ନୂଆଦିଲ୍ଲୀ, ଭାରତର ପ୍ରତିରକ୍ଷା ବିଭାଗ ଆତ୍ମନିର୍ଭର ଦିଗରେ ଆଉ ପାଦେ ଆଗକୁ ଆଗେଇଛି। ଭାରତୀୟ ସେନାକୁ ମିଳିଛି ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍‌‌ ‘ନାଗାସ୍ତ୍ର-୧’। ପ୍ରଥମ ପର୍ଯ୍ୟାୟରେ ସେନାକୁ ୧୨୦ଟି ଡ୍ରୋନ୍‌‌ ମିଳିଛି। ଏହି ଡ୍ରୋନ୍‌‌ ଜରିଆରେ ଶତ୍ରୁ ପକ୍ଷ ଉପରେ ଏୟାରଷ୍ଟ୍ରାଇକ୍‌‌ କରିବାକୁ ବେଶ ସହାୟକ ହେବ। ଏବେ ଏୟାର ଷ୍ଟ୍ରାଇକ୍‌‌ ପାଇଁ ଫାଇଟର୍ ଜେଟର ଆବଶ୍ୟକତା ଆଉ ପଡ଼ିବ ନାହିଁ।  ଏହି ଡୋନ ସେନାର ବଳ ବଢାଇବାରେ ସହାୟକ ହେବ।  'ନାଗାସ୍ତ୍ର-୧' କୁ ଶତ୍ରୁ ପକ୍ଷର ରାଡାର ମଧ୍ୟ ଧରି ପାରିବନାହିଁ। ବଙ୍କର, କ୍ୟାମ୍ପକୁ କରିବ ଧ୍ୱଂସ। ତେବେ ସେନାକୁ ମୋଟ ୪୫୦ଟି ଡ୍ରୋନ୍‌‌ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଭାରତ-ଚୀନ ସୀମା ଘାଟିରେ ଏହାର ପରୀକ୍ଷଣ ଶେଷ ହୋଇଛି। ୧ରୁ ୪କେଜି ଅସ୍ତ୍ରଶସ୍ତ୍ର ନେବାରେ ସଫଳ ହୋଇଥିଲା ଏହି ଡ୍ରୋନ୍‌। ୪ହଜାର ୫ଶହ ମିଟର ପର୍ଯ୍ୟନ୍ତ ଆକାଶରେ ଉପରେ ଉଡି ଶତ୍ରୁକୁ ଧ୍ୱସଂ କରିପାରିବ। ୬୦ରୁ ୯୦ମିନିଟ ପର୍ଯ୍ୟନ୍ତ ଏହା ଉଡିପାରିବ। ଏହାର ରେଞ୍ଜ ୪୫ କିଲୋମିଟର ଜିପିଏସ୍‌ ଟାର୍ଗେଟ ରହିଛି। 


