଦବ, ଶାର୍ଦ୍ଦୁଳ ଠାକୁର


ନ୍ୟୁଜିଲାଣ୍ଡ ଗସ୍ତର ସୂଚୀ
ପ୍ରଥମ ଟି୨୦ : ନଭେମ୍ବର ୧୮, ଓ୍ୱେଲିଂଟନ
ଦ୍ୱିତୀୟ ଟି୨୦: ନଭେମ୍ବର ୨୦, ବେ ଓଭଲ
ତୃତୀୟ ଟି୨୦: ନଭେମ୍ବର ୨୨, ନେପିୟାର


ପ୍ରଥମ ଦିନିକିଆ : ନଭେମ୍ବର ୨୫, ଅକଲାଣ୍ଡ
ଦ୍ୱିତୀୟ ଦିନିକିଆ : ନଭେମ୍ବର ୨୭, ହାମିଲଟନ
ତୃତୀୟ ଦିନିକିଆ : ନଭେମ୍ବର ୩୦, କ୍ରାଇଷ୍ଟଚର୍ଚ୍ଚ


ବାଂଲାଦେଶ ଗସ୍ତର ସୂଚୀ
ପ୍ରଥମ ଦିନିକିଆ: ଡିସେମ୍ବର ୪, ଢାକା
ଦ୍ୱିତୀୟ ଦିନିକିଆ: ଡିସେମ୍ବର ୭, ଢାକା
ତୃତୀୟ ଦିନିକିଆ: ଡିସେମ୍ବର ୧୦, ଢାକା


ପ୍ରଥମ ଟେଷ୍ଟ: ଡିସେମ୍ବର ୧୪ ରୁ ୧୮, ଚଟଗାଁଓ
ଦ୍ୱିତୀୟ ଟେଷ୍ଟ: ଡିସେମ୍ବର ୨୨ ରୁ ୨୬, ଢାକା