India will buy 6 bullet train from Japan: ଖୁବଶୀଘ୍ର ଦେଶରେ ଆରମ୍ଭ ହୋଇପାରେ ବୁଲେଟ୍ ଟ୍ରେନ୍ ସେବା। ବର୍ତ୍ତମାନ ଭାରତ-ଜାପାନ ମଧ୍ୟରେ ବୁଲେଟ୍ ଟ୍ରେନ୍ କ୍ରୟ କରିବାକୁ ନେଇ ଜାରି ରହିଛି କଥାବାର୍ତ୍ତା। ଏନେଇ କୁହାଯାଉଛି ଯେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଭାରତ ଜାପାନ ପାଖରୁ ୬ ବୁଲେଟ୍ ଟ୍ରେନ୍ କ୍ରୟ କରିପାରେ। ଜାପାନ ପାଖରୁ E5 ସିରିଜ୍ ବୁଲେଟ୍ ଟ୍ରେନ୍ କ୍ରୟକୁ ଭାରତ ଅନୁମୋଦନ କରିବ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପ୍ରଥମ ବୁଲେଟ ଟ୍ରେନ୍ ସେବା ଗୁଜରାଟ ଠାରେ ଆସନ୍ତା ୨୦୨୬ ଜୁନ୍-ଜୁଲାଇ ମାସରେ ଆରମ୍ଭ ହୋଇପାରେ। ନ୍ୟାସନାଲ ହାଇ ସ୍ପୀଡ୍ ରେଳ କର୍ପୋରେସନ୍ ଲିମିଟେଡ୍ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଅନେକ ଟ୍ରେନ୍ ଏବଂ ଅପରେଟିଂ ସିଷ୍ଟମ୍ କିଣିବା ପାଇଁ ସମସ୍ତ ଚୁକ୍ତିନାମା ଉପରେ ଟେଣ୍ଡର ଜାରି କରିବ।


COMMERCIAL BREAK
SCROLL TO CONTINUE READING

୨ ପ୍ରକାରର ଟ୍ରେନ୍ କରିବ ଚଳାଚଳ 
ଖୁବ୍ ଶୀଘ୍ର ଅହମ୍ମଦାବାଦ-ମୁମ୍ବାଇ ମଧ୍ୟରେ ରହିଥିବା ଦୂରତାକୁ ଅତିକ୍ରମ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଛି। ଯାତ୍ରୀଙ୍କୁ ୫୦୮ କିଲୋମିଟର ଲମ୍ବା ବୁଲେଟ୍ ଟ୍ରେନ୍ କରିଡର ମଧ୍ୟରେ ସୀମିତ ରହଣୀସ୍ଥଳ ଏବଂ ସମସ୍ତ ରହଣୀସ୍ଥଳ ସେବା ମିଳିବ। ଯଦି ସୀମିତ ରହଣୀସ୍ଥଳ ସହ ଟ୍ରେନ୍ କଥା କୁହାଯାଏ, ତାହେଲେ ମୁମ୍ବାଇ ଠାରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଦୂରତାକୁ ମାତ୍ର ୨ ଘଣ୍ଟା ମଧ୍ୟରେ ଅତିକ୍ରମ କରିହେବ। ସେହି ସମୟରେ ସମସ୍ତ ରହଣୀସ୍ଥଳ ସହିତ ଟ୍ରେନ୍ ଏହି ଦୂରତାକୁ ପ୍ରାୟ ୨ ଘଣ୍ଟା ୪୫ ମିନିଟ୍ ସମୟ ମଧ୍ୟରେ ଅତିକ୍ରମ କରିଯିବ।


ଗୁଜୁରାଟ ଠାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ପ୍ରକଳ୍ପ
ଯଦି ବୁଲେଟ ଟ୍ରେନ ପ୍ରକଳ୍ପର ଅଗ୍ରଗତି ବିଷୟରେ କୁହାଯାଏ, ତାହେଲେ ଜାନୁଆରୀ ପର୍ଯ୍ୟନ୍ତ ପ୍ରାୟ ୪୦ ପ୍ରତିଶତ କାମ ହୋଇଛି। ଗୁଜୁରାଟ ଠାରେ ଏହାର ଅଗ୍ରଗତି ୪୮.୩ ପ୍ରତିଶତ ହୋଇଛି। ଏହା ସହିତ ମହାରାଷ୍ଟ୍ର ଠାରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୨୨.୫ ପ୍ରତିଶତ କାର୍ଯ୍ୟ ହୋଇଛି। ବୁଲେଟ ଟ୍ରେନ ପ୍ରକଳ୍ପ ଅଗ୍ରଗତି ମାମଲାରେ ଗୁଜୁରାଟ ଠାରୁ ମହାରାଷ୍ଟ୍ର ପଛରେ ପଡ଼ିଯାଇଛି।


ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ନିର୍ମିତ ହୋଇଛି କେତେ ସେତୁ?
ଯଦି ବିଗତ ୧ ବର୍ଷ ମଧ୍ୟରେ ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ଅନେକ ସେତୁ ନିର୍ମିତ ହୋଇଛି। ମହାରାଷ୍ଟ୍ରରେ ପ୍ରାୟ ୬ ସେତୁରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହା ବ୍ୟତୀତ ଗୁଜୁରାଟରେ ୨୦ ସେତୁ ମଧ୍ୟରୁ ୭ ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି।


ପ୍ରକଳ୍ପ କାର୍ଯ୍ୟ ନିରୀକ୍ଷଣ କରୁଛନ୍ତି ରେଳମନ୍ତ୍ରୀ 
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ପ୍ରକଳ୍ପ କାର୍ଯ୍ୟ ନିରୀକ୍ଷଣ କରୁଛନ୍ତି। ଏହି ଅବସରରେ ରେଳମନ୍ତ୍ରୀ କହିଛନ୍ତି ଯେ ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ୫୦୮ କିଲୋମିଟର ଦୂରତାକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ୨୦୨୬ ଜୁଲାଇ-ଅଗଷ୍ଟ ପର୍ଯ୍ୟନ୍ତ ସୁରଟ-ବିଲିମୋରା ବିଭାଗ ଆରମ୍ଭ ହୋଇପାରିବ। ଗୋଟିଏ ବିଭାଗ ଆରମ୍ଭ ହେବା ପରେ ଅନ୍ୟ ବିଭାଗରେ କାର୍ଯ୍ୟ ମଧ୍ୟ ଯଥାଶୀଘ୍ର ଆରମ୍ଭ ହୋଇଯିବ। ହେଲେ ମହାରାଷ୍ଟ୍ରରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଗତି ମନ୍ଥର ହେବା ପାଇଁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ସରକାରଙ୍କୁ ଦାୟୀ କରିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ରେଳମନ୍ତ୍ରୀ କହିଥିଲେ ଯେ ଯଦି ଏହି କାର୍ଯ୍ୟ ସମାପ୍ତ କରିବାକୁ ଶୀଘ୍ର ଅନୁମତି ମିଳିଥାନ୍ତା, ତାହେଲେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟରେ ଅନେକ ଅଗ୍ରଗତି ହୋଇଥାନ୍ତା। ଦେଶରେ ବୁଲେଟ୍ ଟ୍ରେନ୍ ଚଳାଇବା ମଧ୍ୟ ଆର୍ଥିକ ଅଗ୍ରଗତି ଆଣିବ।