COMMERCIAL BREAK
SCROLL TO CONTINUE READING

ଭାରତୀୟ ସେନାରେ ବର୍ତ୍ତମାନ ଏକ ଘାତକ ଅସ୍ତ୍ର ସାମିଲ ହୋଇଛି। ପ୍ରଥମ ସ୍ୱଦେଶୀ ଲାଇଟରିଙ୍ଗ ମ୍ୟୁନିସନ୍ 'ନାଗାସ୍ତ୍ର-୧' ଭାରତୀୟ ସେନାକୁ ହସ୍ତାନ୍ତର କରିଛି ନାଗପୁରର ସୋଲାର ଇଣ୍ଡଷ୍ଟ୍ରୀଜ୍। ଏହା ଶତ୍ରୁ ରାଷ୍ଟ୍ର ଭିତରେ ପସି ଆକ୍ରମଣ କରିବାରେ ସଂପୂର୍ଣ୍ଣ ନିପୁଣ। ଏହି ଆତ୍ମଘାତୀ ଡ୍ରୋନ୍ ଶତ୍ରୁମାନଙ୍କ ପାଇଁ ଖୁବ ବିପଦଜନକ ପାଲଟିପାରେ।  ଜରୁରୀକାଳୀନ କ୍ରୟ କ୍ଷମତା ଅନୁସାରେ ଭାରତ ଏହି ୪୮୦ ଲାଇଟରିଙ୍ଗ ମ୍ୟୁନିସନର ଯୋଗାଣ ପାଇଁ ସୋଲାର ଇଣ୍ଡଷ୍ଟ୍ରୀଜ ଇକୋନୋମିକ୍ସ ଏକ୍ସପ୍ଲୋଜିଭସ ଲିମିଟେଡ୍ (ଇଇଏଲ) କୁ ଦାୟିତ୍ୱ ଦେଇଛି। ନାଗପୁରର ଏହି ସ୍ୱଦେଶୀ କମ୍ପାନୀ 'ନାଗାସ୍ତ୍ର-୧' ଭଳି ଘାତକ ଡ୍ରୋନ୍ ମଧ୍ୟ ବିକଶିତ କରିଛି। ପ୍ରି-ଡେଲିଭରୀ ନିରୀକ୍ଷଣ ସଫଳ ହେବା ପରେ ଇଇଏଲ ସେନାର ଗୋଳାବାରୁଦ ଡିପୋକୁ ୧୨୦ ଲାଇଟରିଙ୍ଗ ମ୍ୟୁନିସନ୍ ହସ୍ତାନ୍ତର କରିଥିବା ନେଇ ଜଣାପଡ଼ିଛି।


' ନାଗାସ୍ତ୍ର-୧ 'ର କ୍ଷମତା କଣ ରହିଛି ଜାଣନ୍ତୁ...


*‘ନାଗାସ୍ତ୍ର-୧’ ଭାରତୀୟ ସେନାର ବଳ ବଢ଼ାଇବ 


*'ନାଗାସ୍ତ୍ର-୧’କୁ ଧରିପାରିବନି ରାଡାର


*କ୍ୟାମ୍ପ, ବଙ୍କର ଓ ଅସ୍ତ୍ରାଗାର ଆଦିକୁ କରିପାରିବ ଧ୍ୱସଂ


*ଏୟାରଷ୍ଟ୍ରାଇକରେ ସାହାଯ୍ୟ କରିବ ‘ନାଗାସ୍ତ୍ର-୧’


*୪୫ କିଲୋମିଟର ଜିପିଏସ୍ ଟାର୍ଗେଟ ରେଞ୍ଜ ରହିଛି ଏଥିରେ 


 *ପ୍ରଥମ ପର୍ଯ୍ୟାୟରେ ସେନାକୁ ମିଳିଛି ୧୨୦ଟି ଡ୍ରୋନ୍


*ସେନାକୁ ମୋଟ୍ ୪୫୦ଟି ଡ୍ରୋନ ଯୋଗାଇ ଦିଆଯିବ


*୧ରୁ ୪କିଜେର ଅସ୍ତ୍ରଶସ୍ତ୍ର ନେବାରେ ସଫଳ ହୋଇଛି


*ଭାରତ-ଚୀନ୍ ସୀମା ନୁବ୍ରା ଘାଟିରେ ଏହାର ପରୀକ୍ଷଣ କରାଯାଇଛି


*୪ହଜାର ୫ଶହ ମିଟର ଉପରେ ଉଡ଼ି ଧ୍ୱସଂ କରିବା ଶତ୍ରୁ ଠିକଣା


*୬୦ରୁ ୯୦ମିନିଟ ପର୍ଯ୍ୟନ୍ତ ଉଡ଼ିପାରିବ ‘ନାଗାସ୍ତ୍ର-୧’


*ଶତ୍ରୁକୁ ଠିକଣା କରିପାରିବ ଏହି 'ନାଗାସ୍ତ୍ର-୧’


Also Read- କୋଲକାତା ଆକ୍ରୋପଲିସ ମଲରେ ଅଗ୍ନିକାଣ୍ଡ